AK ଦୁବାଇରେ ଫସିଥିବା ସମାଜସେବୀ ହସ୍ତା ବିଶିଙ୍କ ଓଡ଼ିଶା ଫେରିବା ବାଟ ଫିଟିଲା । ହାଇକୋର୍ଟ ମାମଲାର ଶୁଣାଣି କରି ମହିଳାଙ୍କ ପାସପୋର୍ଟ, ଭିସା ଆଦି ଦଲିଲ ସଲିସିଟର ଜେନେରାଲ ଜେନେରାଲ ଅଫ୍ ଇଣ୍ଡିଆଙ୍କ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଆସନ୍ତା ମେ’ ୧୧ ତାରିଖକୁ ମାମଲାର ପରବର୍ତ୍ତୀ ଶୁଣାଣି ଘୁଞ୍ଚାଇଛନ୍ତି ।

ଦୁବାଇରେ ଫସିଥିବା ସମାଜସେବୀ ବାଟ ଫିଟିଲା । ହାଇକୋର୍ଟ ମାମଲାର ଶୁଣାଣି କରି ମହିଳାଙ୍କ ପାସପୋର୍ଟ, ଭିସା ଆଦି ଦଲିଲ ସଲିସିଟର ଜେନେରାଲ ଜେନେରାଲ ଅଫ୍ ଇଣ୍ଡିଆଙ୍କ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଆସନ୍ତା ମେ’ ୧୧ ତାରିଖକୁ ମାମଲାର ପରବର୍ତ୍ତୀ ଶୁଣାଣି ଘୁଞ୍ଚାଇଛନ୍ତି । ହସ୍ତା ବିଶିଙ୍କୁ ନିଜ ଘରକୁ ଫେରାଇ ଆଣିବା ପାଇଁ ବାପା-ମା’ ଟିଟିଲାଗଡ ପୁଲିସ ଓ ଉପଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଥିଲେ କିନ୍ତୁ କୌଣସି ସୁଫଳ ମିଳି ନଥିଲା । ପରବର୍ତ୍ତୀ ସମୟରେ ସମାଜସେବୀ ରଞ୍ଜୁ ରାଏମନ ଓ ହାଇକୋର୍ଟର ଆଇନଜୀବୀ ଆଶିଷ ମିଶ୍ର ଏନେଇ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କୋର୍ଟ ମାମଲାର ଶୁଣାଣି ବେଳେ କେନ୍ଦ୍ର ସରକାରଙ୍କ ବଳିଷ୍ଠ ଦଲିଲର ଅଭାବ ଦର୍ଶାଇଥିଲେ । ପରବର୍ତ୍ତୀ ସମୟରେ ଟିଟିଲାଗଡ ଡିଏସପି ସମସ୍ତ ନଥିପତ୍ର ଡେପୁଟୀ ସଲିସିଟର ଅଫ୍ ଇଣ୍ଡିଆଙ୍କ ନିକଟରେ ଦାଖଲ କରିବା ପରେ ହସ୍ତା ବିଶିଙ୍କ ଘରକୁ ଫେରିବା ବାଟ ଫିଟିଥିବା କହିଛନ୍ତି ସମାଜସେବୀ ।






