ହଁ ଦର୍ଶକ ବନ୍ଧୁ ଏଭଳି ଦୁର୍ଭାଗ୍ୟ ଜନକ ଘଟଣା ଘଟିଛି ଭୁବନେଶ୍ୱର , ନୟାପଲ୍ଲୀ ଥାନା ଅଞ୍ଚଳରେ।
ନାବାଳିକା ଝିଆରୀ ଘରେ ରହି ପାଠ ପଢୁଥିଲା। ମଉସା ଜବରଦସ୍ତ ବଳାତ୍କାର କରିବା ସହ ଅଶ୍ଳୀଳ ଭିଡିଓ ରେକର୍ଡ କରିଥିଲା। ମଉସାକୁ ସହଯୋଗ କରିବାକୁ ଝିଆରୀକୁ ବାଧ୍ୟ କରୁଥିଲା ମାଉସୀ। ପରେ ଭିଡିଓ ଭାଇରାଲ୍ କରି ବ୍ଲାକ୍ ମେଲ୍ କରିଥିଲେ।
ଏନେଇ ଅଭିଯୋଗରେ ନୟାପଲ୍ଲୀ ଥାନା ପୁଲିସ୍ ମଉସା ମାଉସୀକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଜୟକୃଷ୍ଣ ବେହେରା(୫୪) ଓ ତାଙ୍କ ପତ୍ନୀ ପ୍ରଭା ନଳିନୀ ନାୟକ(୫୧)। ଗତକାଲି ରାତିରେ ପୁଲିସ୍ ଦୁହିଁଙ୍କୁ ଗିରଫ କରିଥିଲା। ଆଜି କୋର୍ଟ ଚାଲାଣ କରାଯାଇଛି।
ସୂଚନା ଅନୁଯାୟୀ କନ୍ଧମାଳ ରାଇକିଆ ର ଜୟକୃଷ୍ଣ ଦୀର୍ଘ ବର୍ଷ ହେବ ପରିବାର ସହ ନୟାପଲ୍ଲୀ ଅନ୍ନପୂର୍ଣ୍ଣା ଆପାର୍ଟମେଣ୍ଟ ରହୁଛନ୍ତି। କିଛି ବର୍ଷ ତଳେ ତାଙ୍କର ୧୬ ବର୍ଷର ଝିଆରୀ ଭୁବନେଶ୍ୱରରେ ଯୁକ୍ତ ଦୁଇ ପଢିବାକୁ ଭୁବନେଶ୍ୱର ଆସିଥିଲେ। ମଉସା-ମାଉସୀଙ୍କ ପାଖରେ ରହି କଲେଜକୁ ଯାଉଥିଲେ।

ଝିଆରୀ ତାଙ୍କ ଘରେ ରହିବାର ୬ ମାସ ପରେ ମଉସା ଖରାପ ନଜର ପକାଇଥିଲେ। ଏମିତିକି ମଉକା ଦେଖି ନାବାଳିକା ଝିଆରୀକୁ ବଳାତ୍କାର କରିଥିଲେ।ମଉସା କହିଥିଲେ ଯଦି ଏ ବିଷୟରେ କାହାକୁ ଜଣାଇବୁ ତା’ହେଲେ ତୋ ପାଠ ପଢ଼ା ବନ୍ଦ ହୋଇଯିବ ବୋଲି। ଝିଆରୀ ଡରି ଯାଇ ଏ ବିଷୟରେ କାହାକୁ କିଛି ଜଣାଇ ନଥିଲା।
ମଉସାଙ୍କ କାମୁକ ନଜର ଦିନକୁ ଦିନ ବଢି ଯାଇଥିଲା। ଶେଷରେ କିଛି ଉପାୟ ନ ପାଇ ଝିଆରୀ ଜଣକ ଏ ବିଷୟରେ ମାଉସୀକୁ ଜଣାଇଥିଲା। ମାଉସୀ ଝିଆରୀକୁ ସୁରକ୍ଷା ଦେବା ବଦଳରେ ମଉସାକୁ ସହଯୋଗ କରିବାକୁ କହିଥିଲେ। ନ ହେଲେ ଘରୁ ବାହାର କରି ଦେବେ ।
ଏହା ପରେ ମଉସା ନାବାଳିକା ଝିଆରୀ ସହ ବାରମ୍ବାର ବଳାତ୍କାର କରି ଭିଡିଓ ରେକର୍ଡ କରିଥିଲା। ସେ ସବୁ ଭିଡିଓ ମଉସା ନିଜ ଫୋନ ରେ ରଖିଥିଲେ। ୪ ବର୍ଷ ଧରି ମଉସା ଏମିତି କରି ଚାଲିଥିଲେ। ପାଠ ପଢ଼ାକୁ ଲକ୍ଷ୍ୟ ରଖି ସବୁ ସହିଥିଲେ।ତେବେ ଏହାରି ଭିତରେ ମାଉସୀ ଯୋଜନା କରିଥିଲେ ଝିଆରୀକୁ ଖରାପ କାମରେ ଲଗାଇ ଟଙ୍କା କମାଇବା ପାଇଁ।

ରାଜସ୍ଥାନର ଜଣେ ଯୁବକକୁ ତାଙ୍କ ସହ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ। ଏମିତିକି ବିବାହ ପ୍ରସ୍ତାବ ଦେଇଥିଲେ। ହେଲେ ମିଳାମିଶା ପରେ ବିବାହ କଥା ଉଠିବାରୁ ଯୁବତୀ ଜଣକୁ ରାଜସ୍ଥାନୀ ଯୁବକ କହିଲେ ଯେ ତୁମ ସହ ମିଶିବାକୁ ତୁମ ମାଉସୀ ମୋ ଠାରୁ ନଗଦ ୫ ହଜାର ଟଙ୍କା ନେଇଛି। ଝିଆରୀ ଘଟଣାର ସତ୍ୟତା ଜାଣିବା ପରେ ସେ ମାଉସୀ ଘର ଛାଡି ଗାଁକୁ ପଳାଇଥିଲେ।
ଲୋକ ଲଜ୍ଜା ଭୟରେ ଘଟଣା ବିଷୟରେ କାହାକୁ କିଛି କହି ନଥିଲେ। ଏବେ ଯୁବତୀଙ୍କୁ ଏବେ ୨୫ ବର୍ଷ। ଗତ କିଛି ମାସ ତଳେ ପରିବାର ଲୋକ ବାହାଘର ଠିକ୍ କରିଥିଲେ। ୧୫ ଦିନ ପରେ ବାହାଘର ହୋଇଥାନ୍ତା। ତେବେ ସବୁ କଥାକୁ ଭୁଲି ଯୁବତୀ ଜଣକ ତାଙ୍କ ମାଉସୀକୁ ନିମନ୍ତ୍ରଣ ଦେଇଥିଲେ। ଏ କଥା ମଉସା ଜାଣିବା ପରେ ତାଙ୍କ ମୁଣ୍ଡକୁ ସଇତାନ ବୁଦ୍ଧି ଆସିଥିଲା।
ଝିଆରୀକୁ ଫୋନ୍ କରି ମଉସା କହିଥିଲେ, ବାହାଘର ପୂର୍ବରୁ ଯଦି ମୋ ସହ ଶାରୀରିକ ସମ୍ପର୍କ ନ ରଖିବୁ ତା’ହେଲେ ତୋର ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍ କରି ଦେବି। ଏମିତି ଧମକ ଶୁଣି ଝିଆରୀ ଡରି ନଥିଲା। ଏହାପରେ ବାହାଘର ଭାଙ୍ଗି ଯାଇଥିଲା। ତେବେ ଏନେଇ ଯୁବତୀ ଜଣକ ନୟାପଲ୍ଲୀ ଥାନାକୁ ଆସି ଅଭିଯୋଗ କରିଥିଲେ। ଅଭିଯୋଗ ଆଧାର ରେ ନୟାପଲ୍ଲୀ ପୋଲିସ ଉଭୟ ଙ୍କୁ ଗିରଫ କରିଥିଲା।
କଟକ ରୁ ଦେବୀ ଦତ୍ତ ଶିବପ୍ରସାଦ ନାୟକ






