AK ତାମିଲନାଡୁରେ ଗୋଟିଏ ପର୍ଯ୍ୟାୟରେ ପାଇଁ ଚାଲିଛି ମତଦାନ । ଏଆଇଡିଏମକେ ଓ ବିଜେପି ମେଣ୍ଟରେ ନିର୍ବାଚନ ଲଢୁଥିବାବେଳେ ଶାସକ ଦଳ ଡିଏମକେ ଓ କଂଗ୍ରେସ ମେଣ୍ଟରେ ମଇଦାନରେ ଅଛନ୍ତି । ଏଥିସହ ଅଭିନେତା ବିଜୟଙ୍କ ପାର୍ଟି ଟିଭିକେ ମଧ୍ୟ ସମସ୍ତ ୨୩୪ଟି ଆସନରେ ପ୍ରାର୍ଥି ଦେଇଛନ୍ତି । ମୋଟ୍ ଆସନରେ ୪ ହଜାରରୁ ଅଧିକ ପ୍ରାର୍ଥୀ ଭାଗ୍ୟ ପରୀକ୍ଷା କରୁଛନ୍ତି । ଏଆଇଡିଏମକେ ଓ ବିଜେପି ମେଣ୍ଟରେ ନିର୍ବାଚନ ଲଢୁଥିବାବେଳେ ଶାସକ ଦଳ ଡିଏମକେ ଓ କଂଗ୍ରେସ ମେଣ୍ଟରେ ମଇଦାନରେ ଅଛନ୍ତି । ଏଥିସହ ଅଭିନେତା ବିଜୟଙ୍କ ପାର୍ଟି ଟିଭିକେ ମଧ୍ୟ ସମସ୍ତ ୨୩୪ଟି ଆସନରେ ପ୍ରାର୍ଥି ଦେଇଛନ୍ତି । ମୋଟ୍ ଆସନରେ ୪ ହଜାରରୁ ଅଧିକ ପ୍ରାର୍ଥୀ ଭାଗ୍ୟ ପରୀକ୍ଷା କରୁଛନ୍ତି । ତାମିଲନାଡୁରେ ୫ କୋଟିରୁ ଅଧିକ ଭୋଟର ଭୋଟ ଦେବେ । କିଛି କିଛି ଆସନରେ କଂଗ୍ରେସ ଓ ବିଜେପିର ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି ।

ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ୍ କୋଲାଥୁର ଆସନରୁ ଲଢୁଥିବାବେଳେ ତାଙ୍କ ପୁଅ ଉଦୟନିଧି ଷ୍ଟାଲିନ୍ ଚେପୁକ୍ ଥିରୁଭାଲିକେନି ଆସନରୁ ଲଢୁଛନ୍ତି । ୨୦୧୧ରୁ ଷ୍ଟାଲିନ କୋଲାଥୁର ଆସନରୁ ନିର୍ବାଚନ ଲଢୁଛନ୍ତି । ସେହିଭଳି ଅଭିନେତା ବିଜୟ ଦୁଇଟି ଆସନରୁ ନିର୍ବାଚନ ଲଢୁଛନ୍ତି । ତିରୁଚିରାପାଲ୍ଲୀ ଇଷ୍ଟ ଏବଂ ପେରାମବୁର ଆସନରୁ ନିର୍ବାଚନ ଲଢୁଛନ୍ତି। ଏପଟେ ଏଆଇଏଡିଏମକେ ମୁଖ୍ୟ ତଥା ଏନଡିଏର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଲାନିସ୍ୱାମୀ ଇଡାପଡ୍ଡି ଆସନରୁ ଲଢୁଛନ୍ତି । ୨୦୧୧ରୁ ପାଲାନିସ୍ୱାମୀ ଏହି ଆସନରୁ ନିର୍ବାଚନ ଲଢୁଛନ୍ତି । ଡିଏମକେରୁ ଓ ପନିରସେଲଭମ ବୋଦିନାୟାକାନୁର ଆସନରୁ ନିର୍ବାଚନ ଲଢୁଛନ୍ତି । ନିର୍ବାଚନର କିଛି ଦିନ ଆଗରୁ ସେ ଏଆଇଡିଏମକେରୁ ଡିଏମକେ ଆସି ସାମିଲ ହୋଇଥିଲେ । ବିଜେପି ପ୍ରାର୍ଥୀ ତଥା ତେଲେଙ୍ଗାନାର ପୂର୍ବତନ ରାଜ୍ୟପାଳ ତାମିଲିସାଇ ସୌନ୍ଦରାଜନ ମାଇଲାପୁର ଆସନରୁ ନିର୍ବାଚନ ଲଢୁଛନ୍ତି । ବିଜେପିର ରାଜ୍ୟସଭାପତି ନୈନାର ନାଗେନ୍ଦ୍ରନ ସତ୍ତୁର ଆସନରୁ ନିର୍ବାଚନ ଲଢୁଛନ୍ତି । ତାମିଲନାଡୁ ବିଧାନସଭାରେ ୨୩୪ଟି ଆସନ ରହିଛି। ଗତ ନିର୍ବାଚନରେ ଏଠାରେ ଡିଏମ୍କେ ୧୩୩ଟି ଆସନ ଜିତି କଂଗ୍ରେସ ଓ ଅନ୍ୟ କିଛି ଦଳ ସହ ମିଶି ସରକାର ଗଠନ କରିଥିଲା । ଅନ୍ୟପକ୍ଷରେ ଏଆଇଏଡିଏମ୍କେ ୬୦, ବିଜେପି ୪ ଓ ପିଏମ୍କେ ୩ଟି ଆସନ ଜିତିଥିଲେ ।






