ଏ.କେ ବ୍ୟୁରୋ : କଲରାପତରିଆ ବାଘର ଭିଡିଓ ଭାଇରାଲ୍ ପରେ ଗାଁରେ ଆତଙ୍କ। ଦିଗପହଣ୍ଡି ରେଞ୍ଜ ଚିକିଟି ସେକ୍ସନ ଅଞ୍ଚଳରେ ଭୟର ବାତାବାରଣ। ଗତ କିଛି ଦିନ ଧରି ଦିଗପହଣ୍ଡି ରେଞ୍ଜ ଚିକିଟି ସେକ୍ସନ ରତନେଇ ସଂଲଗ୍ନ ପାହାଡରେ ବାଘ ଘୁରି ବୁଲୁଥିବା ଆଶଙ୍କା କରାଯାଉଛି।

ଫଳରେ ବାଘ ଭୟରେ ସନ୍ଧ୍ୟା ହେଲେ ଗାଁରେ ପଡୁଛି ତାଟି କବାଟ। ଘରୁ ବାହାରିବାକୁ ଡରୁଛନ୍ତି ଲୋକେ। ରାସ୍ତାରେ ଯାତାୟାତ କରିବାକୁ ଭୟ କରୁଛନ୍ତି। ଅଭିଯୋଗ ପରେ ଜଙ୍ଗଲ ମଧ୍ୟରେ ଟ୍ରାପ୍ କ୍ୟାମେରା ଲଗାଇ ନଜର ରଖିଛି ବନ ବିଭାଗ। ଲୋକଙ୍କୁ ସଚେତନ କରିବା ସହ ଭୟଭିତ ନ ହେବାକୁ ପରାମର୍ଶ ଦେଇଛନ୍ତି। ବନ ବିଭାଗ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇ ନାହିଁ।






