AK ହିଟୱେଭ୍ ପାଇଁ ରାଜସ୍ଵ ବିଭାଗର ନୂଆ ଏସଓପି। ଅବଶ୍ୟକତା ଠାରୁ ଅଧିକ ଖରା ହେଉଥିବା ଜାଗାରେ ହିଟୱେଭ୍ ଆଶ୍ରୟସ୍ଥଳୀ ନିର୍ମାଣ କରିବେ ସରକାର। ଏନେଇ ରାଜସ୍ବ ମନ୍ତ୍ରୀ ଜିଲ୍ଲାପାଳମାନଙ୍କ ସହ ଭିଡିଓ କନଫରେସିଂରେ ବୈଠକ କରିଛନ୍ତି। ଜିଲ୍ଲାପାଳ ଚାହିଁଲେ ଏସଓପି ବାହାରେ ନିଷ୍ପତ୍ତି ନେଇପାରିବେ ବୋଲି ଅନୁମତି ଦିଆଯାଇଛି। ସ୍କୁଲ ଛୁଟି ପାଇଁ ଗଣଶିକ୍ଷା ବିଭାଗ ସହ ରାଜସ୍ବ ବିଭାଗ କଥା ସରିଛି। ଯେଉଁଠି ତାତି ବଢୁଛି ସେଠି ସ୍କୁଲ ଛୁଟି ପାଇଁ ଜିଲ୍ଲପାଳଙ୍କୁ କ୍ଷମତା ଦିଆଯାଇଛି।

ରାଜସ୍ଵ ମନ୍ତ୍ରୀ କହିଛନ୍ତି ଯେ, ୧୧ଟାରୁ ୩ଟା ପର୍ଯ୍ୟନ୍ତ ଗରମ ସମୟ। ଯାତ୍ରୀ ଓ ମାଲ ପରିବହନ ଉପରେ ତଦାରଖ କରିବେ। ଯାତାୟତ କରିବାର ରାସ୍ତାରେ ଡ୍ରାଇଭର ପାଇଁ ବିଶ୍ରାମ, ORS,ପିଇବା ପାଣିର ବ୍ୟବସ୍ଥା କରାଯାଇଛି। ଆମ୍ବୁଲାନ୍ସକୁ ସତର୍କ କରାଯାଇଛି। ଅଘଟଣ ହେଲେ ୨୦ ମିନିଟରେ ଆମ୍ବୁଲାନ୍ସ ପହଞ୍ଚିବ। ହିଟୱେଭ ଥିବା ଜାଗାରେ କୌଣସି ଗାଡି ଚାଲିଲେ କିମ୍ବା AC ନଥିବା ଗାଡ଼ିରେ କାହାର ଅସୁବିଧା ହେଲେ ମାଲିକ ଦାୟୀ ରହିବେ। ଅଂଶୁଘାତ ମୃତ୍ୟୁ ପାଇଁ କ୍ଷତିପୂରଣ ଦିଆଯିବ। ରିପୋର୍ଟ ପାଇବାର ୨୪ ଘଣ୍ଟା ଭିତରେ ପଇସା ମିଳିବ ବୋଲି କୁହାଯାଇଛି।






