ଏ.କେ. ବ୍ୟୁରୋ: ରାସ୍ତାକଡ଼ରେ ଠିଆ ହୋଇଥିବା ଟ୍ରକକୁ ପିଟି ଦେଲା କାର। ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ମାଥିଲି ଥାନା ସମ୍ମୁଖରେ। ଏଥିରେ ୨ ଜଣଙ୍କ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ମଧ୍ୟରେ ଜଣେ ବର୍ଷ କର ଶିଶୁ ରହିଛି। ଚାରିଜଣ ଆହତ ହୋଇ ମାଥିଲି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମୃତାହତମାନେ କୋରାପୁଟର। ସେମାନେ ଏକ ନିର୍ବନ୍ଧ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ମାଲକାନଗିରି ଯାଇଥିଲେ। ସେଠାରୁ ଫେରିବା ବେଳେ ଘଟିଥିଲା ଏହି ଦୁର୍ଘଟଣା।

କାରଟି ଦ୍ରୁତ ଗତିରେ ଯାଉଥିବା ବେଳେ ଭାରସାମ୍ୟ ମାଥିଲି ଥାନା ସମ୍ମୁଖରେ ରାସ୍ତାକଡ଼ରେ ଠିଆ ହୋଇଥିବା ଟ୍ରକ୍ରେ ପିଟି ହୋଇଥିଲା। ଘଟଣାସ୍ଥଳରେ ଗାଡ଼ି ଚାଳକ ପି ଚିଣ୍ଟୁ ଓ ବର୍ଷକର ଶିଶୁଙ୍କ ମୃତ୍ୟୁ ଘଟିଥିଲା। ପି. ଚିଣ୍ଟୁଙ୍କୁ କାର ଭିତରୁ ବାହାର କରିବା ପାଇଁ ପୁଲିସ ଓ ଅଗ୍ନିଶମ ବାହିନୀକୁ ନାକେଦମ ହେବାକୁ ପଡ଼ିଥିଲା।






