ଏ.କେ ବ୍ୟୁରୋ : ଜିଲ୍ଲା ରେ ଥିବା ନେତାଜୀ ସେତୁ ଉପରୁ ଜଣେ ଯୁବକ ସନ୍ଧ୍ୟା ସାତଟା ରୁ ଆଠଟା ମଧ୍ୟ ନଦୀ ଗର୍ଭ କୁ ଡେଇଁ ପଡ଼ିଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରି ନାକେଦମ୍ ହେବାକୁ ପଡ଼ିଥିଲା । ଅଳ୍ପ ପାଣି ରେ ପଡ଼ିଥିବାରୁ ଅଗ୍ନିଶମ ବାହିନୀ ସହଜରେ ଉଦ୍ଧାର କରି ଷ୍ଟ୍ରେଚର ଆଣୁଥିବା ବେଳେ ଯୁବକ ଡେଇଁପଡ଼ି ଦୌଡିଥିଲେ । ବାଲି ରୁ ନଦୀ ପାଣି ରେ ପଶି ଯାଇଥିଲା। ପାଖକୁ ଯିବାରୁ ସେ ଅଧିକ ଦୌଡିବାରେ ଲାଗିଲା।

ଏପରିକି ଅଗ୍ନିଶମ ବାହିନୀ, ସ୍ଥାନୀୟ ଲୋକ, ପୋଲିସ କର୍ମଚାରୀ ମାନେ ପାଣି ରେ ପଶି କାବୁ କରିବା ପାଇଁ ଦୀର୍ଘ ତିନି ଘଣ୍ଟା ଲାଗିଲା। ଶେଷରେ ସେ ଯୁବକ କୁ କାବୁ କରାଯାଇଥିଲା । ସେତେ ବେଳକୁ ଯୁବକ ଜଣକ ଚାରି ପାଞ୍ଚ ଜଣକୁ କାମୁଡ଼ି ଦେଇଥିଲା। ଉଦ୍ଧାର ହୋଇଥିବା ଯୁବକ ଜଣକ ଅତ୍ୟଧିକ ନିଶାପାନ କରିଥିବା ଜଣାପଡ଼ିବା ପରେ ପୋଲିସ ତାଙ୍କୁ କଟକ ବଡ ମେଡିକାଲ ରେ ଆଶୁ ଚିକିତ୍ସା କେନ୍ଦ୍ର ରେ ଭର୍ତ୍ତି କରିଦିଆଯାଇଛି । ଏହି ଯୁବକ ଜଣକ ଉଦ୍ଧାର ସମୟରେ ବଙ୍ଗାଳୀ ଭାଷାରେ ଜୟ ମା କାଳୀ ଓ ନମଃ ଶିବାୟ କହୁଥିବାର ଶୁଣିବାକୁ ମିଳିଛି । ଯୁବକ ର ଏହି ପାଗଳାମି ପାଇଁ ଅଗ୍ନିଶମ ବାହିନୀ, ବାରଙ୍ଗ ଥାନା, ମର୍କତ ନଗର ଥାନା, ବିଡ଼ାନାସୀ ଥାନା ପୋଲିସ ଙ୍କ ସହ ନିଜେ ଏସିପି ମଧ୍ୟ ପାଣିରେ ପଶି ଯୁବକ କୁ ଉଦ୍ଧାର କରିବାକୁ ଚେଷ୍ଟା କରି ନୟାନ୍ତ ହୋଇ ପଡ଼ିଥିଲେ।
ନଦୀ ଭିତରେ ପୋଲିସ ଓ ଅଗ୍ନିଶମ ବାହିନୀ ଦୌଡି ଦୌଡି ଯିବା ଦେଖି ପୋଲ ଉପରେ ଯାଉଥିବା ପଥଚାରୀ ମାନେ ନ ବୁଝିପାରି କିଛି ସମୟ ପାଇଁ ଠିଆ ହେଇ ଦେhttp://ନଦୀ ଭିତରେ ପୋଲିସ ଓ ଅଗ୍ନିଶମ ବାହିନୀ ଦୌଡି ଦୌଡି ଯିବା ଦେଖି ପୋଲ ଉପରେ ଯାଉଥିବା ପଥଚାରୀ ମାନେ ନ ବୁଝିପାରି କିଛି ସମୟ ପାଇଁ ଠିଆ ହେଇ ଦେଖୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। କିଛି ସମୟ ପାଇଁ ପୋଲ ଉପରେ ଟ୍ରାଫିକ ସମସ୍ୟା ଦେଖିବାକୁ ମିଳିଥିଲା।ଖୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। କିଛି ସମୟ ପାଇଁ ପୋଲ ଉପରେ ଟ୍ରାଫିକ ସମସ୍ୟା ଦେଖିବାକୁ ମିଳିଥିଲା।
କଟକ ରୁ ଦେବୀ ଦତ୍ତ ଶିବପ୍ରସାଦ ନାୟକ






