ଏ.କେ ବ୍ୟୁରୋ : ବାସିଭାତ ପ୍ରାକୃତିକ ଉପାୟରେ ସ୍କିନକୁ ଗ୍ଲୋ କରିଥାଏ । ମୁଖରେ କୁଞ୍ଚଳ ପଡ଼ିବାକୁ ଦିଏନାହିଁ ବାସିଭାତ। ଦାଗ ପଡ଼ିଥିଲେ ମଧ୍ୟ ଏହି ଫେସପ୍ୟାକ୍ ବହୁତ ଭଲ କାମ କରେ। ସୂର୍ଯ୍ୟକିରଣରୁ ରକ୍ଷା ପାଇବାକୁ ମଧ୍ୟ ବାସିଭାତର ମଇସ୍କରାଇଜର ବ୍ୟବହାର କରିପାରିବେ । ଅନେକ ସମୟରେ ଘରେ ଅଧିକ ଭାତ ରୋଷେଇ ହୋଇଯାଏ, ଖାସ୍ କରି ରାତି ସମୟରେ ମା’ମାନେ ଯେତେବେଳେ ଅଧିକ ମାତ୍ରାରେ ଭାତ ରୋଷେଇ କରିଦିଅନ୍ତି ସେଥିରେ ପାଣି ଭର୍ତ୍ତି କରି ପଖାଳ କରି ରଖିଦେଇଥା’ନ୍ତି ।

କିନ୍ତୁ କିଛି ଘରେ ବାସି ଖାଦ୍ୟ ଖାଇବାକୁ ଲୋକେ ପସନ୍ଦ କରନ୍ତି ନାହିଁ ଯାହାଦ୍ବାରା ଏହି ବଳକା ଭାତ ଫୋପଡ଼ାଯାଏ । ଯଦି ଆପଣ ମଧ୍ୟ ବାସିଭାତକୁ ଫୋପାଡୁଛନ୍ତି ତା’ହେଲେ ଆଗକୁ ଏଭଳି କରନ୍ତୁ ନାହିଁ । କାରଣ ଏହି ବାସି ଭାତ ଦ୍ବାରା ଆପଣ ନିଜ ସ୍କିନକୁ ଗୋରା କରିପାରିବେ । ଛୁଆଙ୍କ ପରି କୋମଳ ଏବଂ ଗ୍ଲାସ୍ ସ୍କିନ୍ ପାଇବା ପାଇଁ ବାସିଭାତ ରାମବାଣ ପରି କାମ କରିବ । ଯେହେତୁ ଭାତରେ ଆମିନୋ ଏସିଡ୍ , ଭିଟାମିନ୍ ଏବଂ ଆଣ୍ଟିଅକ୍ସିଡେଣ୍ଟ୍ ଥାଏ ତେଣୁ ଏହା ତ୍ବଚାର ଦାଗ-ବ୍ରଣ କମ୍ କରି ସ୍କିନକୁ ଚିକ୍କଣ , କୋମଳ ଏବଂ ତୋଫାପଣ ଦେବାର କାମ କରିବ । ତେଣୁ ଆଗକୁ ଯଦି ଘରେ ଭାତ କରୁ କରୁ ଅଧିକ ହୋଇଯାଏ ତେବେ ଏହାକୁ ନ ଫୋପାଡ଼ି ତ୍ବଚାରେ ଲଗାଇ ଫେସପ୍ୟାକ୍ ଭଳି ବ୍ୟବହାର କରିପାରିବେ । ତେବେ କେମିତି ପ୍ରସ୍ତୁତ କରିବେ ଏହି ବାସି ଭାତ ଫେସପ୍ୟାକ୍ ଏବଂ ଏହା ତ୍ବଚାରେ କି ପ୍ରକାର ଲାଭ କରିବ ଆସନ୍ତୁ ଜାଣିବା । ବାସିଭାତ ପ୍ରାକୃତିକ ଉପାୟରେ ସ୍କିନକୁ ଗ୍ଲୋ କରିଥାଏ । ମୁଖରେ କୁଞ୍ଚଳ ପଡ଼ିବାକୁ ଦିଏନାହିଁ ବାସିଭାତ। ଦାଗ ପଡ଼ିଥିଲେ ମଧ୍ୟ ଏହି ଫେସପ୍ୟାକ୍ ବହୁତ ଭଲ କାମ କରେ। ସୂର୍ଯ୍ୟକିରଣରୁ ରକ୍ଷା ପାଇବାକୁ ମଧ୍ୟ ବାସିଭାତର ମଇସ୍କରାଇଜର ବ୍ୟବହାର କରିପାରିବେ । ଟାନିଙ୍ଗ୍ ମଧ୍ୟ କମ୍ କରିଥାଏ ଏହି ପାକ୍ । ଚର୍ମକୁ ଚିକ୍କଣ ତ୍ବଚା ସଫା କରିବାର କାମ କରେ ବାସିଭାତ । ତେବେ ଏହି ପ୍ୟାକ୍ ଘରେ ପ୍ରସ୍ତୁତ କରିବା ଖୁବ୍ ସହଜ । ଏଇଥିପାଇଁ ଆପଣଙ୍କୁ ରୋଷେଇ ଘରୁ ହିଁ ସବୁ ସାମଗ୍ରୀ ମିଳିଯିବ । ଯାହାକୁ ବାସିଭାତ ସହ ମିଶ୍ରଣ କରି ଆପଣ ଲଗାଇ ପାରିବେ । ସର୍ବପ୍ରଥମେ ରାତିରେ ବଳକା ଥିବା ଭାତ ନିଅନ୍ତୁ ଏବଂ ଏଥିରେ ପାଣି ମିଶାଇ ଭଲ ଭାବରେ ବାଟିନିଅନ୍ତୁ ଅଥବା ଗ୍ରାଇଣ୍ଡିଂ କରିନିଅନ୍ତୁ । ଅତ୍ୟଧିକ ପାଣି ନକରି ସ୍ମୁଥ୍ ପେଷ୍ଟ୍ ପ୍ରସ୍ତୁତ କରନ୍ତୁ । ଏଥିରେ ୨ ଚାମଚ ଚାଉଳ ପେଷ୍ଟ୍ , ଗୋଟିଏ ଚାମଚ ଦହି ଏବଂ ମହୁ ପକାଇ ଗୋଳାନ୍ତୁ । ଏହି ପେଷ୍ଟକୁ ଭଲଭାବରେ ମିକ୍ସ କଲା ପରେ ୧୫ ମିନିଟ୍ ପାଇଁ ଛାଡ଼ିଦିଅନ୍ତୁ । ହୋଇଗଲା ଆପଣଙ୍କ ବାସିଭାତର ଫେସପ୍ୟାକ୍ ।






