AK ସଂସଦରେ ବର୍ତ୍ତମାନ ‘ନାରୀଶକ୍ତି ବନ୍ଦନ ଅଧିନିୟମ’ରେ ସଂଶୋଧନ ପାଇଁ ଜୋରଦାର ଚର୍ଚ୍ଚା ଚାଲିଥିବାବେଳେ ଅପରାହ୍ଣ ୪ଟାରେ ଏହା ଉପରେ ଭୋଟିଂ ହେବ। ତେବେ ଭୋଟିଂର ଠିକ୍ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ବିରୋଧୀ ଦଳ ସାଂସଦ ଓ ରାଜନୈତିକ ଦଳଗୁଡ଼ିକୁ ଅତ୍ୟନ୍ତ ଭାବପ୍ରବଣ ଭାବେ ନିବେଦନ କରିଛନ୍ତି । ସଂସଦରେ ବର୍ତ୍ତମାନ ‘ନାରୀଶକ୍ତି ବନ୍ଦନ ଅଧିନିୟମ’ରେ ସଂଶୋଧନ ପାଇଁ ଜୋରଦାର ଚର୍ଚ୍ଚା ଚାଲିଥିବାବେଳେ ଅପରାହ୍ଣ ୪ଟାରେ ଏହା ଉପରେ ଭୋଟିଂ ହେବ। ତେବେ ଭୋଟିଂର ଠିକ୍ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ବିରୋଧୀ ଦଳ ସାଂସଦ ଓ ରାଜନୈତିକ ଦଳଗୁଡ଼ିକୁ ଅତ୍ୟନ୍ତ ଭାବପ୍ରବଣ ଭାବେ ନିବେଦନ କରିଛନ୍ତି । ସେ କହିଛନ୍ତି, ମୁଁ ସମସ୍ତ ସଦସ୍ୟଙ୍କୁ ଅନୁରୋଧ କରିବି ଯେ, ମହିଳାମାନଙ୍କ ଭାବନାକୁ ଆଘାତ ଦେଉଥିବା କୌଣସି କାମ କରନ୍ତୁ ନାହିଁ ।’ ପ୍ରଧାନମନ୍ତ୍ରୀ ମୋଦୀ ସାଂସଦମାନଙ୍କୁ ମନେ ପକାଇ ଦେଇଥିଲେ ଯେ, ଆଜି ଦେଶର କୋଟି କୋଟି ମହିଳାଙ୍କ ନଜର ଆମର ଉଦ୍ଦେଶ୍ୟ ଏବଂ ନିଷ୍ପତ୍ତି ଉପରେ ରହିଛି । ଆହୁରି ମଧ୍ୟ କହିଛନ୍ତି ଯେ, ଭୁଲ ଧାରଣା ଦୂର କରିବା ପାଇଁ ସମସ୍ତ ତାର୍କିକ ଉତ୍ତର ଦିଆଯାଇଛି ଏବଂ ବିତର୍କ ସମୟରେ ଉଠାଯାଇଥିବା ସମସ୍ତ ଚିନ୍ତାକୁ ଦୂର କରାଯାଇଛି ।

ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ରାଜନୈତିକ କାରଣରୁ ଦଶନ୍ଧି ଦଶନ୍ଧି ଧରି ମହିଳା ସଂରକ୍ଷଣ ପ୍ରସଙ୍ଗ ବିଳମ୍ବିତ ହୋଇଆସିଛି ଏବଂ ଏବେ ଦେଶର ଜନସଂଖ୍ୟାର ଅଧା ମହିଳାମାନଙ୍କୁ ନିଷ୍ପତ୍ତି ଗ୍ରହଣରେ ସେମାନଙ୍କର ଉପଯୁକ୍ତ ପ୍ରତିନିଧିତ୍ୱ ପାଇବାର ସମୟ ଆସିଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ବିଜେପି ନିଜକୁ ମହିଳା ସଶକ୍ତୀକରଣର ଚାମ୍ପିଅନ୍ ଭାବରେ ଉପସ୍ଥାପନ କରିବାକୁ ଚେଷ୍ଟା କରୁଥିଲାବେଳେ ବିରୋଧୀ ଦଳ ମଧ୍ୟ ସମାନ ଭାବରେ ଚତୁରତା ଢଙ୍ଗରେ ଜାତିଗତ ଟ୍ରମ୍ପକାର୍ଡ଼ ଖେଳିଛି।
ଗତକାଲି କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ମହିଳା ସଂରକ୍ଷଣ ଆଇନକୁ ନେଇ ବିତର୍କ ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଟାର୍ଗେଟ କରି କହିଥିଲେ ଯେ, ଯଦି ଚାଣକ୍ୟ ଜୀବିତ ଥାନ୍ତେ, ତେବେ ତୁମର ଚତୁରତା ଦେଖି ସେ ଆଶ୍ଚର୍ଯ୍ୟ ହୋଇଥାନ୍ତେ। ସମାଜବାଦୀ ପାର୍ଟି ପରି ବିରୋଧୀ ଦଳମାନେ ମହିଳା ସଂରକ୍ଷଣରେ ଓବିସି ଓ ମୁସଲମାନ ମହିଳାଙ୍କ ପାଇଁ ସଂରକ୍ଷଣ ଦାବି କରିଛନ୍ତି।






