AK ଖରାଦିନ ଆସିଗଲେ କିଛି ମନେ ପଡୁ କି ନପଡୁ ଭ୍ୟାକେସନର ଆଇଡିଆ ଆଗ ମୁଣ୍ଡରେ ପଶେ । ଆଉ ଯଦି ସମୁଦ୍ର କୂଳରେ ଛୁଟି କାଟିବା ପାଇଁ କମ୍ ବଜେଟର ପ୍ଲାନ୍ ମିଳିଯାଏ ତା’ହେଲେ ସୋନେ ପେ ସୁହାଗା । କିନ୍ତୁ ଗ୍ରୀଷ୍ମରେ ଏଭଳି ପ୍ଲାନ୍ ମିଳିବା ଟିକେ କଷ୍ଟ ତେଣୁ ଲୋକ ଅଫ୍ ସିଜନକୁ ଚାହିଁ ବସିଥା’ନ୍ତି ଯେ କେତେବେଳେ ପ୍ଲାନର ଟଙ୍କା କମିବ ଆଉ ପର୍ଯ୍ୟଟକ ଫୁ’ କରି ଉଡ଼ିଯିବେ ମଜା ମଜଲିସ୍ କରିବା ପାଇଁ । କିନ୍ତୁ ଯଦି ଆପଣ ଗ୍ରୀଷ୍ମରେ ହିଁ ବୁଲିବାକୁ ସଉକ ରଖୁଛନ୍ତି ତା’ହେଲେ ଗୋଆ ଟ୍ରାଭେଲିଂ ପାଇଁ ଭଲ ବିକଳ୍ପ ହେବ । ପୂର୍ବରୁ ଗ୍ରୀଷ୍ମଋତୁରେ ଗୋଆ ବୁଲିବା ବଜେଟକୁ ଭାରି ପଡୁଥିଲା କିନ୍ତୁ ପ୍ରତିଥର ଭଳି ଆଇଆରସିଟିସି ଏଭଳି ଏକ ଟୁର୍ ପ୍ଲାନ୍ ଆଣିଛି ଯାହା ବଜେଟକୁ ସମ୍ପୂର୍ଣ୍ଣ ରୂପେ ସୁହାଇବ । ଗୋଆ ଭଳି ସୁନ୍ଦର ଏବଂ ଲୋକପ୍ରିୟ ଡେଷ୍ଟିନେସନରେ ବୁଲିବା ସାଧାରଣତଃ ଅଧିକ ଖର୍ଚ୍ଚ ପଡ଼ିଥାଏ କିନ୍ତୁ ଏହି ନୂଆ ପ୍ୟାକେଜରେ ଆପଣ କମ୍ ମୂଲ୍ୟରେ ସମୁଦ୍ର କୂଳ, ନାଇଟ୍ ଲାଇଫ୍ ଏବଂ ଆଡଭେଞ୍ଚର ଉପଭୋଗ କରିପାରିବେ । ଏହି ଟୁର୍ ପ୍ଲାନ୍ ସେମାନଙ୍କ ପାଇଁ ଭଲ ଯେଉଁମାନେ ଦୀର୍ଘ ସମୟ ଧରି ଗୋଆ ବୁଲିବାର ଇଚ୍ଛା ରଖିଥିଲେ କିନ୍ତୁ ବଜେଟ୍ ପାଇଁ ଯାଇ ପାରୁନଥିଲେ ।

IRCTCର ଏହି ପ୍ୟାକେଜରେ ଟ୍ରାଭେଲ୍ ସହିତ ଖାଇବା ଏବଂ ରହିବାର ମଧ୍ୟ ସୁବିଧା ମିଳୁଛି । ଯାହାଦ୍ବାରା ଯାତ୍ରୀଙ୍କୁ ଆଉ ହୋଟେଲର ଚିନ୍ତା କରିବାକୁ ପଡ଼ିବ ନାହିଁ । ପ୍ରତିମାସରେ IRCTC ଭିନ୍ନ ଭିନ୍ନ ସ୍ଥାନରେ ଟୁର୍ ପ୍ୟାକେଜର ବନ୍ଦୋବସ୍ତ କରିଥାଏ ଯାହା ପର୍ଯ୍ୟଟକଙ୍କ ଖର୍ଚ୍ଚକୁ ମଧ୍ୟ କମାଇବାରେ ସାହାଯ୍ୟ କରେ । ଆଉ ଚଳିତଥର ମଧ୍ୟ ଏହି ପ୍ଲାନ୍ ପର୍ଯ୍ୟଟକଙ୍କୁ ଗୋଆ ବୁଲିବାର ସୁବର୍ଣ୍ଣ ସୁଯୋଗ ଦେଉଛି । ଏହି ପ୍ୟାକେଜ୍ର ନାଁ ହେଉଛି TIRUNELVELI – GOA CHARTER COACH TOUR । ଏହି ପ୍ୟାକେଜର ବଜେଟ୍ ୩୪,୮୦୦ ଟଙ୍କାରୁ ଆରମ୍ଭ ହୁଏ । କିନ୍ତୁ ଯଦି ଏକାଧିକ ବ୍ୟକ୍ତି ଏଥିରେ ଯାତ୍ରା କରନ୍ତି ତେବେ ବଜେଟ୍ ହ୍ରାସ ପାଏ । ଉଦାହରଣ ସ୍ୱରୂପ ଦୁଇ ଜଣଙ୍କ ପାଇଁ ବଜେଟ୍ ୨୭,୧୦୦ ଟଙ୍କା । ତିନି ଜଣଙ୍କ ପାଇଁ ୨୬,୩୦୦ ଟଙ୍କା । ପିଲାମାନଙ୍କ ପାଇଁ ପ୍ୟାକେଜ୍ ଫି ୨୧,୮୦୦ ଟଙ୍କା । ଯଦି ଆପଣ ପ୍ୟାକେଜ୍ ବୁକ୍ କରିବାକୁ ଚାହାନ୍ତି ତେବେ ଭାରତୀୟ ରେଳବାଇର ସରକାରୀ ୱେବସାଇଟରୁ ଅଧିକ ସୂଚନା ପାଇପାରିବେ । ଏହି ପ୍ୟାକେଜ୍ ୬ ରାତି ଏବଂ ୭ ଦିନ ପାଇଁ ଥିବାବେଳେ ଏଥିରେ ଇନ୍ସୁରାନ୍ସର ସୁବିଧା ମଧ୍ୟ ଉପଲବ୍ଧ ।






