AK କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର ଏଲ୍ ନିସି ମିଶନ ସ୍କୁଲର ଛାତ୍ର ମାଷ୍ଟର ସ୍ୱୟାଂଶୁ ସତ୍ୟପ୍ରଜ୍ଞ ସାହୁ ସିବିଏସଇ ଦଶମ ବୋର୍ଡ ପରୀକ୍ଷାରେ କଳାହାଣ୍ଡି ଜିଲ୍ଲା ଟପ୍ପର ହୋଇଛନ୍ତି । ୯୯.୨% ନମ୍ବର ରଖି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ଜଣେ ସହିଦଙ୍କ ପୁଅ । ଭବିଷ୍ୟତରେ ଜଣେ ଦକ୍ଷ ବୈଜ୍ଞାନିକ ହୋଇ ନିଜ ଜିଲ୍ଲା ଓ ଓଡ଼ିଶାର ନାଁ ରଖିବାକୁ ଆଶା ରଖିଛନ୍ତି ସ୍ୱୟାଂଶୁ । ଦଶମ ବୋର୍ଡ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏହି ପରୀକ୍ଷା ଫଳରେ କଳାହାଣ୍ଡି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ଜଣେ ସହିଦଙ୍କ ପୁତ୍ର । ସବୁ ପ୍ରତିକୂଳ ପରିସ୍ଥିତିକୁ ପଛରେ ପକାଇ ସହିଦ ଦିଲ୍ଲୀପ କୁମାର ସାହୁଙ୍କ ପୁଅ ସ୍ୱୟାଂଶୁ ସତ୍ୟପ୍ରଜ୍ଞ ସାହୁ ଏବେ ସାରା ଜିଲ୍ଲାରେ ଟପ୍ପର ହୋଇଛନ୍ତି । ସ୍ୱୟାଂଶୁଙ୍କ ଏହି ବଡ଼ ସଫଳତା ପରେ ଏବେ ତାଙ୍କ ଘରେ ଶୁଭେଚ୍ଛାର ସୁଅ ଛୁଟିଛିV।

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର ଏଲ୍ ନିସି ମିଶନ ସ୍କୁଲର ଛାତ୍ର ମାଷ୍ଟର ସ୍ୱୟାଂଶୁ ସତ୍ୟପ୍ରଜ୍ଞ ସାହୁ ସିବିଏସଇ ଦଶମ ବୋର୍ଡ ପରୀକ୍ଷାରେ କଳାହାଣ୍ଡି ଜିଲ୍ଲା ଟପ୍ପର ହୋଇଛନ୍ତି । ୯୯.୨% ନମ୍ବର ରଖି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ଜଣେ ସହିଦଙ୍କ ପୁଅ। ଭବିଷ୍ୟତରେ ଜଣେ ଦକ୍ଷ ବୈଜ୍ଞାନିକ ହୋଇ ନିଜ ଜିଲ୍ଲା ଓ ଓଡ଼ିଶାର ନାଁ ରଖିବାକୁ ଆଶା ରଖିଛନ୍ତି ସ୍ୱୟାଂଶୁ ।
ତେବେ ଏହି ସଫଳତା ପଛରେ ରହିଛି ଏକ ସଂଘର୍ଷର କାହାଣୀ। ସ୍ୱୟାଂଶୁଙ୍କ ପିତା ଦିଲ୍ଲୀପ କୁମାର ସାହୁ ଜଣେ ପୁଲିସ କର୍ମଚାରୀ ଥିଲେ। କିଛି ବର୍ଷ ପୂର୍ବେ ଡକାୟତମାନଙ୍କୁ ଧରିବାକୁ ଯାଇ ସହିଦ ହୋଇଥିଲେ। ହେଲେ ତାଙ୍କ ମା’ ପୁଅକୁ ଭଲ ମଣିଷଟିଏ ଗଢ଼ି ତୋଳିବାକୁ ଶପଥ ନେଇଥିଲେ। ନିଜ ବାପଘରେ ରହି ପୁଅକୁ ପାଠ ପଢ଼ାଇଥିଲେ। ଆଉ ଆଜି ଅନେକ ଘାତ ପ୍ରତିଘାତ ସତ୍ତ୍ୱେ ସ୍ୱୟାଂଶୁ ସାରା ଜିଲ୍ଲା ପାଇଁ ଉଦାହରଣ ସାଜିଛି। ଆଉ ନିଜ ସହୀଦ ବାପାଙ୍କ ସ୍ବପ୍ନକୁ ସାକାର କରିଛନ୍ତି।ସ୍ୱୟାଂଶୁଙ୍କ ଏଭଳି ସଫଳତାକୁ ନେଇ କଳାହାଣ୍ଡି ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି।






