ପୁରୁଷୋତ୍ତମପୁର: (ରିପୋର୍ଟ , ତ୍ରିଲୋଚନ ଦାଶ )ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଆରକ୍ଷୀ ଥାନାରୁ ଏକ ମର୍ମନ୍ତୁଦ ଖବର ଆସିଛି। ଥାନାରେ କାର୍ଯ୍ୟରତ ମହିଳା ଉପ-ପରିଦର୍ଶିକା ପ୍ରଭାସିନୀ ସାହୁଙ୍କ ଅକାଳ ବିୟୋଗ ଘଟିଛି। ତାଙ୍କ ବିୟୋଗରେ ଆରକ୍ଷୀ ବିଭାଗ ସମେତ ସମଗ୍ର ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳି ଯାଇଛି।
ମିଳିଥିବା ସୂଚନା ଅନୁସାରେ, ପ୍ରଭାସିନୀ ସାହୁ ଗତ ୨୦୨୬ ମସିହା ସେପ୍ଟେମ୍ବର ମାସରେ ପୁରୁଷୋତ୍ତମପୁର ଥାନାରେ ମହିଳା ଉପ-ପରିଦର୍ଶିକା ଭାବେ ଯୋଗ ଦେଇଥିଲେ। ଆଜି ଥାନା ପରିସରରେ ତାଙ୍କର ମୃତ୍ୟୁ ଘଟିଥିବା ଖବର ପ୍ରଚାରିତ ହେବା ପରେ ସହକର୍ମୀମାନେ ମର୍ମାହତ ହୋଇପଡ଼ିଛନ୍ତି।

ତାଙ୍କର ନିଜ ଘର ଯାଜପୁର ଜିଲ୍ଲାର ମହାନ୍ତପୁର ଗ୍ରାମରେ। ତାଙ୍କର ବିବାହ ପୁରୀ ଜିଲ୍ଲାରେ ହୋଇଥିବା ଜଣାପଡ଼ିଛି।
ତେବେ ଏହି ଘଟଣା କେଉଁ ପରିସ୍ଥିତିରେ ଘଟିଲା ଏବଂ ମୃତ୍ୟୁର ପ୍ରକୃତ କାରଣ କଣ, ତାହା ଏଯାବତ୍ ସ୍ପଷ୍ଟ ହୋଇନାହିଁ। ଆରକ୍ଷୀ ପକ୍ଷରୁ ଆବଶ୍ୟକ ତଦନ୍ତ କରାଯାଉଛି। ତଦନ୍ତ ପରେ ମୃତ୍ୟୁର କାରଣ ଓ ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି।
ଜଣେ କର୍ତ୍ତବ୍ୟନିଷ୍ଠ ମହିଳା ଆରକ୍ଷୀ ଅଧିକାରୀଙ୍କ ଏଭଳି ଅକାଳ ବିୟୋଗ ସମସ୍ତଙ୍କୁ ମର୍ମାହତ କରିଛି।






