AK ପ୍ରଶାସନ ପକ୍ଷରୁ ସେମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସାହି ବସ୍ତିରୁ ଆରମ୍ଭ କରି ଗାଁ ଗଣ୍ଡା ପର୍ଯ୍ୟନ୍ତ ଘର ଘର ବୁଲି ଗଣନାକାରୀମାନେ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ୩୩ଟି ପ୍ରଶ୍ନର ଉତ୍ତର ସଂଗ୍ରହ କରୁଛନ୍ତି ।

ଏବେ ରାଜ୍ୟରେ ଜନଗଣନା ଓ ଘର ଗଣନା କାର୍ଯ୍ୟ ଜୋରସୋରରେ ଚାଲିଛି । ଏହି ଗୁରୁତ୍ୱପୂର୍ଣ୍ଣ ସରକାରୀ ଦାୟିତ୍ୱରେ ଶିକ୍ଷକ, ଶିକ୍ଷୟିତ୍ରୀଙ୍କଠାରୁ ଆରମ୍ଭ କରି ବହୁ ପ୍ରାଶାସନିକ ଅଧିକାରୀ ନିୟୋଜିତ ହୋଇଛନ୍ତି । ତେବେ କ୍ଷେତ୍ର ପରିଦର୍ଶନ ସମୟରେ କିଛି ସ୍ଥାନରେ ଗଣନାକାରୀଙ୍କୁ ଜନସାଧାରଣଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଥିଲା । କେଉଁଠି ଜନଗଣନାକୁ ବିରୋଧ ତ ଆଉ କେଉଁଠି ଜନଗଣନାକାରୀଙ୍କୁ । ଗଣନା କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ଏବଂ ଅଧିକାରୀଙ୍କୁ ଆକ୍ରମଣ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ବିଭିନ୍ନ ସ୍ଥାନରେ ଆକ୍ରମଣକାରୀଙ୍କ ଉପରେ ଦୃଢ଼ ଦଣ୍ଡବିଧାନ ଓ ପୁଲିସ କାର୍ଯ୍ୟାନୁଷ୍ଠାନ ପରେ ଗଣନାକାରୀମାନେ ବର୍ତ୍ତମାନ ସାମାନ୍ୟ ଆଶ୍ବସ୍ତି ପ୍ରକାଶ କରିଛନ୍ତି । ପ୍ରଶାସନ ପକ୍ଷରୁ ସେମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସାହି ବସ୍ତିରୁ ଆରମ୍ଭ କରି ଗାଁ ଗଣ୍ଡା ପର୍ଯ୍ୟନ୍ତ ଘର ଘର ବୁଲି ଗଣନାକାରୀମାନେ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ୩୩ଟି ପ୍ରଶ୍ନର ଉତ୍ତର ସଂଗ୍ରହ କରୁଛନ୍ତି । ଏଥିରେ ପରିବାରର ସଦସ୍ୟ ସଂଖ୍ୟା, ଶିକ୍ଷାଗତ ଯୋଗ୍ୟତା, ବୃତ୍ତି ଏବଂ ବାସଗୃହର ସ୍ଥିତି ଭଳି ପ୍ରମୁଖ ତଥ୍ୟ ସାମିଲ ରହିଛି ।






