AK ଦ୍ବନ୍ଦ୍ବରେ ପଡ଼ିଛନ୍ତି ବିଜେଡି ଓ କଂଗ୍ରେସ । ନିଲମ୍ବିତ ବିଧାୟକଙ୍କ ଉପରେ ନିଷ୍ପତ୍ତ ହୋଇପାରୁନି। ରାଜ୍ୟସଭା ନିର୍ବାଚନରେ ଦଳର ନିଷ୍ପତ୍ତ ମାନିଲେନି ୧୧ ବିଧାୟକ। ବିଜେଡିର ୮ଜଣ, କଂଗ୍ରେସର ୩ ଜଣ ବିଧାୟକ କ୍ରସଭୋଟିଂ କରିଥିଲେ । ନିଲମ୍ବିତ ବିଧାୟକଙ୍କ ଉପରେ ନିଷ୍ପତ୍ତ ହୋଇପାରୁନି। ରାଜ୍ୟସଭା ନିର୍ବାଚନରେ ଦଳର ନିଷ୍ପତ୍ତ ମାନିଲେନି ୧୧ ବିଧାୟକ। ବିଜେଡିର ୮ଜଣ, କଂଗ୍ରେସର ୩ ଜଣ ବିଧାୟକ କ୍ରସଭୋଟିଂ କରିଥିଲେ । କମନ କ୍ୟାଣ୍ଡିଡେଟ୍ ଡାକ୍ତର ଦତ୍ତେଶ୍ଵର ହୋତାଙ୍କୁ ଭୋଟ ନ ଦେଇ ବିଜେପି ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ଦିଲୀପ ରାୟଙ୍କୁ ଭୋଟ ଦେଇଥିଲେ ।

ଏବେ ସଂପୃକ୍ତ ବିଧାୟକଙ୍କ ବିରୋଧରେ ଉଭୟ ଦଳ ଆଇନଗତ କାର୍ୟ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତ ହେଉଛନ୍ତି। କିନ୍ତୁ ଏହି ବାଟଟି ଏତେ ସହଜ ହେଉନି। ବାଚସ୍ପତିଙ୍କୁ କଂଗ୍ରେସ ମାସକ ତଳେ ଦାବିପତ୍ର ଦେଇଥିଲା । ନିର୍ବାଚନର ଦୁଇ ଦିନ ପରେ ଅର୍ଥାତ ମାର୍ଚ୍ଚ ୧୮ ତାରିଖରେ କଂଗ୍ରେସ ପକ୍ଷରୁ ବାଚସ୍ପତିଙ୍କୁ ଦାବିପତ୍ର ଦେଇ ଦୁଇ ବିଧାୟକ ସୋଫିଆ ଫିରଦୋସ ଓ ଦାଶରଥି ଗମାଙ୍ଗୋଙ୍କ ସଭ୍ୟ ପଦ ରଦ୍ଦ ପାଇଁ କୁହାଯାଇଥିଲା । ୨୩ ତାରିଖରେ ବିଧାୟକ ରମେଶ ଜେନାଙ୍କ ସଭ୍ୟ ପଦ ରଦ୍ଦ କରିବାକୁ ପୁନର୍ବାର ଦାବିପତ୍ର ଦିଆଯାଇଥିଲା ନିୟମ ଅନୁଯାୟୀ ନିର୍ବାଚନର ୪୫ ଦିନ ଭିତରେ ବାଚସ୍ପତିଙ୍କୁ ଲିଖିତ ଦାବିପତ୍ର ଦେବା କଥା। ସେହି ଅନୁଯାୟୀ ୪୨ ଦିନ ହୋଇଗଲାଣି। ଆଜି ବିଜେଡିର ସବୁ ବିଧାୟକ ମିଳିତ ଭାବେ ଯାଇ ବିଧାନସଭା ପରିସରରେ ବାଚସ୍ପତିଙ୍କୁ ଭେଟି ୮ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଦାବିପତ୍ର ପ୍ରଦାନ କରିବେ। ଏଥି ପାଇଁ ସବୁ ବିଧାୟକଙ୍କୁ ୧୧ଟା ପୂର୍ବରୁ ଶଙ୍ଖ ଭବନରେ ପହଞ୍ଚିବାକୁ କୁହାଯାଇଛି। ସେଠାରୁ ସେମାନେ ଏକାଠି ହୋଇ ବିଧାନସଭା ଅଭିମୁଖେ ଯିବେ। କିନ୍ତୁ ଦାବିପତ୍ର ପ୍ରଦାନ କରିବାକୁ ହଠାତ୍ ସବୁ ବିଧାୟକଙ୍କୁ କାହିଁକି ଡକରା ପଡ଼ିଲା, ତାହା ରହସ୍ୟଜନକ ହୋଇପଡ଼ିଛି। କିନ୍ତୁ ବାଚସ୍ପତିଙ୍କ ନିଷ୍ପତ୍ତ ଉପରେ ଉଭୟ ଦଳର ପରବର୍ତ୍ତୀ ପଦକ୍ଷେପ ନିର୍ଭର କରୁଛି । ବାଚସ୍ପତି ଉଭୟ ଦଳର ଦାବିକୁ ଅଗ୍ରାହ୍ୟ କଲେ ହିଁ ସେମାନେ କୋର୍ଟକୁ ଯିବେ ବୋଲି ଜଣାପଡ଼ିଛି ।






