AK ଯୋଗେଶ ବାହାଦୂର ଖୁରାନିଆ । ୧୬ ଅଗଷ୍ଟ ୨୦୨୪ରୁ ଓଡ଼ିଶା ପୁଲିସ ମୁଖିଆ ଭାବେ ଦାୟିତ୍ୱରେ ରହିଛନ୍ତି । ଆସନ୍ତା ଅଗଷ୍ଟ ୧୬ ତାରିଖରେ ସରୁଛି ତାଙ୍କର କାର୍ଯ୍ୟକାଳ । ପାୱାର କରିଡରରେ ଚର୍ଚ୍ଚା ଅନୁସାରେ, ମୋହନ ସରକାର ତାଙ୍କର କାର୍ଯ୍ୟ ଅବଧିକୁ ଆଉ ବଢାଇ ନପାରନ୍ତି । ତେଣୁ ନୂଆ ପୁଲିସ ମୁଖିଆ ଖୋଜା ଅଭିଯାନ ଆରମ୍ଭ କରିଛନ୍ତି ଟିମ୍ ମୋହନ । ପୁଲିସ ଡିଜି ୱାଇ.ବି ଖୁରାନିଆଙ୍କ କାର୍ଯ୍ୟକାଳ ସରି ଆସୁଥିବା ବେଳେ ନୂଆ ପୁଲିସ ଡିଜି ଚୟନ ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର । ଚର୍ଚ୍ଚା ଅନୁଯାୟୀ, ନୂଆ ପୁଲିସ ଡିଜି ଭୂମିକାରେ ଜଣେ ଦକ୍ଷ ଓ ଅଭିଜ୍ଞତା ସମ୍ପନ୍ନ ବ୍ୟକ୍ତିଙ୍କୁ ଚାହୁଛନ୍ତି ସରକାର । ଯିଏ ସରକାର ଓ ସାଧାରଣ ଲୋକଙ୍କ ମଧ୍ୟରେ ସମନ୍ୱୟ ରଖିବା ସହ ରାଜ୍ୟ ଆଇନଶୃଙ୍ଖଳା ନିୟନ୍ତ୍ରଣରେ ଗୁରୁଦାୟିତ୍ୱ ତୁଲାଇବ । ତେଣୁ ସେଭଳି ଜଣେ ଚେହେରା ଖୋଜା ଭିତରେ ୩ ଜଣଙ୍କ ନାଁ ଏବେ ଚର୍ଚ୍ଚାରେ ।

ଯୋଗେଶ ବାହାଦୂର ଖୁରାନିଆ । ୧୬ ଅଗଷ୍ଟ ୨୦୨୪ରୁ ଓଡ଼ିଶା ପୁଲିସ ମୁଖିଆ ଭାବେ ଦାୟିତ୍ୱରେ ରହିଛନ୍ତି । ଆସନ୍ତା ଅଗଷ୍ଟ ୧୬ ତାରିଖରେ ସରୁଛି ତାଙ୍କର କାର୍ଯ୍ୟକାଳ । ପାୱାର କରିଡରରେ ଚର୍ଚ୍ଚା ଅନୁସାରେ, ମୋହନ ସରକାର ତାଙ୍କର କାର୍ଯ୍ୟ ଅବଧିକୁ ଆଉ ବଢାଇ ନପାରନ୍ତି । ତେଣୁ ନୂଆ ପୁଲିସ ମୁଖିଆ ଖୋଜା ଅଭିଯାନ ଆରମ୍ଭ କରିଛନ୍ତି ଟିମ୍ ମୋହନ । ଚର୍ଚ୍ଚା ଅନୁସାରେ, ୩ ବରିଷ୍ଠ ଆଇପିଏସ୍ଙ୍କ ନାଁ ୟୁପିଏସ୍ସିକୁ ପଠାଇଛନ୍ତି ରାଜ୍ୟ ସରକାର । ସୁଧାଂଶୁ ଷଡ଼ଙ୍ଗୀ, ସୁଶାନ୍ତ ନାଥ ଓ ଆର.ପି.କୋଚେଙ୍କ ନାଁ ତାଲିକାରେ ରହିଥିବା ସୂଚନା ମିଳିଛି । ୟୁପିଏସ୍ସିର ଗ୍ରିନ୍ ସିଗ୍ନାଲ ପାଇବା ପରେ ପୂରା ପ୍ରକ୍ରିୟାକୁ ଆଗକୁ ନେବେ ସରକାର ।
ସୁଧାଂଶୁ ଷଡ଼ଙ୍ଗୀ, ୧୯୯୦ ବ୍ୟାଚ୍ ଆଇପିଏସ୍
୧୯୯୦ ବ୍ୟାଚର ଆଇପିଏସ ଅଫିସର ସୁଧାଂଶୁ ଷଡଙ୍ଗୀ ଏ ରେସ୍ରେ ଆଗରେ ଥିବା କୁହାଯାଉଛି । ଏବେ ଅଗ୍ନିଶମ ବିଭାଗ, ହୋମଗାର୍ଡ ଓ ସିଭିଲ ଡିଫେନ୍ସର ଡିଜି ଭାବେ ଦାୟିତ୍ୱରେ ଅଛନ୍ତି ସୁଧାଂଶୁ ଷଡଙ୍ଗୀ । ପୂର୍ବରୁ କଟକ-ଭୁବନେଶ୍ୱରର ପୁଲିସ କମିସନର୍ ଭାବେ ଆଇନଶୃଙ୍ଖଳା ଦାୟିତ୍ୱ ସୂଚାରୁ ରୂପେ ତୁଲାଇଛନ୍ତି ।
ସୁଶାନ୍ତ ନାଥ, ୧୯୯୩ ବ୍ୟାଚ୍ ଆଇପିଏସ୍
ସେହିଭଳି ୧୯୯୩ ବ୍ୟାଚର ଆଇପିଏସ ଅଫିସର ସୁଶାନ୍ତ ନାଥ ଏବେ ଜେଲ୍ ଡିଜି ଦାୟିତ୍ୱରେ ରହିଛନ୍ତି । ପୂର୍ବରୁ କେନ୍ଦ୍ରୀୟ ଡେପୁଟେସନରେ ଗୁରୁତ୍ୱପୂର୍ଣ୍ଣ ବିଭାଗ କାମ କରି ନିଜ କାର୍ଯ୍ୟଦକ୍ଷତା ଦେଖାଇଛନ୍ତି ।
ଆର.ପି.କୋଚେ, ୧୯୯୩ ବ୍ୟାଚ୍ ଆଇପିଏସ୍
୧୯୯୩ ବ୍ୟାଚର ଆଇପିଏସ ଆର.ପି.କୋଚେ ଏବେ ଓଡ଼ିଶା ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ ଦାୟିତ୍ୱରେ ଅଛନ୍ତି । ପୂର୍ବରୁ ସେ ଆଇନଶୃଙ୍ଖଳା, ଏଡିଜି ଭାବେ ନିଜ ଦକ୍ଷତା ଦେଖାଇଛନ୍ତି । ଏହାସହ ଏକାଧିକ ଜିଲ୍ଲାରେ ସଫଳତାର ସହ କାର୍ଯ୍ୟ କରିଛନ୍ତି ଏହି ବରିଷ୍ଠ ଅଧିକାରୀ । ତେଣୁ ନୂଆ ଡିଜି ଦାୟିତ୍ୱରେ ବରିଷ୍ଠତା, ଅଭିଜ୍ଞତା, ଦକ୍ଷତା ଓ ଅନୁଭବକୁ ଗୁରୁତ୍ୱ ଦେଇ ଜଣକୁ ବାଛିବେ ସରକାର । ଯିଏ ସରକାରଙ୍କ ଭାବମୂର୍ତ୍ତି ସଜାଡିବା ସହ ରାଜ୍ୟର ଆଇନଶୃଙ୍ଖଳା ନିୟନ୍ତ୍ରଣ ସଠିକ୍ ଢଙ୍ଗରେ କରିପାରିବେ ।






