AK ସେଠି ଏମିତି ଏକ ଗାଁ ଯେଉଁଠି ବିକାଶର ପାଦ ଚିହ୍ନ ପଡ଼ିନି। କାଖରେ ଛୋଟ ପିଲା, ମୁଣ୍ଡରେ ମାଠିଆ। ଧାଡ଼ି ହୋଇ ଚାଲିଛନ୍ତି ମହିଳା । ପ୍ରତିଦିନ ଏମିତି ୧ କିଲୋମିଟର ଖରାରେ ଚାଲିଲେ, ଜଙ୍ଗଲ ଭିତରେ ରହିଛି ଏକ ଗାଡ଼ିଆ। ଯାହାର ପାଣି ଏମିତି ଯେ ସେଥିରେ ପାଦ ବୁଡ଼ାଇବାକୁ ବି ଇଚ୍ଛା ହେବନି । ସେହି ଗୋଳିଆ ପାଣିକୁ ଫୁଟାଇ ପିଇବାକୁ ବାଧ୍ୟ ହେଉଛନ୍ତି ଗାଁ ଲୋକ । ସରକାରଙ୍କ ସ୍ୱଜଳ ଧାରା ଯୋଜନା କୁଆଡ଼େ ଗଲା ? ନିର୍ବାଚନ ଆସିଲେ ନେତାଙ୍କ ପ୍ରତିଶ୍ରୁତିର ବନ୍ୟା ଛୁଟେ, ହେଲେ ନିର୍ବାଚନ ସରିଲେ ଲୋକଙ୍କ ଭାଗ୍ୟରେ ଜୁଟେ କେବଳ ଗୋଳିଆ ପାଣି। ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରୁ ବିକାଶକୁ ଉପହାସ କଲା ଭଳି ଏକ ଚିତ୍ର । କୌଣସି ଆଦିମ ଯୁଗ ନୁହେଁ, ବରଂ ୨୦୨୬ ମସିହାର ଚିତ୍ର । ଯେଉଁଠି ଆମେ ଡିଜିଟାଲ୍ ଇଣ୍ଡିଆ ଓ ବିକଶିତ ଓଡ଼ିଶା କଥା କହୁଛୁ। ସେଠି ଏମିତି ଏକ ଗାଁ ଯେଉଁଠି ବିକାଶର ପାଦ ଚିହ୍ନ ପଡ଼ିନି । କାଖରେ ଛୋଟ ପିଲା, ମୁଣ୍ଡରେ ମାଠିଆ। ଧାଡ଼ି ହୋଇ ଚାଲିଛନ୍ତି ମହିଳା । ପ୍ରତିଦିନ ଏମିତି ୧ କିଲୋମିଟର ଖରାରେ ଚାଲିଲେ, ଜଙ୍ଗଲ ଭିତରେ ରହିଛି ଏକ ଗାଡ଼ିଆ । ଯାହାର ପାଣି ଏମିତି ଯେ ସେଥିରେ ପାଦ ବୁଡ଼ାଇବାକୁ ବି ଇଚ୍ଛା ହେବନି । ସେହି ଗୋଳିଆ ପାଣିକୁ ଫୁଟାଇ ପିଇବାକୁ ବାଧ୍ୟ ହେଉଛନ୍ତି ଗାଁ ଲୋକ । ଧରାକୋଟ ବ୍ଲକ ବଳରାମପୁର ପଞ୍ଚାୟତର ଉପାନ୍ତ ଗାଁ ଗୁଡ଼ୁରୁଗୁମାରେ ଦେଖିବାକୁ ମିଳିଛି ଜଳଯନ୍ତ୍ରଣାର ଏ ଚିତ୍ର ।

୧୮ଟି ପରିବାର ବିଶିଷ୍ଟ ଏହି ଗାଁ ପାଇଁ ପାଣି ଟୋପେ ସୁନା ଭଳି ମୂଲ୍ୟବାନ। ଗାଁର ଏକମାତ୍ର କୂଅ ଶୁଖିଲା ପଡ଼ିଛି। ଶୋଷ ମେଣ୍ଟାଇବାକୁ ଲୋକଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ। ଫଳରେ ଗାଡ଼ିଆର ଗୋଳିଆ ପାଣି ଏମାନଙ୍କ ଏକମାତ୍ର ସାହା ଭରସା । ଏନେଇ ଅଭିଯୋଗ କଲେ ବାବୁ ଦେଉଛନ୍ତି ଅଜବ ଉତ୍ତର । ରାସ୍ତା ନାହିଁ ତ ପାଣି ମିଳିବନି । ଭଲ ରାସ୍ତା ନାହିଁ ବୋଲି ପାନୀୟ ଜଳ ସମସ୍ୟା ଦୂର କରାଯାଇପାରୁନି। ଏହା କେଉଁ ପ୍ରକାରର ଯୁକ୍ତି? ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଲୋକ କିପରି ବିଶୁଦ୍ଧ ଜଳ ପାଇପାରିବେ ସେଥିପାଇଁ ସରକାରଙ୍କର ମାଳମାଳ ଯୋଜନା। କିନ୍ତୁ ଉପାନ୍ତବାସୀ କାହିଁକି ପାଇପାରୁନାହାନ୍ତି ସରକାରୀ ଯୋଜନାର ଲାଭ? ନା ଲୋକଙ୍କ ଜଳଯନ୍ତ୍ରଣାର ଚିତ୍କାର ଏସି ରୁମ୍ରେ ବସିଥିବା ସରକାରୀ ବାବୁ ଓ ନେତାଙ୍କ କାନରେ ପହଞ୍ଚିପାରୁନି ।






