AK ରାଜସ୍ଥାନର ଆଲୱାର ଜିଲ୍ଲା ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଏକ ଚଳନ୍ତା କାରରେ ହଠାତ୍ ନିଆଁ ଲାଗିଯିବା ଫଳରେ ଗୋଟିଏ ପରିବାରର ୫ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ କାର୍ ଚାଳକ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ରାଜସ୍ଥାନର ଆଲୱାର ଜିଲ୍ଲା ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଏକ ଚଳନ୍ତା କାରରେ ହଠାତ୍ ନିଆଁ ଲାଗିଯିବା ଫଳରେ ଗୋଟିଏ ପରିବାରର ୫ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ କାର୍ ଚାଳକ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ମୃତକଙ୍କ ମଧ୍ୟରେ ତିନିଜଣ ମହିଳା, ଜଣେ ଶିଶୁ କନ୍ୟା ଓ ଜଣେ ପୁରୁଷ ଅଛନ୍ତି । ସମସ୍ତେ ମଧ୍ୟପ୍ରଦେଶର ଶିଓପୁର ଜିଲ୍ଲାର ବୋଲି ଜଣାପଡ଼ିଛି । ପୋଲିସର ସୂଚନା ଅନୁଯାୟୀ, ବୁଧବାର ବିଳମ୍ଵିତ ରାତିରେ ମୌଜପୁର ନିକଟରେ ଏହି ଦୁର୍ଘଟଣା ଘଟିଥିଲା । କାରରେ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । କାରଟି ସିଏନଜି ଚାଳିତ ହୋଇଥିବାରୁ ନିଆଁ ଏତେ ଶୀଘ୍ର ବ୍ୟାପିଯାଇଥିଲା ଯେ ଭିତରେ ଥିବା ଲୋକଙ୍କୁ ବାହାରିବା ପାଇଁ ସାମାନ୍ୟ ସମୟ ମଧ୍ୟ ମିଳିନଥିଲା । ନିଆଁକୁ ଆୟତ୍ତ କରିବା ପାଇଁ ଦମକଳ ବାହିନୀ ପହଞ୍ଚିବା ପୂର୍ବରୁ କାରଟି ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଥିଲା । ଗାଡ଼ି ଭିତରୁ ମୃତକଙ୍କ କେବଳ କିଛି ଅସ୍ଥି ଅବଶେଷ ମିଳିଛି, ଯାହାକୁ ଚିହ୍ନଟ କରିବା ପାଇଁ ଡିଏନଏ ପରୀକ୍ଷା କରାଯିବ । କାର୍ ଚାଳକ ବିନୋଦ କୁମାର ମେହେର ଗାଡ଼ିରୁ ଡେଇଁ ପଡ଼ି ନିଜ ଜୀବନ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା ସେ ୮୦ ପ୍ରତିଶତ ପର୍ୟ୍ୟନ୍ତ ପୋଡ଼ି ହୋଇଯାଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଜୟପୁରକୁ ସ୍ଥାନାନ୍ତର କରାଯାଇଛି । ପୋଲିସ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।






