AK ଦକ୍ଷିଣ କୋଲକାତାର ଭବାନୀପୁର ଆସନରେ ମମତା ବାନାର୍ଜୀଙ୍କୁ ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କଠାରୁ କଡ଼ା ମୁକାବିଲାର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଆଶା କରାଯାଉଛି । ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ହେଉଛି ମମତା ବାନାର୍ଜୀ ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ କି ନା’ ଦିଦିଙ୍କ ଭାଗ୍ୟରେ ଆଉ କିଛି ଅଛି ? ଆସନ୍ତାକାଲି ଅର୍ଥାତ୍ ମେ’ ୪ ତାରିଖ, ସୋମବାର ଦିନ ଆସିବାକୁ ଯାଉଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୬ର ଫଳାଫଳ । ଏହି ଫଳାଫଳ କେବଳ ପଶ୍ଚିମବଙ୍ଗ ପାଇଁ ନୁହେଁ ବରଂ ମମତା ବାନାର୍ଜୀ ଏବଂ ତାଙ୍କ ଦଳ ଟିଏମସିର ଭବିଷ୍ୟତ ନିର୍ଦ୍ଧାରଣ କରିବ । ଏକ୍ଜିଟ୍ ପୋଲ୍ର ସଂକେତ ମମତାଙ୍କ ପାଇଁ ଶୁଭଙ୍କର ମନେ ହେଉନଥିବା ବେଳେ ଦିଦି କିନ୍ତୁ ପୁଣିଥରେ ବହୁମତରେ ଜିତିବେ ବୋଲି ଆଶା ରଖିଛନ୍ତି । ଏହି ନିର୍ବାଚନ ଉପରେ ପୂରା ଭାରତ ଚାତକ ପରି ନଜର ରଖିଛି କାରଣ ବିଜେପି ପଶ୍ଚିମବଙ୍ଗରୁ ଦିଦିଙ୍କ ଜଲୱା କମାଇବାକୁ ଶତ ପ୍ରତିଶତ ଚେଷ୍ଟା କରିଛି ।

ଦକ୍ଷିଣ କୋଲକାତାର ଭବାନୀପୁର ଆସନରେ ମମତା ବାନାର୍ଜୀଙ୍କୁ ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କଠାରୁ କଡ଼ା ମୁକାବିଲାର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଆଶା କରାଯାଉଛି। ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ହେଉଛି ମମତା ବାନାର୍ଜୀ ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ କି ନା’ ଦିଦିଙ୍କ ଭାଗ୍ୟରେ ଆଉ କିଛି ଅଛି ? ଜ୍ୟୋତିଷ ଗଣନା ଅନୁଯାୟୀ, ୨୦୨୬ରେ ମମତା ବାନାର୍ଜୀଙ୍କ ଭାଗ୍ୟ ଉପରେ ଶନି ଏବଂ ମଙ୍ଗଳଙ୍କ ସଂଯୋଗ ଭାରି ପଡୁଥିବାର ଦେଖାଯାଉଛି । ଦିଦିଙ୍କ କୁଣ୍ଡଳୀରେ ଏବେ ଶନିଙ୍କ ଅନ୍ତର୍ଦ୍ଦଶା ଚାଲିଛି ଏବଂ ମଙ୍ଗଳ-ଶନିଙ୍କ ଉପସ୍ଥିତି ତାଙ୍କୁ ଲଢ଼େଇରେ ପରାସ୍ତ ହେଲା ପରି ସଂକେତ ଦେଉଛି । କେବଳ ସେତିକି ନୁହେଁ ଜ୍ୟୋତିଷଙ୍କ କହିବାନୁସାରେ,ମମତାଙ୍କ କୁଣ୍ଡଳୀରେ କେବଳ ୩ ଥର ପାଇଁ ରାଜସୁଖର ଯୋଗ ଥିଲା । ଚତୁର୍ଥ ଥର ପାଇଁ ସେ ମୁଖ୍ୟମନ୍ତ୍ରୀ ହେବା ଗ୍ରହ ଗତି ଅନୁସାରେ ସମ୍ଭବ ପରି ମନେ ହେଉନାହିଁ । ଏହାସହ “ମମତା” ନାମ ଅନୁସାରେ ସିଂହ ରାଶିରେ କେତୁଙ୍କ ଉପସ୍ଥିତି ତାଙ୍କ ଅହଙ୍କାରକୁ ବଢ଼ାଇପାରେ ଯାହା ନିର୍ବାଚନୀ ଫଳାଫଳ ଉପରେ ଖରାପ ପ୍ରଭାବ ପକାଇପାରେ । ସେପଟେ ସ୍ୱାଧୀନ ଭାରତର କୁଣ୍ଡଳୀକୁ ଦେଖିଲେ ଦେଶର ପୂର୍ବ ଦିଗରେ ଏକ ବଡ଼ ‘ସତ୍ତା ପରିବର୍ତ୍ତନ’ର ଆଭାସ ମିଳୁଛି । ଭାରତ ଏବେ ରାହୁଙ୍କ ମହାଦଶା ଦେଇ ଗତି କରୁଛି ଏବଂ ମେଷ ରାଶିରେ ଉଚ୍ଚ ସୂର୍ଯ୍ୟଙ୍କ ଅବସ୍ଥାନ ଶାସନରେ ବଡ଼ ଧରଣର ପରିବର୍ତ୍ତନକୁ ସୂଚାଉଛି । ବିଶେଷ କରି ପଶ୍ଚିମବଙ୍ଗର ପଶ୍ଚିମ ଭାଗରେ ବିଜେପିର ବଡ଼ ବିଜୟ ହୋଇପାରେ ବୋଲି ଜ୍ୟୋତିଷମାନେ ଆକଳନ କରୁଛନ୍ତି । ଭବାନୀପୁର ଆସନରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ସହ ଦିଦିଙ୍କ କଡ଼ା ଟକ୍କର ହେବାକୁ ଯାଉଛି । ୨୦୨୧ ନିର୍ବାଚନରେ ମଙ୍ଗଳ ଓ ରାହୁଙ୍କ ସମର୍ଥନ ମମତାଙ୍କୁ ବିଜୟୀ କରିଥିଲା କିନ୍ତୁ ଏଥର ସେହି ଗ୍ରହମାନେ ତାଙ୍କ ସହ ନାହାନ୍ତି । ତେବେ ଗ୍ରହଙ୍କ ଚଳନ ମମତାଙ୍କୁ ବିରୋଧୀ ଦଳ ଆସନକୁ ଠେଲି ଦେବ ନା ସମସ୍ତ ଗଣନାକୁ ଭୁଲ୍ ପ୍ରମାଣିତ କରି ମମତା ପୁଣିଥରେ ଚମତ୍କାର ପ୍ରଦର୍ଶନ କରିବେ? ସମସ୍ତଙ୍କ ନଜର ଆସନ୍ତାକାଲିର ଫଳାଫଳ ଉପରେ ।






