ଏ.କେ ବ୍ୟୁରୋ : “Love is always louder” । କିନ୍ତୁ ଏହି ପୋଷ୍ଟ ପରେ କିଛି ସୋସିଆଲ ମିଡିଆ ବ୍ୟବହାର କାରୀ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ଶପଥଗ୍ରହଣ ଅବସରରେ ତୃଷା ନୀଳ ରଙ୍ଗର ପାରମ୍ପରିକ ସିଲ୍କ ସାଡ଼ି ପିନ୍ଧି ଯୋଗ ଦେଇଥିଲେ। ଦକ୍ଷିଣ ଭାରତୀୟ ସିନେମାର ଚର୍ଚ୍ଚିତ ଅଭିନେତ୍ରୀ ତ୍ରୀଶା କ୍ରୀଷ୍ଣନ ପୁଣି ଚର୍ଚ୍ଚାରେ ସୋସିଆଲ ମିଡିଆରେ । ତାମିଲ ସୁପରଷ୍ଟାର ଓ ନୂତନ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଯୋଶେଫ ବିଜୟ ଗତକାଲି ଶପଥ ପାଠ କରିଛନ୍ତି । କିନ୍ତୁ ଶପଥ ପାଠ ପରେ ତ୍ରୀଶାଙ୍କ ସୋସିଆଲ ମିଡିଆ ପୋଷ୍ଟ ଏବେ ଭାଇରାଲ ହୋଇଛି ସେ ପୋଷ୍ଟରେ କିଛି ଫୋଟ ସହ ଲେଖିଛନ୍ତି
“Love is always louder” । କିନ୍ତୁ ଏହି ପୋଷ୍ଟ ପରେ କିଛି ସୋସିଆଲ ମିଡିଆ ବ୍ୟବହାର କାରୀ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ଶପଥଗ୍ରହଣ ଅବସରରେ ତୃଷା ନୀଳ ରଙ୍ଗର ପାରମ୍ପରିକ ସିଲ୍କ ସାଡ଼ି ପିନ୍ଧି ଯୋଗ ଦେଇଥିଲେ। ତାଙ୍କର ସରଳ କିନ୍ତୁ ଆକର୍ଷଣୀୟ ଲୁକ୍ ସମସ୍ତଙ୍କୁ ଆକର୍ଷଣ କରିଥିଲା । ସୋସିଆଲ ମିଡିଆରେ ତାଙ୍କ ଫଟୋ ଓ ଭିଡିଓ ଭାଇରାଲ ହେବା ସହ ଅନେକ ଫ୍ୟାନ୍ ତାଙ୍କୁ ପ୍ରଶଂସା କରିଥିଲେ।

କିନ୍ତୁ ଅନ୍ୟ ପକ୍ଷରେ କେତେକ ଲୋକ ତ୍ରୀଶାଙ୍କ ପୋଷ୍ଟକୁ ନେଇ ଟ୍ରୋଲ କରିବା ଆରମ୍ଭ କରିଥିଲେ । ବିଜୟଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଦୀର୍ଘଦିନ ଧରି ଗସିପ୍ ଚାଲିଥିବା ବେଳେ, “Love is always louder” ବାକ୍ୟକୁ ଅନେକ ଲୋକ ବ୍ୟକ୍ତିଗତ ସନ୍ଦେଶ ଭାବେ ଦେଖିଥିଲେ । କେହି କହିଥିଲେ ଯେ ଏହା ବିଜୟଙ୍କ ପାଇଁ ଇଙ୍ଗିତ, ଆଉ କେହି ତ୍ରୀଶାଙ୍କୁ ନିଜସ୍ୱ ଜୀବନକୁ ଚର୍ଚ୍ଚାରେ ରଖିବା ପାଇଁ ଆଲୋଚନା କରିଥିଲେ ।
ସମ୍ପ୍ରତି ବିଜୟଙ୍କ ପାରିବାରିକ ଜୀବନକୁ ନେଇ ମଧ୍ୟ ବହୁତ ଖବର ସାମ୍ନାକୁ ଆସୁଛି। ତାଙ୍କ ଘରୋଇ ସମସ୍ୟା ଓ ବିଚ୍ଛେଦ ନେଇ ଚର୍ଚ୍ଚା ହେଉଥିବା ସମୟରେ ତ୍ରୀଶାଙ୍କ ଏପରି ପୋଷ୍ଟ ଆଉ ଅଧିକ ଚର୍ଚ୍ଚା ବଢାଇଛି । ବିଜୟଙ୍କ ଶପଥଗ୍ରହଣ ଉତ୍ସବ ରେ ତାଙ୍କ ସ୍ତ୍ରୀ ଓ ସନ୍ତାନମାନେ ଉପସ୍ଥିତ ନଥିବାରୁ ମଧ୍ୟ ସୋସିଆଲ ମିଡିଆରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଥିଲା ।
ତ୍ରୀଶା ଓ ବିଜୟ ଅନେକ ସୁପରହିଟ୍ ଚଳଚ୍ଚିତ୍ରରେ ସହ ଅଭିନୟ କରିଛନ୍ତି।
ଦୁହିଁ ଜଣଙ୍କ ଅନ୍ ସ୍କିନ କେମିଷ୍ଟ୍ରିକୁ ଦର୍ଶକ ଅତ୍ୟନ୍ତ ପସନ୍ଦ କରନ୍ତି । ସେହି କାରଣରୁ ତାଙ୍କ ବ୍ୟକ୍ତିଗତ ସମ୍ପର୍କକୁ ନେଇ ଗୁଞ୍ଜନ ସବୁବେଳେ ଚାଲିଆସିଛି । ଯଦିଓ ଦୁହେଁ କେବେ ମଧ୍ୟ ଏହି କଥା କୁ ସାର୍ବଜନୀନ ଭାବେ ସ୍ୱୀକାର କରିନାହାନ୍ତି । ତ୍ରୀଶା ଙ୍କ ପୋଷ୍ଟକୁ କେହି ସମର୍ଥନ କରୁଥିବା ବେଳେ, ଆଉ କେହି ଏହାକୁ ଅନାବଶ୍ୟକ ଭାବେ ଟ୍ରୋଲ କରୁଛନ୍ତି ।






