AK କଣ୍ଟାମାଳ କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଖଟଖଟିଆ ପଞ୍ଚାୟତ ରେଙ୍ଗାଲିରେ ଆସନ୍ତା ଗୁରୁବାର ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ ହେବ। ଏହି ଅବସରରେ ଆଜି ଏକ ବିଶାଳ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ସ୍ଥାନୀୟ ମହିଳାମାନେ ପାରମ୍ପରିକ ପୋଷାକରେ ମୁଣ୍ଡରେ କଳସ ଧରି ଶୋଭାଯାତ୍ରାରେ ବାହାରି ରେଙ୍ଗାଲି ପୋଖରୀରୁ ଜଳ ସଂଗ୍ରହ କରିଥିଲେ। ସେଠାରେ ପୂଜାର୍ଚ୍ଚନା କରି ପୂର୍ଣ୍ଣ କଳସ ଆଣି ଗ୍ରାମ ପରିକ୍ରମା ପୂର୍ବକ ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇଛି। ଶୋଭାଯାତ୍ରାରେ ଶତାଧିକ ଶ୍ରଦ୍ଧାଳୁ ସଂକୀର୍ତନ କରି ଅଂଶଗ୍ରହଣ କରିଥିଲେ। ଏଥିରେ କର୍ତାଭାବେ ପ୍ରଦୀପ କୁମାର ଚାନ୍ଦ ଓ ତାଙ୍କ ପତ୍ନୀ ସୁଜାତା ଚାନ୍ଦ ଦାୟିତ୍ୱ ତୁଲାଇଥିଲେ। ପୂଜକ ଭାବରେ ବିରେନ୍ଦ୍ର କୁମାର ଚାନ୍ଦ ପୂଜାର୍ଚ୍ଚନା କରିଥିଲେ l ଅଷ୍ଟପ୍ରହର ନାମଯଜ୍ଞ ପରିଚାଳନାରେ ଗ୍ରାମ ମୁଖ୍ୟ ରାମକୃଷ୍ଣ ମହାକୁଡ଼, ୱାର୍ଡ ମେମ୍ବର ଗଣେଶ୍ୱର ବସ୍ତିଆ, ସୁରୁବାବୁ ବସ୍ତିଆ ପ୍ରମୁଖ ଗ୍ରାମବାସୀ ସହଯୋଗ କରୁଛନ୍ତି।
କଣ୍ଟାମାଳ ବ୍ଲକରୁ ରାଜା ମହାକୁଡଙ୍କ ରିପୋର୍ଟ ଆପଣଙ୍କ ଖବର l






