AK ଘରେ କେହିନଥିବା ବେଳେ ପାଚେରୀ ଡେଇଁ ତାଲା କାଟି କଳାକନା ବୁଲାଇଲେ ଦୁର୍ବୃତ୍ତ । ଆଲମିରା ଭାଙ୍ଗି ୧୦ ଲକ୍ଷ ଟଙ୍କାର ସୁନା ଓ ନଗଦ ୮ ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ସୁନ୍ଦରଗଡ଼ କୁତ୍ରା ଚୁନିପଡ଼ା ଅଞ୍ଚଳରେ ଏହି ଲୁଟ ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି । ଆଲମିରା ଭାଙ୍ଗି ୧୦ ଲକ୍ଷ ଟଙ୍କାର ସୁନା ଓ ନଗଦ ୮ ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ସୁନ୍ଦରଗଡ଼ କୁତ୍ରା ଚୁନିପଡ଼ା ଅଞ୍ଚଳରେ ଏହି ଲୁଟ ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି । ଚୁନିପଡ଼ାର ବ୍ୟବସାୟୀ ଅବକାଶ ଦାସଙ୍କ ଘରୁ ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କା ସହ ସୁନା ଚୋରି କରି ଫେରାର ହୋଇଯାଇଛନ୍ତି ।

ଅଭିଯୋଗ ଅନୁସାରେ, ଅବକାଶ କୌଣସି କାମରେ ବୁର୍ଲାରେ ଥିବା ଶ୍ୱଶୁର ଘରକୁ ଯାଇଥିଲେ । ତାଙ୍କ ସାନ ଭାଇ ରମେଶ ଦାସ ରାଜଗାଙ୍ଗପୁରକୁ ଯାଇଥିଲେ । ଏହି ସୁଯୋଗର ଫାଇଦା ଉଠାଇ କିଛି ଚୋର ଘର ପଛପଟ ପାଚେରି ଡେଇଁ ଘରର ତାଲା କାଟି ଭିତରକୁ ପ୍ରବେଶ କରିଥିଲେ । ଚୋରମାନେ ଘରର ତିନୋଟି ରୁମର ଆଲମିରା ଭାଙ୍ଗି ସେଥିରେ ରଖାଯାଇଥିବା ପ୍ରାୟ ୭ରୁ ୮ ଲକ୍ଷ ଟଙ୍କା ନଗଦ ସହ ୧୦ ଭରି ସୁନା ନେଇ ପଳାଇଯାଇଥିବା ଜଣାପଡ଼ିଛି । ସନ୍ଧ୍ୟା ପ୍ରାୟ ୮ଟା ସମୟରେ ରମେଶ ଦାସ ଘରକୁ ଫେରି ଘଟଣା ଦେଖି କୁତ୍ରା ପୁଲିସ୍କୁ ସୂଚନା ଦେଇଥିଲେ । ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।






