AK ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଜଟେସିଂହାରେ ଅବସ୍ଥିତ ସନ୍ଥକବି ଭୀମଭୋଇଙ୍କ ଜନ୍ମ ସ୍ମୃତିପୀଠ ଠାରେ ପବିତ୍ର ବୈଶାଖ ପୂର୍ଣ୍ଣିମା ଅବସରରେ ତାଙ୍କର ଜନ୍ମବାର୍ଷିକୀ ଶୁକ୍ରବାର ଦିନ ଶ୍ରଦ୍ଧା ଓ ଭକ୍ତି ସହିତ ପାଳନ କରାଯାଇଛି । ଏହି ପବିତ୍ର ଅବସରରେ ବୀରମହାରାଜପୁର ଅଞ୍ଚଳର ଅନେକ ବୁଦ୍ଧିଜୀବୀ, ଜଟେସିଂହା ଗ୍ରାମର ଗ୍ରାମବାସୀ ଏବଂ ଅଲେଖ ମହିମା ଧର୍ମକୁ ସ୍ୱୀକାର କରିଥିବା ଅନ୍ତେବାସୀ ସାଧୁମାନେ ଯୋଗଦେଇଥିଲେ ।

ସମସ୍ତେ ମିଶି ମହିମା ଧର୍ମର ନିୟମ ଓ ପରମ୍ପରାକୁ ଅନୁସରଣ କରି ଧର୍ମ ପ୍ରଚାରରେ ନିଜେମାନଙ୍କୁ ସମର୍ପିତ କରିଥିବା ଦେଖିବାକୁ ମିଳିଥିଲା।ସମଗ୍ର ପରିସରଟି ଏକ ଆଧ୍ୟାତ୍ମିକ ମାହୋଲ ସୃଷ୍ଟି କରିଥିଲା । “ଗୁରୁ ବ୍ରହ୍ମ ମହିମା ଅଲେଖ” ନାମର ଧ୍ୱନିରେ ସ୍ଥାନଟି ଗୁଞ୍ଜରିତ ହୋଇ ଉଠିଥିଲା, ଯାହା ଉପସ୍ଥିତ ସମସ୍ତଙ୍କୁ ଭକ୍ତିମୟ ପରିବେଶରେ ଲୀନ କରିଦେଇଥିଲା । ଏହି ଉତ୍ସବ ମାଧ୍ୟମରେ ସନ୍ଥକବି ଭୀମଭୋଇଙ୍କ ଆଦର୍ଶ ଓ ମହିମା ଧର୍ମର ସନ୍ଦେଶକୁ ସମାଜରେ ପ୍ରସାର କରିବାର ଆହ୍ୱାନ ଜଣାଯାଇଥିଲା ।
ବ୍ୟୁରୋ ରିପୋର୍ଟ ଆପଣଙ୍କ ଖବର






