
AK କଟକ ର ଅଧିଷ୍ଠାତ୍ରୀ ଦେବୀ ମା କଟକ ଚଣ୍ଡୀ ମନ୍ଦିର ରେ ପ୍ରଶାସନ ତରଫରୁ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି।
ମା, ଙ୍କ ସେବା ପାଇଁ ଭକ୍ତ ମାନେ ସମର୍ପଣ କରୁଥିବା ଅର୍ଥ ରାଶି କୁ ଏଣିକି ଅନଲାଇନ ଜରିଆରେ ପୈଠ କରିପାରିବେ।
ମନ୍ଦିର ର ପ୍ରବେଶ ପଥ ଠାରୁ ବିଭିନ୍ନ ସ୍ଥାନରେ କ୍ୟୁ ଆର କୋଡ଼ ଲଗାଯାଇଛି।

ଯାହା ଫଳରେ ଭକ୍ତ ମାନେ ସହଜରେ ମନ୍ଦିରକୁ ଅର୍ଥ ଦାନ କରିପାରିବେ ।
ଇ ହୁଣ୍ଡି ବ୍ୟବସ୍ଥା ରେ ଏକ ସ୍ୱତନ୍ତ୍ର ଆକାଉଣ୍ଟ ଖୋଲାଯାଇଛି । ପ୍ରତି ତିନି ମାସକୁ ଥରେ ଏହାର ତନଖି ଓ ତଦାରଖ କରାଯିବ। ଏହାଦ୍ୱାରା ଗଣତି ଓ ଡିପୋଜିଟ୍ ସମସ୍ୟା ରହିବ ନାହିଁ । ଶ୍ରଦ୍ଧାଳୁ ଙ୍କ ସୁବିଧା ଦୃଷ୍ଟିରୁ ସେମାନେ ଅଧିକ ରାଶି ପ୍ରଦାନ କରିପାରିବେ ।

ଆକାଉଣ୍ଟ ଅଡିଟ କୌଣସି ଅସୁବିଧା ସୃଷ୍ଟି ହେବ ନାହିଁ ଓ ଆର୍ଥିକ କାରବାର ସ୍ବଚ୍ଛ ହେବ ବୋଲି ଅତିରିକ୍ତ ଜିଲ୍ଲାପାଳ କମଲ ଜିତ୍ ଦାସ ପ୍ରକାଶ କରିଛନ୍ତି । ତେବେ ଏତେ ସବୁ ବ୍ୟବସ୍ଥା ଭିତରେ ମନ୍ଦିର କାମ ଏବେ ଯାଏ ସରୁ ନ ଥିବାରୁ ଶ୍ରଦ୍ଧାଳୁ ଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି ।






