ନୂଆପଡ଼ା ଜିଲ୍ଲା କୁ ପାଣି ପାଗ ବିଭାଗ ପକ୍ଷ ରୁ ୟେଲୋ ସୂଚୀତ କରିଥିବା ବେଳେ ଗତ କାଲି ସଂନ୍ଧ୍ୟା ରୁ ବର୍ଷା ଅନବରତ ଲାଗି ରହିଅଛି। ବର୍ଷା ଯୋଗୁଁ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଥିବା ବେଳେ ବିଶେଷ ରୂପେ କୃଷି କ୍ଷେତ୍ର ରେ ବହୁ ପ୍ରଭାବିତ ହୋଇଅଛି।

ବର୍ତ୍ତମାନ ଧାନ ଅମଳ ଆରମ୍ଭ ହୋଇଥିବା ବେଳେ ସାମୁଦ୍ରିକ ଝାଡ଼ା ଅକାୱାନ ଦ୍ୱାରା କୃଷି କ୍ଷେତ୍ର ପ୍ରଭାବିତ ହୋଇଅଛି। ବିଲରେ ଧାନ ଗଛ ଶୋଇ ପଡ଼ିଥିବା ବେଲେ ସଂଗୃହୀତ ଧାନ ଢିପ ସ୍ଥାନରେ ରଖିଛନ୍ତି। ତଥାପି ବର୍ଷା ଦାଉରୁ ଧାନ ତିନ୍ତି ଯାଇ ଗଜା ହେବା ଚାଷୀମାନେ ଅଭିଯୋଗ କରିଛନ୍ତି।
ଧର ଉଦ୍ଧାର ଆଣି ଚାଷ କରିଥିବା ବେଳେ ତିନି ତିନି ଗୋଟି ବାତ୍ୟା ଦ୍ୱାରା ଚାଷୀ ମେରୁଦଣ୍ଡ ଭାଙ୍ଗି ପଡ଼ିଛି ବୋଲି ଅଭିଯୋଗ କରିଛନ୍ତି। ବିଲ ରୁ ଧାନ ମଧ୍ୟ ସଂଗୃହୀତ ହୋଇ ପାରିନାହିଁ। ସେହିପରି ବିରିଘତ ଅଞ୍ଚଳ ଚାଷୀମାନେ ବିଲରେ ଧାନ ପଡ଼ିରହିଛି ବୋଲି ଅଭିଯୋଗ କରିଛନ୍ତି। ବ୍ୟାପକ କ୍ଷତି ହୋଇଥିବା ବେଳେ ଆବଶ୍ୟକ ସହାୟତା ପ୍ରଦାନ ପାଇଁ ଦାବୀ କରିଛନ୍ତି।






