ଏ.କେ ବ୍ୟିରୋ : ଭାଗବତ ଗାନରେ ଭକ୍ତିମୟ ହେଲା ଗ୍ରାମ ପରିବେଶ, ସାମୂହିକ ଅନ୍ନପ୍ରସାଦ ବଣ୍ଟନ ଗୋବିନ୍ଦ ଚରଣରେ ଯାହାର ଭକ୍ତି, ତାହାର ଜୀବନ ସାର୍ଥକ ଅତି। ମାୟାମୋହର ସଂସାର ଓ କର୍ମଜଞ୍ଜାଳରେ ଛନ୍ଦି ହୋଇଥିବା ମଣିଷ ଆତ୍ମିକ ଶାନ୍ତି ଓ ଜୀବନର ସାର୍ଥକତା ଅନ୍ୱେଷଣରେ ପ୍ରଭୁଙ୍କ ଶରଣାପନ୍ନ ହୋଇ ଭକ୍ତି ଓ ଭାବନାରେ ନିଜକୁ ସମର୍ପିତ କରିଥାଏ। ଏହି ଭକ୍ତିମୟ ଭାବଧାରାକୁ ନେଇ ପବିତ୍ର ଭାଦ୍ରବ ପୂର୍ଣ୍ଣିମା ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ମହଦା ପଞ୍ଚାୟତ ଅନ୍ତର୍ଗତ କୁମାରକେଳି ଗ୍ରାମସ୍ଥିତ ରଘୁନାଥ ମନ୍ଦିର ପରିସରରେ ସାମୂହିକ ଭାଗବତ ପାରାୟଣ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ରଘୁନାଥ ମନ୍ଦିରର ମୁଖ୍ୟ ପୂଜକ ବିନୋଦ ମହାପାତ୍ର ଓ ସୁବର୍ଣ୍ଣମେରୁ ମନ୍ଦିରର ମୁଖ୍ୟ ପୂଜକ ହିମାଂଶୁ ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଭାଗବତ ପାରାୟଣ ଓ ଭକ୍ତିମୟ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା। ନରସିଂହ ଷଡ଼ଙ୍ଗୀ, ପୀତବାସ ପଣ୍ଡା, ବିଜୟ ପାଣି, ନାରାୟଣ ପାଣି, ମୁରାରୀ ଶତପଥୀ, ପ୍ରକାଶ ମହାପାତ୍ର, ରଘୁନାଥ ଦାସ, ପ୍ରଦୀପ ଶତପଥୀ, ଶିକ୍ଷକ ହୃଷିକେଶ ଚାନ୍ଦ, ବାଚସ୍ପତି ପଣ୍ଡା, ମଣ୍ଟୁ ତ୍ରିପାଠୀ, ହିମାଂଶୁ ତ୍ରିପାଠୀ, ସ୍ୱଦେଶ ରଞ୍ଜନ ଦାଶ ଓ ସମ୍ମାଦ୍ଧ ଶେଖର ପାଣି ପ୍ରମୁଖ ଭାଗବତ ପାରାୟଣ ଗାନ କରିଥିଲେ। ଭାଗବତ ଗାନ, ପୁଷ୍ପାଞ୍ଜଳି, ଆରତୀ, ହରିବୋଲ ଓ ହୁଳହୁଳିରେ ମନ୍ଦିର ପରିସର ସହ ସମଗ୍ର ଗ୍ରାମରେ ଏକ ଭାବମୟ ଓ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଭକ୍ତି ଓ ଶ୍ରଦ୍ଧାର ଏହି ମହାନ ପରମ୍ପରା ଗ୍ରାମବାସୀଙ୍କ ମଧ୍ୟରେ ଧାର୍ମିକ ଚେତନା ଓ ସାମାଜିକ ଏକତାର ବାର୍ତ୍ତା ପ୍ରସାର କରିଥିଲା। ପରେ ସାମୂହିକ ଅନ୍ନପ୍ରସାଦ ସେବନ ସହ କାର୍ଯ୍ୟକ୍ରମର ପରିସମାପ୍ତି ଘଟିଥିଲା।
ଏହି କାର୍ଯ୍ୟକ୍ରମରେ ରଘୁନାଥ ନାଟ୍ୟ ସଂସଦର ସଭାପତି ଗୌତମ ଭୋଇ, ସମ୍ପାଦକ ପ୍ରମୋଦ ବେହେରାଙ୍କ ସମେତ ସକ୍ରିୟ ସଦସ୍ୟ ବିକାଶ ପଧାନ, ସୁବାଷ ପଧାନ, ବିହାରୀ ଭୋଇ, କୁବେର ପଧାନ, ଲକ୍ଷ୍ମଣ ପଧାନ, ଅର୍ଜୁନ ପଧାନ, ଗଣେଶ ପଧାନ, ଉତ୍ତର ପଧାନ, ସୁଶାନ୍ତ ପଧାନ, ଅଗସ୍ତି ପଧାନ, ସତ୍ୟ ପଧାନ, ତାପସ ପଧାନ, ବିନୋଦ ବେହେରା, ଗଦାଧର ଭୋଇ, ରଙ୍କମଣି ଭୋଇ, ସ୍ୱରୂପ ପଧାନ, ଦୀପକ ପଧାନ, ଦୁର୍ବାସା ବାରିକ, ଦୁର୍ଯ୍ୟୋଧନ ପଧାନ ଓ ସୁଶାନ୍ତ ଭୋଇ ପ୍ରମୁଖ ସହଯୋଗ କରିଥିଲେ।
ଭାଗବତର ଅମୃତମୟ ବାଣୀ ଓ ସାମୂହିକ ଭକ୍ତିର ଏହି ଆୟୋଜନ କୁମାରକେଳି ଗ୍ରାମରେ ଧାର୍ମିକ ଓ ସାଂସ୍କୃତିକ ପରମ୍ପରାକୁ ଆହୁରି ସମୃଦ୍ଧ କରିଛି। (ସୋନପୁର ରୁ ଯୁଧିଷ୍ଠିର ଖମାରି)






