ଏ.କେ ବ୍ୟୁରୋ : ତିନି ଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଚାଷୀଙ୍କ ମୁଣ୍ଡରେ ଚଡ଼କ ପକାଇଛି। ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଚଢିଆପଲି, ବଡ଼ ବରଗାଁ, ସମା, ସିଂଗିପୁର, ସିକୁଳା, ଅରଖପୁର, ପ୍ରାୟ ପଞ୍ଚଯାତ ମାନଙ୍କରେ ହଜାର ହଜାର ହେକ୍ଟର ଜମି ରେ ପାଣି ଢେଉ ଖେଳୁଛି ଓ କେଉଁଠି ରୁଆ କିଆରୀରେ ପାଣି ରହିଛିତ କେଉଁଠି ଚାଷଜମିରେ ଲହଡ଼ି ଭାଙ୍ଗୁଛି ପାଣି, ତ ଆଉ କେଉଁଠି ଜଳମଗ୍ନ ହୋଇ ରହିଛି ପାଚିଲା ଫସଲ।

ଏମିତି ଘଡ଼ିସନ୍ଧି ମୁହୂର୍ତ୍ତ ରେ ଏଭଳି ବର୍ଷା ଚାଷୀଙ୍କ ସମସ୍ତ ଆଶା ଓ ପରିଶ୍ରମକୁ ବିପଦ ମୁହଁକୁ ଠେଲିଦେଇଛି। ଫସଲ ନଷ୍ଟ ହେବା ଆଶଙ୍କାରେ ଚାଷୀକୁଳ ଏବେ ଦିନରାତି ଚିନ୍ତାରେ।କାରଣ ଚାଷୀମାନେ ଧାର କରଜ କରି ନିଜ ସୁନା ବନ୍ଧକ ରଖି ବହୁ ଚଢ଼ା ଦରରେ କିଣି ସାର ପକେଇଥିଲେ l ଚାଷରେ ଲଗାଇଥିବା ଟଙ୍କା କିପରି ଫେରିବ, ପରିବାର କିପରି ଚଳିବଏହି ଚିନ୍ତା ଏବେ ଚାଷୀଙ୍କୁ ଘାରିଛି। ପ୍ରକୃତିର ଦାଉରେ ଚାଷୀ ଯେତେବେଳେ ହତାଶ ହୋଇ କ୍ଷେତକୁ ଚାହିଁ ରହିଛି, ସେତେବେଳେ ତାଙ୍କ ଦୁଃଖ ଓ ଦୁର୍ଦ୍ଦଶା ପ୍ରତି ପ୍ରଶାସନିକ ତତ୍ପରତା ନେଇ ମଧ୍ୟ ପ୍ରଶ୍ନ ଉଠିଛି।ସେମାନଙ୍କ ନିକଟରେ ପଂହଁଞ୍ଚି ସେମାନଙ୍କ ସୁଖ ଦୁଃଖରେ ସାମିଲ ହେଵା ଜରୁରୀ ହୋଇପଡିଛି l ଅନ୍ୟପଟେ ଚାଷୀଙ୍କ ଦୁର୍ଦ୍ଦଶା ଚରମସୀମାରେ ପହଞ୍ଚିଥିବା ବେଳେ ନେତାକର୍ମୀମାନେ ସଭାସମିତିରେ ମଗ୍ନ ରହି ଦଳୀୟ ସଂଗଠନରେ ମାତି ଥିବାର ଦେଖିବାକୁ ମିଳୁଛି l ଏହି ଦୃଶ୍ୟ ଚାଷୀ ମହଲରେ ଅସନ୍ତୋଷ ଦେଖାଦେଇଛି। କ୍ଷେତକୁ ଯାଇ ଚାଷୀଙ୍କ ସମସ୍ୟା ବୁଝିବା, କ୍ଷୟକ୍ଷତିର ଆକଳନ କରିବା ଏବଂ ତୁରନ୍ତ ସହାୟତା ଯୋଗାଇଦେବା ଏବେ ଜରୁରୀ ହୋଇପଡ଼ିଛି l କିନ୍ତୁ ନେତା ମାନେ କେବଳ ନିର୍ବାଚନ ସମୟରେ ବାରମ୍ବାର ଗାଁ କୁ ଗାଁ ବୁଲନ୍ତି କିନ୍ତୁ ଚାଷୀ କୁଳର ଏହି ଦୁର୍ଦ୍ଦିନ ରେ ସେମାନଙ୍କ କଷ୍ଟ ସମୟରେ ପହଂଚିବାକୁ ଭୁଲି ଯାଇଛନ୍ତି l ସେଥିପାଇଁ ଚାଷୀ ମାନଙ୍କୁ କ୍ଷତିପୂରଣ ଦେବାପାଇଁ ଦାବି ଜଣାଇଛନ୍ତି l ସରକାର ସେମାନଙ୍କ କଥା ନିଶ୍ଚୟ ଶୁଣିବେବୋଲି ଆଶା ରଖଛନ୍ତି l






