ଏ.କେ ବ୍ୟୁରୋ : ଯୁବକଙ୍କ ଦରପୋଡା ମୃତଦେହ ଉଦ୍ଧାର ଘଟଣାରେ ନୂଆ ମୋଡ଼। ଇନଷ୍ଟାଗ୍ରାମ ପ୍ରେମରୁ ଜଘନ୍ୟ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର। ବାଲି ସାହି ଗାଁର ଜଣେ ବିବାହିତ ମହିଳାଙ୍କ ସହ ତାଙ୍କର ଥିଲା ପ୍ରେମ ସମ୍ପର୍କ।

ସେ ସବୁବେଳେ ଟଙ୍କା ମାଗୁଥିଲେ, ଟଙ୍କା ନ ଦେବାରୁ ମାରି ଫିଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ସେପଟେ ଘଟଣାସ୍ଥଳରେ ସାଇଣ୍ଟଫିକ୍ଟ ଟିମ୍ ଏବଂ ସନ୍ଧାନୀ କୁକୁର ପହଞ୍ଚି ତଦନ୍ତ କରୁଛି। ନୟାଗଡ ଗଣିଆର ବାଲିସାହି ଗାଁ ନିକଟ ରାସ୍ତା କଡରେ ଯୁବକଙ୍କ ଦରପୋଡା ମୃତଦେହ ଠାବ ହୋଇଛି। ମୃତ ଯୁବକ କନ୍ଧମିଗିରୀ ଗାଁର ୧୮ ବର୍ଷୀୟ ସଞ୍ଜୟ ପ୍ରଧାନ। ନ୍ୟାୟ ଦାବିରେ ରାସ୍ତା ରୋକ କରିଛନ୍ତି ଗ୍ରାମବାସୀ।






