AK ଠାବ ହେଲା ଦେଶୀ ବନ୍ଧୁକ ତିଆରି କାରଖାନା । କନ୍ଧମାଳ ପୁଲିସକୁ ମିଳିଲା ସଫଳତା । ତୁମୁଡ଼ିବନ୍ଧ ଥାନା ଅଞ୍ଚଳ ରେ ଦୀର୍ଘ ଦିନ ହେବ ଚାଲିଥିବା ଏକ ବେଆଇନ ଦେଶୀ ନିର୍ମିତ ଅସ୍ତ୍ରଶସ୍ତ୍ର ନିର୍ମାଣ ୟୁନିଟ୍ ଠାବ କରିଛି ପୁଲିସ ।

ବିଶ୍ୱସ୍ତ ସୁତ୍ରରୁ ସୂଚନା ଆଧାରରେ, ତୁମୁଡ଼ିବନ୍ଧ ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ ତୁମୁଡ଼ିବନ୍ଧ ଥାନାର ଲାବଣ୍ୟ ନଗର ଗ୍ରାମରେ ଚଢାଉ କରିଥିଲେ । ସେଠାରେ ଦୈତାରୀ ବିନ୍ଧାଣୀ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ୩ଟି ଦେଶୀ ନିର୍ମିତ ବନ୍ଧୁକ, ଲୁହା ବ୍ୟାରେଲ୍,୪ଟି ଟ୍ରିଗର ସେଟ୍ ଏବଂ ଗାର୍ଡ, ବୈଦ୍ୟୁତିକ ଡ୍ରିଲ୍ ମେସିନ୍, କଟର ମେସିନ୍ ପରି ବନ୍ଧୁକ ତିଆରି ପାଇଁ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି । ଏନେଇ ଏକ ମାମଲା ରୁଜୁ ପରେ ଅଭିଯୁକ୍ତକୁ ଗିରଫ କରି ଅଧିକ ଖୋଳତାଡ଼ ଚଳାଇଛି ପୁଲିସ୍ ।






