AK ଡହ ଡହ ଖରାରେ ଜଳୁଛି ପଶ୍ଚିମ ଓଡ଼ିଶା । ଦେଶର ଉତ୍ତପ୍ତ ସହର ଭାବେ ରେକର୍ଡ କରୁଛି ଝାରସୁଗୁଡ଼ା । ଗତ କିଛି ଦିନ ହେବ ଝାରସୁଗୁଡ଼ା ଜିଲ୍ଲାରେ ତାପମାତ୍ରା ୪୪ ଡିଗ୍ରି ଉପରେ ରହୁଛି । ସମ୍ବଲପୁରର ତାପମାତ୍ରା ୪୩ଡିଗ୍ରି ତଳକୁ ଖସୁନି । ରାଉରକେଲାରେ ୪୨ଡିଗ୍ରି ପାର କରି ତାଉ ଦେଖାଉଛି ତାତି । ରାଜ୍ୟର ଲାଗି ରହିଛି ଗ୍ରୀଷ୍ମପ୍ରବାହ । ଅନେକ ସ୍ଥାନରେ ତାପମାତ୍ରା ୪୦ଡିଗ୍ରି ରହୁଛି । ଅସହ୍ୟ ଗୁଳୁଗୁଳି ଆକ୍ତାମାକ୍ତା କରୁଛି । ତାତିରୁ ତ୍ରାହି ନେଇ ପାଣିପାଗ ବିଭାଗର ଆକଳନ ବି ଘୁଞ୍ଚି ଚାଲିଛି । ଯାହା ଫଳରେ ଜୀବନ ଜୀବିକା ପ୍ରଭାବିତ ହେଉଛି । ଆଉ ଦିନ କେଇଟା ପରେ ଜ୍ୟେଷ୍ଠ ମାସ ଆସୁଥିବାରୁ ଗରମ କମିବା ସମ୍ଭାବନା ବି କମ୍ ରହିଛି । ଏସବୁ ଭିତରେ ବିଭିନ୍ନ ପାଣିପାଗ ସଂସ୍ଥାର ଆଗୁଆ ମୌସୁମୀ ଆସିବା ଆକଳନକୁ ନେଇ ସବୁଠି ଚର୍ଚ୍ଚା ।

ଡହ ଡହ ଖରାରେ ଜଳୁଛି ପଶ୍ଚିମ ଓଡ଼ିଶା । ଦେଶର ଉତ୍ତପ୍ତ ସହର ଭାବେ ରେକର୍ଡ କରୁଛି ଝାରସୁଗୁଡ଼ା । ଗତ କିଛି ଦିନ ହେବ ଝାରସୁଗୁଡ଼ା ଜିଲ୍ଲାରେ ତାପମାତ୍ରା ୪୪ ଡିଗ୍ରି ଉପରେ ରହୁଛି । ସମ୍ବଲପୁରର ତାପମାତ୍ରା ୪୩ଡିଗ୍ରି ତଳକୁ ଖସୁନି । ରାଉରକେଲାରେ ୪୨ଡିଗ୍ରି ପାର କରି ତାଉ ଦେଖାଉଛି ତାତି । ବଲାଙ୍ଗୀର ସମେତ ପଶ୍ଚିମ ଓଡ଼ିଶାରେ ଅଧିକାଂଶ ଅଞ୍ଚଳରେ ଟାଇଁ ଟାଇଁ ଖରା କଲବଲ କରୁଛି । ସକାଳ ୮ଟା ପରଠୁ ଘରୁ ବାହାରିବାକୁ ଡର ଲାଗୁଛି । ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଆଜି ଗରମ ସାମାନ୍ୟ କମିଛି । ଭୁବନେଶ୍ୱରର ତାପମାତ୍ରା ୪୦ଡିଗ୍ରି ତଳକୁ ଖସି ଆସିଛି । ପୁରୀ, ପାରାଦୀପ, ବାଲେଶ୍ୱରର ତାପମାତ୍ରା ୪୦ଡିଗ୍ରି ତଳେ ରହିଛି । କିନ୍ତୁ ଅତ୍ୟଧିକ ଆଦ୍ରତା ଯୋଗୁଁ ପ୍ରବଳ ଗୁଳୁଗୁଳୁ ଅନୁଭୂତ ହେଉଛି । ପୁରୀରେ ତାପମାତ୍ରା ମାତ୍ର ୩୧ଡିଗ୍ରି ଥିବାବେଳେ ଆଦ୍ରତା ରହିଛି ୭୭ ଡିଗ୍ରି ।
ଅନ୍ୟପଟେ କାଲିଠୁ ତାତି ଆହୁରି କମିବ ବୋଲି ପାଣିପାଗ ବିଜ୍ଞାନୀ ଆକଳନ କରିଛନ୍ତି । ତେବେ ୩୦ ପରଠାରୁ ପୁଣି ପାରଦ ଉପରମୁହାଁ ହେବାର ସମ୍ଭାବନା ରହିଛି । ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ଝାରସୁଗୁଡ଼ା, ସମ୍ବଲପୁର,ବଲାଙ୍ଗୀର ଅନୁଗୁଳ, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, କେନ୍ଦ୍ରାପଡା, ଜଗତସିଂହପୁର, ନୟାଗଡା, କଟକ, ଯାଜପୁର,ଭଦ୍ରକକୁ କାଲି ପର୍ଯ୍ୟନ୍ତ ଏଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏଥିସହ ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବା ନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ । ପ୍ରବଳ ଖରା ଭିତରେ ସଅଳ ମୌସୁମୀ ଆସିବା ନେଇ ୟୁରୋପିଅନ୍ ସେଣ୍ଟର ଫର ମିଡିୟମ ରେଞ୍ଜର ୱେଦର ଫୋରକାଷ୍ଟ କରିଥିଲେ ବି ଆଇଏମଡି ସ୍ପଷ୍ଟ କରିନି । ମୌସୁମୀ କେବେ କେରଳ ଛୁଇଁବ ତାହା ମେ’ ପ୍ରଥମ ସପ୍ତାହରେ ସ୍ପଷ୍ଟ ହେବାର ସମ୍ଭାବନା ରହିଛି ।






