ଏ.କେ ବ୍ୟୁରୋ : କେନ୍ଦୁପତ୍ର ସଂଗ୍ରହ ବେଳେ ଭାଲୁ ଆକ୍ରମଣ । ଗୁରୁତର ଯୁବକ ଡାକ୍ତରଖାନାରେ ଭର୍ତ୍ତି । ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଛେତଗାଁ ଗ୍ରାମରେ ଘଟିଥିବା ଭାଲୁ ଆକ୍ରମଣ ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

କେନ୍ଦୁ ପତ୍ର ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଇଥିବା ସାମନ୍ତ ଛତର (୪୧) ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇ ବର୍ତ୍ତମାନ ନୂଆପଡ଼ା ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ସୂଚନା ଅନୁଯାୟୀ, ସାମନ୍ତ ଛତର ଆଜି ଭୋର ସମୟରେ ନିକଟସ୍ଥ ଜଙ୍ଗଲକୁ କେନ୍ଦୁପତ୍ର ସଂଗ୍ରହ ପାଇଁ ଯାଇଥିବାବେଳେ ହଠାତ୍ ଏକ ଜଙ୍ଗଲୀ ଭାଲୁ ତାଙ୍କ ଉପରେ ଆକ୍ରମଣ କରିଥିଲା । ଭାଲୁର ଆକ୍ରମଣରେ ସେ ଗୁରୁତର ଭାବେ ଆହତ ହୋଇଥିଲେ । ସ୍ଥାନୀୟ ଲୋକମାନେ ତୁରନ୍ତ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ନୂଆପଡ଼ା ଡାକ୍ତରଖାନାକୁ ପଠାଇଥିଲେ ।






