AK ପାକିସ୍ତାନ ସୁରକ୍ଷା ଏଜେନ୍ସି ଓ ସେମାନଙ୍କ ସଶସ୍ତ୍ର ଗୋଷ୍ଠୀଗୁଡ଼ିକ ସାଧାରଣ ନାଗରିକଙ୍କୁ ବଳପୂର୍ବକ ଅପହରଣ କରିବା ସହ ହତ୍ୟା କରୁଛନ୍ତି । ଗତ ମେ’ ୨ତାରିଖ ସକାଳ ପ୍ରାୟ ୪ଟା ୩୦ରେ ଫ୍ରଣ୍ଟିୟର୍ କର୍ପସ ସୈନ୍ୟମାନେ ଜମୁରାନ ଅଞ୍ଚଳର ଏକ ଘରେ ଚଢ଼ାଉ କରି ପରିବାର ଲୋକଙ୍କୁ ଆକ୍ରମଣ କରିବା ସହ ୫୫ବର୍ଷୀୟ ଚାଷୀ ଖୁଦା ପୀର ମହମ୍ମଦ ବଲୁଚ ଓ ତାଙ୍କ ୨୫ ବର୍ଷୀୟ ପୁଅ ଅବଦୁଲ୍ଲା ବଲୁଚଙ୍କୁ ଅପହରଣ କରିଥିବା ଅଭିଯୋଗ ହୋଇଛି । ବଲୁଚିସ୍ତାନରେ ପାକିସ୍ତାନ ସେନାର ଦମନଲୀଳା ଓ ହିଂସା ଜାରି ରହିଥିବାବେଳେ ଏହାକୁ ନେଇ ଉତ୍ତେଜନା ତୀବ୍ର ହେବାରେ ଲାଗିଛି ।

କେଚ୍ ଓ ପଞ୍ଜଗୁର ଜିଲ୍ଲାରେ ତିନିଜଣ ବଲୁଚ ପୁରୁଷଙ୍କୁ ନିର୍ମମ ଭାବେ ହତ୍ୟା କରାଯିବା ଘଟମାକୁ ବଲୁଚ ୟାକଜେହେତି କମିଟି (ବିଵାଇସି) ଦୃଢ଼ ନିନ୍ଦା କରିବା ସହ ଅନ୍ତର୍ଜାତୀୟ ସଂଗଠନର ହସ୍ତକ୍ଷେପ ଲୋଡ଼ିଛି । ରିପୋର୍ଟ ଅନୁଯାୟୀ, ପାକିସ୍ତାନ ସୁରକ୍ଷା ଏଜେନ୍ସି ଓ ସେମାନଙ୍କ ସଶସ୍ତ୍ର ଗୋଷ୍ଠୀଗୁଡ଼ିକ ସାଧାରଣ ନାଗରିକଙ୍କୁ ବଳପୂର୍ବକ ଅପହରଣ କରିବା ସହ ହତ୍ୟା କରୁଛନ୍ତି । ଗତ ମେ’ ୨ତାରିଖ ସକାଳ ପ୍ରାୟ ୪ଟା ୩୦ରେ ଫ୍ରଣ୍ଟିୟର୍ କର୍ପସ ସୈନ୍ୟମାନେ ଜମୁରାନ ଅଞ୍ଚଳର ଏକ ଘରେ ଚଢ଼ାଉ କରି ପରିବାର ଲୋକଙ୍କୁ ଆକ୍ରମଣ କରିବା ସହ ୫୫ବର୍ଷୀୟ ଚାଷୀ ଖୁଦା ପୀର ମହମ୍ମଦ ବଲୁଚ ଓ ତାଙ୍କ ୨୫ ବର୍ଷୀୟ ପୁଅ ଅବଦୁଲ୍ଲା ବଲୁଚଙ୍କୁ ଅପହରଣ କରିଥିବା ଅଭିଯୋଗ ହୋଇଛି। ଅନ୍ୟ ଏକ ସମାନ ଘଟଣାରେ, ପଞ୍ଜଗୁରର ତାସ୍ପ ଅଞ୍ଚଳରେ ଜଣେ ୨୬ ବର୍ଷୀୟ ସରକାରୀ ସ୍କୁଲ କର୍ମଚାରୀ ଆୟାଜ ବଲୁଚଙ୍କୁ ତାଙ୍କ ଘର ନିକଟରେ ଗୁଳି କରି ହତ୍ୟା କରାଯାଇଛି । ‘ବିଵାଇସି’ ଏହି ଆକ୍ରମଣ ପାଇଁ ‘ଡେଥ୍ ସ୍ଵାର୍ଡ’କୁ ଦାୟୀ କରିବା ସହ ଏହା ବଲୁଚ୍ ଲୋକଙ୍କ ବିରୁଦ୍ଧରେ ଚାଲିଥିବା ଏକ ବୃହତ ଅଭିଯାନର ଅଂଶ ବୋଲି କହିଛି । ସଂଗଠନର କହିବା ଅନୁଯାୟୀ, ବର୍ତ୍ତମାନ ଏହି ଅଞ୍ଚଳରେ କେବଳ ପୁରୁଷ ନୁହେଁ ବରଂ ମହିଳାମାନଙ୍କୁ ମଧ୍ୟ ଟାର୍ଗେଟ କରାଯାଉଛି । ବେଲୁଚିସ୍ତାନରେ ମାନବାଧିକାର ପରିସ୍ଥିତି କ୍ରମାଗତ ଭାବେ ବିଗିଡ଼ିବାରେ ଲାଗିଥିବାରୁ ଏଥିରେ ତୁରନ୍ତ ହସ୍ତକ୍ଷେପ କରିବାକୁ ଆନ୍ତର୍ଜାତୀୟ ମାନବାଧିକାର ସଂଗଠନଗୁଡ଼ିକୁ ଆହ୍ୱାନ ଦିଆଯାଇଛି । ପ୍ରାକୃତିକ ସମ୍ପଦରେ ସମୃଦ୍ଧ ହୋଇଥିଲେ ହେଁ ଏହି ଅଞ୍ଚଳର ଲୋକମାନେ ଦୀର୍ଘ ଦିନ ଧରି ନିର୍ୟ୍ୟାତନା, ଅସୁରକ୍ଷା ଓ ରାଜନୈତିକ ଅବହେଳାର ଶିକାର ହେଉଥିବା ବେଳେ ବିଶ୍ୱ ସମୁଦାୟର ନୀରବତାକୁ ନେଇ ‘ବିଵାଇସି’ ପ୍ରଶ୍ନ ଉଠାଇଛି ।






