AK ଗ୍ଲାମରସ୍ ଅନ୍ଦାଜରେ ନୁସରତ୍ ଯେତେବେଳେ ସଂସଦରେ ନିଜ ଦାବି ଉପସ୍ଥାପନ କରୁଥିଲେ ସେତେବେଳେ ଗଣମାଧ୍ୟମର କ୍ୟାମେରା ତାଙ୍କ ଉପରେ ହିଁ ଫୋକସ୍ କରୁଥିଲା । ସୋସିଆଲ୍ ମିଡିଆଠାରୁ ଆରମ୍ଭ କରି ଗଣମାଧ୍ୟମର ଶିରୋନାମାରେ ନୁସରତଙ୍କୁ ନେଇ ଖୁବ୍ ଚର୍ଚ୍ଚା ମଧ୍ୟ ହେଉଥିଲା । ୨୦୧୯ ରେ ପଶ୍ଚିମବଙ୍ଗ ନିର୍ବାଚନରେ ହଇଚଇ ସୃଷ୍ଟି କରିଥିବା ସୁନ୍ଦରୀ ଅଭିନେତ୍ରୀ ନୁସରତ୍ ଜାହାଁ ତ ଆପଣଙ୍କୁ ମନେ ଥିବେ । ତୃଣମୂଳ କଂଗ୍ରେସ (ଟିଏମସି) ରୁ ଟିକେଟ୍ ପାଇ ରାଜନୀତିରେ କ୍ୟାରିୟର୍ ଆରମ୍ଭ କରିଥିଲେ ନୁସରତ୍ ।

ତାଙ୍କୁ ବସିରହାଟରୁ ଟିକେଟ୍ ମିଳିଥିଲା ଏବଂ ପାଖାପାଖି ୩ ଲକ୍ଷ ଭୋଟ୍ ପାଇ ସେ ସଂସଦରେ ପହଞ୍ଚିଥିଲେ । ସେତେବେଳେ ସଂସଦରେ ଏହି ନୂଆ ସାଂସଦଙ୍କୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା । ଗ୍ଲାମରସ୍ ଅନ୍ଦାଜରେ ନୁସରତ୍ ଯେତେବେଳେ ସଂସଦରେ ନିଜ ଦାବି ଉପସ୍ଥାପନ କରୁଥିଲେ ସେତେବେଳେ ଗଣମାଧ୍ୟମର କ୍ୟାମେରା ତାଙ୍କ ଉପରେ ହିଁ ଫୋକସ୍ କରୁଥିଲା । ସୋସିଆଲ୍ ମିଡିଆଠାରୁ ଆରମ୍ଭ କରି ଗଣମାଧ୍ୟମର ଶିରୋନାମାରେ ନୁସରତଙ୍କୁ ନେଇ ଖୁବ୍ ଚର୍ଚ୍ଚା ମଧ୍ୟ ହେଉଥିଲା । ତେବେ ୨୦୨୪ ଭଳି ଚଳିତ ବର୍ଷ ମଧ୍ୟ ଏହି ପୂର୍ବ ସାଂସଦଙ୍କୁ ଦଳ ଟିକେଟ୍ ଦେଇନି । ଆଉ ୨୦୧୯ ରେ ନୁସରତ୍ ଯେମିତି ଜଣେ ପୋଖତ ରାଜନୀତି କରୁଥିବା ଲୋକ ଭଳି ସାମ୍ନାକୁ ଆସିଥିଲେ ୨୦୨୪ ପରଠାରୁ ତାଙ୍କୁ ରାଜନୀତିରେ ମନନିବେଶ କରିବାର ଦେଖାଯାଉନାହିଁ । ୨୦୨୬ ବିଧାନସଭା ନିର୍ବାଚନରେ ତାଙ୍କୁ ଟିକେଟ୍ ମିଳିବାକୁ ନେଇ ଜୋରସୋରରେ ଚର୍ଚ୍ଚା ଚାଲିଥିଲେ ମଧ୍ୟ ଏହି ଅଭିନେତ୍ରୀଙ୍କୁ ଟିକେଟ୍ ମିଳିନଥିଲା । ଯେହେତୁ ଟିଏମସିର ବଡ଼ ଭୋଟ୍ ବ୍ୟାଙ୍କ୍ ମୁସଲମାନ ସଂପ୍ରଦାୟରୁ ଆସେ ତେଣୁ ନୁସରତ୍ ଟିକେଟ୍ ପାଇବେ ବୋଲି ସମସ୍ତଙ୍କ ଧାରଣା ଥିଲା ।
ତେବେ ସାଂସଦ ହେବା ପରେ ନୁସରତଙ୍କ କାର୍ଯ୍ୟକାଳର ସମୟ ଖୁବ୍ ବିବାଦୀୟ ଥିଲା । ୨୦୧୯ରେ ସେ କୋଲକାତାର ବ୍ୟବସାୟୀ ନିଖିଲ ଜୈନଙ୍କ ସହ ତୁର୍କୀରେ ବିବାହ କରିଥିଲେ । ବିବାହ ପରେ ସେ ମଥାରେ ସିନ୍ଦୂର ହାତରେ ଶଙ୍ଖା ପିନ୍ଧି ସଂସଦକୁ ଆସିଥିଲେ । ଯାହାପରେ ତାଙ୍କୁ ନିଜ ସଂପ୍ରଦାୟରୁ ଅନେକ ସମାଲୋଚନାର ସାମ୍ନା କରିବାକୁ ପଡ଼ିଥିଲା । ତେବେ ଏହି ବିବାହ ମାତ୍ର ବର୍ଷେ ପର୍ଯ୍ୟନ୍ତ ଚାଲିଲା ଏବଂ ପରେ ନୁସରତ୍ କହିଥିଲେ ଯେ ସ୍ପେଶାଲ୍ ମ୍ୟାରେଜ୍ ଆକ୍ଟରେ ତାଙ୍କ ବିବାହ ରେଜିଷ୍ଟର୍ ନାହିଁ । ଏହା କେବଳ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଥିଲା ଯାହାକୁ ଆପଣ ଲିଭ୍-ଇନ୍ ରିଲେସନସିପ୍ ମଧ୍ୟ କହିପାରିବେ । ତେବେ ୨୦୨୧ ରେ ସେ ନିଜ ପ୍ରେଗ୍ନେସି ଘୋଷଣା କରିବା ସହିତ ଅଭିନେତା ୟଶ୍ ଦାସଗୁପ୍ତାଙ୍କ ସହ ତାଙ୍କ ସଂପର୍କ ବିଷୟରେ ମଧ୍ୟ କହିଥିଲେ । ତେବେ ବିବାହକୁ ନେଇ ଏହି ଲଭ୍ ବାର୍ଡ ପାଟି ଫିଟାଇ ନଥିବା ବେଳେ, ଦୁହିଁଙ୍କ ଏକ ପୁଅ ରହିଛି ଯାହାର ନାଁ ୟିଶାନ୍ ।






