AK ପୁଣି ଜନନୀ ଯନ୍ତ୍ରଣା । ପକ୍କା ରାସ୍ତା ନ ଥିବାରୁ ଖଟିଆରେ ବୁହା ହେଲେ ଗର୍ଭବତୀ । କଳାହାଣ୍ଡି ଜିଲ୍ଲାରୁ ପୁଣି ସାମ୍ନାକୁ ଆସିଲା ବିକାଶର ବିକଳ ଚିତ୍ର ।

ଧର୍ମଗଡ଼ ବ୍ଲକ ଧଅରପୁର ପଞ୍ଚାୟତ ଆମ୍ବଗୁଡ଼ା-ମାଲପଡ଼ାରେ ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହି ପ୍ରାୟ ଦେଢ଼ କିଲୋମିଟର ପର୍ଯ୍ୟନ୍ତ ନେଲେ ପରିବାର ଲୋକେ । ଦୀର୍ଘ ବର୍ଷ ଧରି ଗାଁକୁ ପକ୍କା ରାସ୍ତା ନାହିଁ। ଆମ୍ବୁଲାନ୍ସ ଆସିଲା, ହେଲେ କାଦୁଅ ରାସ୍ତା ଲାଗି ଅଧା ବାଟରେ ଅଟକି ଗଲା । ଗତବର୍ଷ ମଧ୍ୟ ଏଭଳି ଘଟଣା ଘଟିଥିଲେ ବି ସ୍ଥିତିରେ କୌଣସି ସୁଧାର ଆସି ନାହିଁ ।






