AK କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ବିରୋଧରେ ଅଭିଯୋଗ ନେଇ ମୁଖ୍ୟ ନିର୍ବାଚନ କମିସନଙ୍କ ଦ୍ବାରସ୍ଥ ହେଲେ ବରିଷ୍ଠ ବିଜେପି ନେତା । କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ ଓ ନିର୍ମଳା ସୀତାରମଣଙ୍କ ସମେତ ବିଜେପି ଡେଲିଗେସନ୍ ଇସିଆଇଙ୍କ କାର୍ଯ୍ୟାଳୟରେ ପହଞ୍ଚି ଖଡଗେଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ।

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ବିରୋଧରେ ଅଭିଯୋଗ ନେଇ ମୁଖ୍ୟ ନିର୍ବାଚନ କମିସନଙ୍କ ଦ୍ବାରସ୍ଥ ହେଲେ ବରିଷ୍ଠ ବିଜେପି ନେତା । କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ ଓ ନିର୍ମଳା ସୀତାରମଣଙ୍କ ସମେତ ବିଜେପି ଡେଲିଗେସନ୍ ଇସିଆଇଙ୍କ କାର୍ଯ୍ୟାଳୟରେ ପହଞ୍ଚି ଖଡଗେଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆତଙ୍କବାଦୀ କହିଥିଲେ ଅଖିଳ ଭାରତ କଂଗ୍ରେସ କମିଟି- ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ । ଚେନ୍ନାଇରେ ଏକ ସମ୍ବାଦିକ ସମ୍ମିଳନୀରେ ଖଡ଼ଗେ ଏପରି ବୟାନ ଦେଇଥିଲେ। ତାଙ୍କର ଏଭଳି ବୟାନକୁ ନେଇ ବିଜେପିରେ ସୃଷ୍ଟି ହୋଇଛି ଝଡ଼। ବିଜେପି ଖଡଗେଙ୍କ ନିନ୍ଦା କରିବା ସହ କଂଗ୍ରେସ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି। ସେପଟେ ଆତଙ୍କବାଦୀ ବୟାନକୁ ନେଇ ବିବାଦ ମୁଣ୍ଡ ଟେକିବା ପରେ ସ୍ପଷ୍ଟୀକରଣ ଦେଇଥିଲେ ଖଡ଼ଗେ। ଖଡ଼ଗେ କହିଥିଲେ, ତାଙ୍କ କହିବାର ଅର୍ଥ ହେଉଛି, ପ୍ରଧାନମନ୍ତ୍ରୀ ମୋଦୀ ଲୋକଙ୍କୁ ଏବଂ ରାଜନୈତିକ ଦଳଗୁଡ଼ିକୁ ଆତଙ୍କିତ କରୁଛନ୍ତି। ସେ କେବେ ପ୍ରଧାନମନ୍ତ୍ରୀଙ୍କୁ ଆତଙ୍କବାଦୀ କହି ନାହାନ୍ତି ବୋଲି ଖଡ଼ଗେ କହିଥିଲେ। ତେବେ ବିଜେପି ପକ୍ଷରୁ ଖଡ଼ଗେ ମନ୍ତବ୍ୟକୁ ତୀବ୍ର ନିନ୍ଦା କରାଯାଇଛି ।






