AK ମହିଳା ସଂରକ୍ଷଣ ଏବଂ ସୀମା ନିର୍ଦ୍ଧାରଣ ବିଲ୍କୁ ନେଇ ଶୁକ୍ରବାର ଲୋକସଭାରେ ବିତର୍କ ଚାଲିଛି । ଅପରାହ୍ଣରେ ବିଲ୍ ଉପରେ ଭୋଟିଂ ହେବ। ଡିଏମ୍କେ ସାଂସଦ କାନିମୋଝି ଶୁକ୍ରବାର ଲୋକସଭାରେ ବିତର୍କରେ ଭାଗ ନେଇ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ । ମହିଳା ସଂରକ୍ଷଣ ଏବଂ ସୀମା ନିର୍ଦ୍ଧାରଣ ବିଲ୍କୁ ନେଇ ଶୁକ୍ରବାର ଲୋକସଭାରେ ବିତର୍କ ଚାଲିଛି । ଅପରାହ୍ଣରେ ବିଲ୍ ଉପରେ ଭୋଟିଂ ହେବ। ଡିଏମ୍କେ ସାଂସଦ କାନିମୋଝି ଶୁକ୍ରବାର ଲୋକସଭାରେ ବିତର୍କରେ ଭାଗ ନେଇ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ । ନିର୍ବାଚନୀ ଫାଇଦା ପାଇଁ ବିଜେପି ମହିଳାଙ୍କୁ ଢାଲ କରିଛି ବୋଲି କାନିମୋଝି କହିଛନ୍ତି ।

ସେ ପ୍ରଶ୍ନ କରିଛନ୍ତି ଯେ, ଯଦି ସରକାର ନିଶ୍ଚିତ ଯେ ସୀମା ନିର୍ଦ୍ଧାରଣ ବିଲ୍ ସଠିକ୍, ତେବେ ସେମାନେ କାହିଁକି ଏହି ବିଲ୍କୁ ତାମିଲନାଡୁ ବିଧାନସଭାରେ ଉପସ୍ଥାପନ କରୁନାହାନ୍ତି। ସେ କହିଛନ୍ତି ଯେ, ସରକାର କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପରାମର୍ଶ କରିନାହାନ୍ତି। ୨୦୨୧ରେ ସେ ଜନଗଣନା କଲେନାହିଁ। ଏବେ ପୁରୁଣା ଜନଗଣନା ସହିତ ଏହି ବିଲ୍ ଆଣିଛନ୍ତି। ତାହା ପୁଣି ପାଞ୍ଚଟି ରାଜ୍ୟରେ ନିର୍ବାଚନ ମଝିରେ।
ଗତକାଲି ମହିଳା ସଂରକ୍ଷଣ ଆଇନ ୨୦୨୩ କୁ ସୂଚିତ କରିବାର ଆବଶ୍ୟକତା କ”ଣ ଥିଲା ବୋଲି କାନିମୋଝି ପ୍ରଶ୍ନ କରିଛନ୍ତି । ମହିଳା ସଂରକ୍ଷଣର ଆବରଣରେ ଏହି ବିଲ୍ ଭାରତର ସଂଘୀୟ ଢାଞ୍ଚାକୁ ବିପର୍ଯ୍ୟସ୍ତ କରୁଛି ବୋଲି ଡିଏମକେ ସାଂସଦ କହିଛନ୍ତି । ଅନ୍ୟପକ୍ଷରେ କଂଗ୍ରେସ ସାଂସଦ କେସି ବେଣୁଗୋପାଳ କହିଛନ୍ତି, ସରକାର ଏହି ବିଲ୍କୁ ପ୍ରତ୍ୟାହାର କରି ସର୍ବଦଳୀୟ ବୈଠକ ଡାକନ୍ତୁ। ସେ ଆହୁରି ମଧ୍ୟ କହିଛନ୍ତି, ଯଦି ସରକାର ପ୍ରକୃତରେ ମହିଳାଙ୍କ ଅଧିକାର ସୁରକ୍ଷିତ ରଖିବାକୁ ଚାହିଁଛନ୍ତି ତେବେ ବର୍ତ୍ତମାନ ଥିବା ୫୪୩ ଆସନରେ ହିଁ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ଆସନ ସଂରକ୍ଷିତ ରଖନ୍ତୁ । କିନ୍ତୁ ମହିଳାଙ୍କ ନାଁରେ ସରକାରୀ ଦଳ ଗଣତନ୍ତ୍ରକୁ ଅପହରଣ କରିବାକୁ ଚେଷ୍ଟା କରୁଛି, ଯାହା ଆମେ କରାଇଦେବୁ ନାହିଁ ବୋଲି ବେଣୁଗୋପାଳ କହିଛନ୍ତି।






