AK ଜନ ଗଣନା କରିବାକୁ ଯାଇ ନିଖୋଜ ଶିକ୍ଷୟତ୍ରୀ । ତିନି ଦିନ ହେଲାଣି ମିଳୁନି ପତ୍ତା। ଗତ ୧୮ ତାରିଖ ଶନିବାର ଠାରୁ ଜନଗଣନା କରିବାକୁ ଯାଇ ନିଖୋଜ ଅଛନ୍ତି । ଶିକ୍ଷୟତ୍ରୀ ଜଣଙ୍କ ବାରିପଦା ସଦର ଥାନା ଅନ୍ତର୍ଗତ ଢେଙ୍କିନେଞ୍ଜିଆ ସରକାରୀ ୟୁପି ସ୍କୁଲରେ ମାତ୍ର ୬ମାସ ହେବ ନୂତନ ଭାବେ ନିଯୁକ୍ତି ପାଇଥିଲେ ।

ତିନି ଦିନ ହେଲାଣି ମିଳୁନି ପତ୍ତା। ଗତ ୧୮ ତାରିଖ ଶନିବାର ଠାରୁ ଜନଗଣନା କରିବାକୁ ଯାଇ ନିଖୋଜ ଅଛନ୍ତି । ଶିକ୍ଷୟତ୍ରୀ ଜଣଙ୍କ ବାରିପଦା ସଦର ଥାନା ଅନ୍ତର୍ଗତ ଢେଙ୍କିନେଞ୍ଜିଆ ସରକାରୀ ୟୁପି ସ୍କୁଲରେ ମାତ୍ର ୬ମାସ ହେବ ନୂତନ ଭାବେ ନିଯୁକ୍ତି ପାଇଥିଲେ । ଶିକ୍ଷୟତ୍ରୀ ଜଣଙ୍କ ଭଡା ରହୁଥିବା ଘର ମାଲିକ ଏବଂ ଶିକ୍ଷୟତ୍ରୀଙ୍କ ଭାଇ ନିଖୋଜ ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣାର ତଦନ୍ତ ଜାରି ରଖିଛି ବାରିପଦା ସଦର ଥାନା ପୁଲିସ୍ । ନିଖୋଜ ଶିକ୍ଷୟିତ୍ରୀ ଜଣଙ୍କ ପୁରୀ ଜିଲ୍ଲା କଣାସ ବ୍ଲକ ଅଞ୍ଚଳର ବୋଲି ଜଣାପଡ଼ିଛି । ଗତ ୧୮ ତାରିଖ ସକାଳୁ ଢେଙ୍କିନେଞ୍ଜିଆ ଗାଁକୁ ଜନଗଣନା ପାଇଁ ବାହାରିଥିଲେ, ତାପରେ ଆଉ ଫେରିନାହାନ୍ତି । ପୁଲିସ ତାଙ୍କ ମୋବାଇଲ ଟ୍ରାକିଂ କରିବା ସହ ସ୍ଥାନୀୟ ଅଞ୍ଚଳ ଏବଂ ଶିକ୍ଷୟତ୍ରୀଙ୍କ ସମ୍ପର୍କୀୟ ଓ ବନ୍ଧୁ ବାନ୍ଧବ ଙ୍କ ଘରେ ମଧ୍ୟ ଖୋଜାଖୋଜି କରୁଛି । ତାଙ୍କ ମୋବାଇଲ୍ ଫୋନ୍ ବନ୍ଦ ରହିଥିବାବେଳେ ବର୍ତ୍ତମାନ ସୁଦ୍ଧା ଶିକ୍ଷୟିତ୍ରୀଙ୍କର କୌଣସି ପତ୍ତା ମିଳିନାହିଁ ।






