AK ତରଭା, ସୋନପୁର, 28/04/2026: ଆର୍ଥିକ ବର୍ଷ 2025-26 ଅନ୍ତର୍ଗତ “ଧାନ ପରବର୍ତ୍ତୀ ପଡିଆ ଜମିର ପରିଚାଳନା” ଯୋଜନାରେ ଆଜି ଡୁବଲା କୃଷି ସମବାୟ ସମିତି ପରିସରରେ ଏକ କ୍ଷେତ୍ର ଦିବସ (Field Day) ଓ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଧାନ ଅମଳ ପରେ ପଡିଆ ପଡୁଥିବା ଜମିରେ ଡାଲି ଜାତୀୟ ଫସଲ ଓ ପନିପରିବା ଚାଷକୁ ପ୍ରୋତ୍ସାହିତ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।

ଉସତ୍ କୃଷକ ଉତ୍ପାଦକ କମ୍ପାନୀ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଚାଷୀ ଭାଇ-ଭଉଣୀ ଯୋଗଦେଇଥିଲେ।ବ୍ଲକ କୃଷି ଅଧିକାରୀ ଶାଶ୍ୱତ ପଣ୍ଡା ଚାଷୀମାନଙ୍କୁ ଡାଲି ଜାତୀୟ ଫସଲ ଚାଷ ଦ୍ୱାରା ମାଟିରେ ନାଇଟ୍ରୋଜେନ ପରିମାଣ କିପରି ବୃଦ୍ଧି ପାଏ ଓ ମାଟିର ଉର୍ବରତା କିପରି ବଜାୟ ରହେ, ସେ ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ। ଡାଲି ଫସଲର ବ୍ୟବହାର ଓ ଆର୍ଥିକ ଲାଭ ବିଷୟରେ ମଧ୍ୟ ସେ ଆଲୋଚନା କରିଥିଲେ।
ଉସତ୍ କୃଷକ ଉତ୍ପାଦକ କମ୍ପାନୀର ସିଇଓ ଶଶି ଭୂଷଣ ବଗତି କମ୍ପାନୀର କାର୍ଯ୍ୟଶୈଳୀ ସମ୍ପର୍କରେ ଆଲୋକପାତ କରିଥିଲେ। ଧାନ ବଦଳରେ ଡାଲି ଓ ପନିପରିବା ଚାଷ କରି ଚାଷୀମାନେ କିପରି ଉତ୍ପାଦିତ ଫସଲର ସାମୁହିକ ବିକ୍ରୟ କରି ଅଧିକ ଲାଭବାନ ହୋଇପାରିବେ, ସେ ନେଇ ସେ ଚାଷୀଙ୍କ ସହ ଆଲୋଚନା କରିଥିଲେ।
କାର୍ଯ୍ୟକ୍ରମରେ ମୁଖ୍ୟ କୃଷି ବିଭାଗର ଏଏଓ ଲିପ୍ସା ତ୍ରିପାଠୀ, ପଞ୍ଚାୟତ କୃଷି ଅଧିକାରୀ ବାସନ୍ତୀ ମେହେର, କୃଷକ ସାଥୀ ସୁଦାମ ସାହୁ, କୃଷି ମିତ୍ର ମୁଖୀ ବାଘ ପ୍ରମୁଖ ଉପସ୍ଥିତ ଥିଲେ।
ତରଭା ବ୍ଲକରୁ ଶଶି ଭୂଷଣ ବଗତିଙ୍କ ରିପୋର୍ଟ ଆପଣଙ୍କ ଖବର






