AK ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା। ଦକ୍ଷିଣ ଉପକୂଳ ରେଳବାଇ ପ୍ରକଳ୍ପ ଦ୍ଵାରା ଓଡ଼ିଶାର କ୍ଷତି ହେବ ନାହିଁ ବୋଲି ସରକାର କହିଲେ ।
2-ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଆଜିଠାରୁ (୮ ମେ) ଆବେଦନ ପ୍ରକ୍ରିୟା ଆରମ୍ଭ ହେଉଛି । ଓଡ଼ିଶା ମାଟ୍ରିକ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ମେ ୧୧ ରୁ ୱିଣ୍ଡୋ ଖୋଲିବା ନେଇ ବୋର୍ଡର ସୂଚନା।

3-ରାଜ୍ୟରେ ଏକାଧିକ ଖଣି ବ୍ଲକର କାର୍ଯ୍ୟକ୍ଷମ ପାଇଁ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ସରକାରଙ୍କ ନିଷ୍ପତ୍ତି । ରାଜ୍ୟ ପୋଲିସ ବିଭାଗରେ ଖାଲିଥିବା କେତେକ ପଦବୀ ପାଇଁ ନୂତନ ନିଯୁକ୍ତି ପ୍ରକ୍ରିୟା ଘୋଷଣା ହୋଇଛି।
4-ଗୁଜରାଟରୁ ଓଡ଼ିଶାକୁ ଆସିବ ୪୮,୩୩୦ କୋଟି ଟଙ୍କାର ନିବେଶ। ରାଜ୍ୟ ସରକାରଙ୍କ ସହ ୮ଟି ବଡ଼ ଏମ୍ଓୟୁ ସ୍ବାକ୍ଷରିତ। ରାଜ୍ୟରେ ଶିଳ୍ପାୟନକୁ ପ୍ରୋତ୍ସାହନ ଦେବା ପାଇଁ ୬୩ଟି ନୂତନ ଆଇଆଇଏଫ୍ (IIF) ସ୍ବାକ୍ଷର।
5-ରାଜ୍ୟ ସରକାର ’ନଗର ଗ୍ୟାସ୍ ଆବଣ୍ଟନ ନୀତି (ଓଡ଼ିଶା ସିଟି ଗ୍ୟାସ୍ ଡିଷ୍ଟ୍ରିବ୍ୟୁସନ୍) ଅଧିସୂଚିତ କରିଛନ୍ତି।
6-ଶ୍ରୀଜଗନ୍ନାଥଙ୍କ ନାମରେ ରାଜ୍ୟ ସରକାର ପ୍ରସାରଣ କରିବେ ସ୍ୱତନ୍ତ୍ର ଟିଭି ଚ୍ୟାନେଲ।
7-ପୁରୀ ଶ୍ରୀଜଗନ୍ନାଥ ଜମିର ପୁଣି ବନ୍ଦୋବସ୍ତ ହେବ, ଥଇଥାନ ହେବେ ଯୋଗ୍ୟ ହିତାଧିକାରୀ।
8-ବ୍ରହ୍ମପୁର ମହାନଗର ନିଗମରେ ବସ୍ତି ବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରମାଣପତ୍ର ପ୍ରଦାନ କରାଯାଇଛି।
9-ଭୁବନେଶ୍ୱର ବିଏମସି ପକ୍ଷରୁ ରାଜଧାନୀରେ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ପାଇଁ ସ୍ଵତନ୍ତ୍ର ସ୍କ୍ଵାଡ ଗଠନ ହୋଇଛି।
10-ଓଡ଼ିଶାର ସ୍ୱାର୍ଥ ଓ ମହାନଦୀର ନ୍ୟାୟ ସହିତ ସାଲିସ କରାଯାଇଛି ବୋଲି ଅଭିଯୋଗ କଲେ ବଞ୍ଚାଅ କମିଟି । ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ। ଅପରାଧ କରିବା ପାଇଁ ପଛାଉ ନାହାନ୍ତି। ପ୍ରଶାସନ କିମ୍ବା ଦଣ୍ଡ ପାଇଁ ଭୟ ନାହିଁ।
11-ଭୁବନେଶ୍ୱର ବାଲିଅନ୍ତାରେ ପୋଲିସ କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ଵାଇଁଙ୍କୁ ଭିଡ଼ ଦ୍ୱାରା ହତ୍ୟା ଘଟଣାରେ ୪ ଗିରଫ।
12-ଗଜପତିରୁ ୨୧ ମେଟ୍ରିକ୍ ଟନ୍, ବରଗଡ଼ରେ ୧୯୧୪ କେଜି ଓ ସୁବର୍ଣ୍ଣପୁରରେ ୧ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ ହୋଇଛି।
13-ରାଜଧାନୀ ଭୁବନେଶ୍ୱରରେ ସୁନା ଗହଣା ଲୁଟ କରୁଥିବା ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ ପର୍ଦ୍ଦାଫାଶ।
14-ମାଲକାନଗିରିରେ ବ୍ୟାପକ ପରିମାଣର ଗଞ୍ଜେଇ ଜବତ ସହ ୨ ଜଣ ଅଟକ।
15-ଯାଜପୁରରେ ନକଲି ଗୁଟଖା କାରଖାନା ଉପରେ ଚଢ଼ାଉ, ବିପୁଳ ପରିମାଣର ସାମଗ୍ରୀ ଜବତ।
16-କଟକ ବଜ୍ରକବାଟୀ ହୋଟେଲ୍ ମହାବୀର ଗ୍ୟାଲାକ୍ସିରୁ ୧୩ ପେଷାଦାର ଜୁଆଡ଼ି ଗିରଫ, ୧୯ଲକ୍ଷ ଟଙ୍କା ଜବତ।
17-କେନ୍ଦ୍ରାପଡା ତାଳଚୁଆ ରେ ଝଡ଼ରେ ଓଲଟିଲା ବୋଟ, ୨ ମହିଳା ଓ ଶିଶୁଙ୍କ ସହ ୮ ଉଦ୍ଧାର।
18-ପାଟଣାଗଡ଼ ବ୍ଲକ୍ ଅଧ୍ୟକ୍ଷଙ୍କ ଆକ୍ସନ। ଚାରି ଲକ୍ଷର କାମ ବିଜେପି କର୍ମୀଙ୍କୁ ଦେଇଥିବା ଅଭିଯୋଗ କରି, ଅଫିସ ଭିତରେ କାଗଜପତ୍ର ଚିରିଲେ।
19-ଭଦ୍ରକ ଧୁଷୁରୀ ଅଞ୍ଚଳର ଛାତ୍ର ନିଟ୍ ମେଡିକାଲ୍ ପ୍ରବେଶିକା ପରୀକ୍ଷାରେ ଭଲ କରିନଥିଲେ ବୋଲି ଫ୍ୟାନରେ ଝୁଲିପଡ଼ିଲେ।
20-ତାମିଲନାଡୁ ରାଜନୀତିରେ ହଟଚମଟ। ଅଭିନେତା ବିଜୟଙ୍କ ଦଳର ୧୦୮ ବିଧାୟକ ଇସ୍ତଫା ଦେବା ସମ୍ଭାବନା।
21-ପଶ୍ଚିମବଙ୍ଗ ଅଶାନ୍ତ: ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ପିଏଙ୍କୁ ହତ୍ୟା, ଡ୍ରାଇଭର ଗୁରୁତର।
22-ଭାରତୀୟ ରେଳବାଇ ପକ୍ଷରୁ ପ୍ରଥମ ଥର ପାଇଁ ଜିରା ପରିବହନ ପାଇଁ ସ୍ଵତନ୍ତ୍ର ଟ୍ରେନ ଚଳାଚଳ ଆରମ୍ଭ।
23-ତାମିଲନାଡୁ ଦେଶର ସର୍ବାଧିକ ଡ୍ରଗ୍ସ ଓଭରଡୋଜ ମୃତ୍ୟୁ ହେଉଥିବା ରାଜ୍ୟ ଭାବେ ତାଲିକାଭୁକ୍ତ।
24-ଭାରତ ଓ ନେପାଳ ମଧ୍ୟରେ ସୀମା ବାଣିଜ୍ୟକୁ ନେଇ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ଵାକ୍ଷରିତ।
25-ବିଶ୍ଵ ପ୍ରେସ ସ୍ୱାଧୀନତା ସୂଚକାଙ୍କରେ ଆନ୍ତର୍ଜାତୀୟ ରିପୋର୍ଟ ପ୍ରକାଶ। ଭାରତର ସ୍ଥାନ ଅନେକ ପଛରେ।
26-ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଜାରି: ଇସ୍ରାଏଲ ଓ ଗାଜା ମଧ୍ୟରେ ସଂଘର୍ଷ ତୀବ୍ର।
27-ଜଳବାୟୁ ପରିବର୍ତ୍ତନ ରୋକିବା ପାଇଁ ଜି-୭ ଦେଶଗୁଡ଼ିକର ଜରୁରୀକାଳୀନ ବୈଠକ।
28-ଆଇପିଏଲ କ୍ରିକେଟ ବର୍ଷା ବାଧିତ ମ୍ୟାଚରେ ଆରସିବି କୁ ୯ ରନରେ ହରାଇଲା ଲକ୍ଷ୍ନୌ।
29-ଓଡ଼ିଶା ରାଜ୍ୟ ୭ ବର୍ଷରୁ କମ୍ ଚେସ୍ ଚାମ୍ପିୟନସିପରେ ରେୟାନ୍ସ ରାଜ ଓ ଏଲିନା ମିଶ୍ର ଚାମ୍ପିୟନ।
30-ଟିଏସଏଏଫ (TSAF) ସ୍ପୋର୍ଟ କ୍ଲାଇମ୍ବିଂ ସମର କ୍ୟାମ୍ପ ଆରମ୍ଭ।
31-ଟେନିସ ରାଙ୍କିଙ୍ଗରେ ଶୀର୍ଷ ସ୍ଥାନ ବଜାୟ ରଖିଲେ ଭାରତୀୟ ଖେଳାଳି।
32-ଅଷ୍ଟ୍ରେଲିଆ ବିପକ୍ଷ ୧୮ ବର୍ଷରୁ କମ୍ ହକି ଶୃଙ୍ଖଳା ଲାଗି ଭାରତୀୟ ଦଳ ଘୋଷିତ।
33-ତୀରନ୍ଦାଜି ବିଶ୍ବକପ୍: ଦକ୍ଷିଣ କୋରିଆକୁ ହରାଇ ଫାଇନାଲ୍ରେ ଭାରତ।
34-ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ। ବିଭିନ୍ନ ଜିଲ୍ଲାରୁ ଦଳମାନଙ୍କ ଅଂଶଗ୍ରହଣ।
35-ଗତବର୍ଷ ଏଇ ସମୟରେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଜନାରେ ମହିଳା ଓ ଛାତ୍ରଛାତ୍ରୀଙ୍କୁ ବସ୍ ଭଡ଼ାରେ ୫୦% ରିହାତି ମିଳିବ ବୋଲି ଘୋଷଣା ହୋଇଥିଲା।
36-ଆଜି ବିଶ୍ୱ ରେଡକ୍ରସ ଦିବସ ବିଶ୍ୱ ଥାଲାସେମିଆ ଦିବସ ବିଶ୍ୱ ଗର୍ଭାଶୟ କ୍ୟାନସର ଦିବସ
37-ଆଜି ଜନ୍ମଦିନ: ଚିନ୍ମୟାନନ୍ଦ ସରସ୍ୱତୀ, ରେମୋ ଫର୍ଣ୍ଣାଣ୍ଡେଜ, ସାଇନି ଆବ୍ରାହମ, ଆଦିକନ୍ଦ ମହନ୍ତ (ଚିତ୍ରଡା, ମୟୁରଭଞ୍ଜ), ପ୍ୟାରୀମୋହନ ଆଚାର୍ଯ୍ୟ (କଟକ), ଗୋପବନ୍ଧୁ ଚୌଧୁରୀ (ସଂଗ୍ରାମୀ, ଜଗତସିଂହପୁର)
38-ଇତିହାସରେ ଆଜି ଦିନ: (୧୮୮୬) କୋକାକୋଲା ଉତ୍ପାଦନ ଆରମ୍ଭ/ (୧୯୦୧) ଦୁର୍ଭିକ୍ଷ ଯୋଗୁଁ ୧୨,୫୦,୦୦୦ ଭାରତୀୟ ମୃତ ବୋଲି ବ୍ରିଟିଶ ରିପୋର୍ଟ/ (୧୯୩୩) ଆତ୍ମ ଶୁଦ୍ଧି ପାଇଁ ଅନଶନ କଲେ ମୋହନଦାସ ଗାନ୍ଧୀ






