AK ନିକଟରେ ମୁମ୍ବାଇରେ ଏମିତି ହିଁ ଏକ ଅଭାବନୀୟ ଘଟଣା ଘଟିଛି, ଯେଉଁଠି ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କ ରହସ୍ୟମୟ ମୃତ୍ୟୁ ହୋଇଛି । କୁହାଯାଉଛି ରାତିରେ ବିରିୟାନି ଏବଂ ତା’ପରେ ତରଭୁଜ ଖାଇବା ପରେ ପୂରା ପରିବାର ଏକାଠି ଆଖି ବୁଜିଦେଲା । ତେବେ ଏଭଳି ଘଟଣା କିଛି ନୂଆ ନୁହେଁ ମୁମ୍ବାଇ ଭଳି ପଞ୍ଜାବରେ ମୋମୋଜ୍ ଏବଂ ସୋୟା ଚାପ୍ ଖାଇ ଦୁଇ ଭଉଣୀଙ୍କ ମୃତ୍ୟୁ ହୋଇଥିଲା ଯାହା ସାରା ଦେଶକୁ ସତର୍କ କରାଇ ଦେଲା ଯେ ଆମ ଖାଇବା ଶୈଳୀରେ କେଉଁଠି ନା କେଉଁଠି ବଡ଼ ଭୁଲ ରହିଯାଉଛି ।

ବଞ୍ଚିବା ପାଇଁ ଆମେ ଖାଦ୍ୟ ଖାଉ କିନ୍ତୁ କଳ୍ପନା କରନ୍ତୁ ଯଦି ସେହି ଖାଦ୍ୟ ହିଁ ବିଷ ପାଲଟିଯାଏ ? ନିକଟରେ ମୁମ୍ବାଇରେ ଏମିତି ହିଁ ଏକ ଅଭାବନୀୟ ଘଟଣା ଘଟିଛି, ଯେଉଁଠି ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କ ରହସ୍ୟମୟ ମୃତ୍ୟୁ ହୋଇଛି । କୁହାଯାଉଛି ରାତିରେ ବିରିୟାନି ଏବଂ ତା’ପରେ ତରଭୁଜ ଖାଇବା ପରେ ପୂରା ପରିବାର ଏକାଠି ଆଖି ବୁଜିଦେଲା । ତେବେ ଏଭଳି ଘଟଣା କିଛି ନୂଆ ନୁହେଁ ମୁମ୍ବାଇ ଭଳି ପଞ୍ଜାବରେ ମୋମୋଜ୍ ଏବଂ ସୋୟା ଚାପ୍ ଖାଇ ଦୁଇ ଭଉଣୀଙ୍କ ମୃତ୍ୟୁ ହୋଇଥିଲା ଯାହା ସାରା ଦେଶକୁ ସତର୍କ କରାଇ ଦେଲା ଯେ ଆମ ଖାଇବା ଶୈଳୀରେ କେଉଁଠି ନା କେଉଁଠି ବଡ଼ ଭୁଲ ରହିଯାଉଛି । କିନ୍ତୁ ପ୍ରଶ୍ନ ଉଠୁଛି, କ’ଣ ସତରେ ଖାଦ୍ୟର କମ୍ବୋ ମୃତ୍ୟୁର କାରଣ ହୋଇପାରେ ? ଆଧୁନିକ ବିଜ୍ଞାନ ଏହାକୁ ନେଇ ଭିନ୍ନ ମତ ରଖିପାରେ କିନ୍ତୁ ଆୟୁର୍ବେଦ ଶାସ୍ତ୍ରରେ ଏହାକୁ ନେଇ ସ୍ପଷ୍ଟ ଚେତାବନୀ ଦିଆଯାଇଛି ।

ଆଉ ଏସବୁ ପଛରେ ରହିଛି ‘ବିରୁଦ୍ଧ ଆହାର’ । ରାଷ୍ଟ୍ରୀୟ ଆୟୁର୍ବେଦ ବିଦ୍ୟାପୀଠର ବିଶେଷଜ୍ଞଙ୍କ ଅନୁସାରେ ଯେତେବେଳେ ଆମେ ଅଧିକ ପାଣି ଥିବା ଫଳ (ଯେପରିକି ତରଭୁଜ) ସହ କୌଣସି ଏସିଡିକ୍ କିମ୍ବା ଆଲକୋହଲିକ ଖାଦ୍ୟ ଖାଉ ସେତେବେଳେ ଆମ ଲିଭର୍ ତାହାକୁ ହଜମ କରିପାରେ ନାହିଁ । ଏହା ଶରୀରରେ ବିଷାକ୍ତ କଣିକା ବଢ଼ାଇବା ସହ ରୋଗ ପ୍ରତିରୋଧକ ଶକ୍ତିକୁ ସମ୍ପୂର୍ଣ୍ଣ ନଷ୍ଟ କରିଦିଏ । ଆୟୁର୍ବେଦ ଅନୁସାରେ ଏଭଳି ଖାଦ୍ୟ ଏକାଠି ଖାଇବା ଦ୍ବାରା ଶରୀରରେ ବିଷାକ୍ତ ପ୍ରତିକ୍ରିୟା ଆରମ୍ଭ ହୋଇଯାଏ । ତେବେ କେଉଁ କେଉଁ ଖାଦ୍ୟପଦାର୍ଥ ଏକାଠି ଖାଇବା ଦ୍ବାରା ଏଭଳି ସମସ୍ୟା ସୃଷ୍ଟି ହୁଏ ଆସନ୍ତୁ ଜାଣିବା ।
୧ . କ୍ଷୀର ସହ ଲୁଣ କିମ୍ବା ଆଚାର : ଏହା ଚର୍ମ ରୋଗର ବଡ଼ କାରଣ ।
୨ . ମାଛ ସହ କ୍ଷୀର ବା ଦହି : ଏହା ଶରୀରରେ ବିଷକ୍ରିୟା ସୃଷ୍ଟି କରେ ।
୩ . ଫଳ ଖାଇବା ପରେ ପାଣି ପିଇବା : ଖାସ୍ କରି ତରଭୁଜ ଖାଇବା ପରେ ପାଣି ପିଇବା ମାରାତ୍ମକ ।
୪ . ଗରମ ପରେ ଥଣ୍ଡା : ଗରମ ଖାଦ୍ୟ ପରେ ତୁରନ୍ତ ଆଇସକ୍ରିମ୍ କିମ୍ବା କୋଲ୍ଡ ଡ୍ରିଙ୍କସ୍ ପିଇବା ଅନୁଚିତ୍ ।
୫ . ଦହି ସହ ଭାତ ଓ ବିରି ଡାଲି : ଏହା ଶରୀରର ପ୍ରାକୃତିକ ସନ୍ତୁଳନ ବିଗାଡ଼ିଥାଏ ।
୬ . ବାରମ୍ବାର ଗରମ କରିବା : ଫ୍ରିଜ୍ରେ ରଖାଯାଇଥିବା ଖାଦ୍ୟକୁ ବାରମ୍ବାର ଗରମ କରି ଖାଇବା ବିଷ ସଦୃଶ ।
ଏହି ଭୁଲ୍ ଖାଦ୍ୟ ପ୍ରଥମେ କିଡନି, ହୃଦୟ, ଲିଭର୍ ଏବଂ ଫୁସଫୁସକୁ ଆକ୍ରମଣ କରିଥାଏ । କିଡନି ଯେତେବେଳେ ଏହି ବିଷାକ୍ତ ତତ୍ତ୍ୱକୁ ଛାଣିପାରେ ନାହିଁ ସେତେବେଳେ ରକ୍ତ ମାଧ୍ୟମରେ ହୃଦୟରେ ପହଞ୍ଚି ହୃଦଘାତ ବା ମୃତ୍ୟୁର କାରଣ ସାଜେ । ଲିଭରରେ ଥିବା ‘ହେପାରିନ୍’ ନାମକ ଉପାଦାନ କିଛି ମାତ୍ରାରେ ବିଷକୁ ନଷ୍ଟ କରିପାରେ କିନ୍ତୁ ଯେତେବେଳେ ବିଷର ମାତ୍ରା ଅଧିକ ହୁଏ ସେତେବେଳେ ମଣିଷର ଜୀବନ ଚାଲିଯାଏ । ସବୁଠାରୁ ବଡ଼ କଥା ହେଉଛି ଆମର ରୋଗ ପ୍ରତିରୋଧକ ଶକ୍ତି । ଯଦି ଆପଣଙ୍କ ଇମ୍ୟୁନିଟି ଦୁର୍ବଳ ଅଛି ତେବେ ଏହି ‘ବିରୁଦ୍ଧ ଆହାର’ ଆପଣଙ୍କ ପାଇଁ ତୁରନ୍ତ କାଳ ସାଜିପାରେ । ତେଣୁ ମନେରଖନ୍ତୁ ଯେଉଁ ଋତୁରେ ଯେଉଁ ଫଳ ମିଳୁଛି ତାକୁ କେବଳ ସେହି ଋତୁରେ ହିଁ ଖାଆନ୍ତୁ ଏବଂ ଖାଦ୍ୟର କମ୍ବିନେସନ୍ ଉପରେ ନଜର ରଖନ୍ତୁ । କାରଣ ଆପଣଙ୍କର ସାମାନ୍ୟ ଅସାବଧାନତା ଜୀବନ ପାଇଁ ମହଙ୍ଗା ପଡ଼ିପାରେ ।






