AK ନୂଆ ରୂପରେ ଆସିବ ମେଟ୍ରୋ। ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର। ମେଟ୍ରୋର ଆବଶ୍ୟକତା ରହିଛି। କେବଳ ଭୁବେନେଶ୍ୱରରେ ଏହି ପରିକଳ୍ପନା ନୁହେଁ ବରଂ ପୁରୀ, ଭୁବେନେଶ୍ୱର ଓ କଟକକୁ ନେଇ ଟ୍ରାଇ ସିଟିର ପରିକଳ୍ପନା କରିଥିବା କହିଛନ୍ତି । କନକ ବ୍ୟୁରୋ:ନୂଆ ରୂପରେ ଆସିବ ମେଟ୍ରୋ। ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର। ମେଟ୍ରୋର ଆବଶ୍ୟକତା ରହିଛି।

କେବଳ ଭୁବେନେଶ୍ୱରରେ ଏହି ପରିକଳ୍ପନା ନୁହେଁ ବରଂ ପୁରୀ, ଭୁବେନେଶ୍ୱର ଓ କଟକକୁ ନେଇ ଟ୍ରାଇ ସିଟିର ପରିକଳ୍ପନା କରିଥିବା କହିଛନ୍ତି। ଆଗାମୀ ଦିନରେ ଭୁବନେଶ୍ୱର, ପୁରୀ, କଟକ ଓ ପାରାଦ୍ୱୀପ ଇକୋନୋମିକାଲ ରିଜନ ହେବ। ଏଥିରେ ସବୁ ପ୍ରକାର ଇକୋନୋମିକ ଗ୍ରୋଥ ହେବ। ମେଟ୍ରୋ ଯିବା ପୂର୍ବରୁ ଟାଉନରେ ପ୍ଲାନିଂ ହୋଇନଥିଲା । ୨୪ ବର୍ଷ ସରକାରରେ ଥିଲେ ଟାଉନ ପ୍ଲାନିଂ ସ୍ଥିତି ଅଛି କି, ବୋଲି ପ୍ରଶ୍ନ କରିଛନ୍ତି। ଭୁବନେଶ୍ୱର ସହରରେ ଆଜି କାହିଁକି ଏ ପରିସ୍ଥିତି ଆମେ ମେଟ୍ରୋ ବିରୋଧରେ ନାହୁଁ ମେଟ୍ରୋ କରିବାକୁ ଆମ ସରକାର ଚାହୁଥିବା କହିଛନ୍ତି ମନ୍ତ୍ରୀ। ମେଟ୍ରୋକୁ ଆମେ ବନ୍ଦ କରିନାହୁଁ। ମେଟ୍ରୋ ପାଇଁ ଯାହା ପ୍ରକ୍ରିୟା ଦରକାର ତାହା ଚାଲିଛି। ରାସ୍ତା ନ କରି ମେଟ୍ରୋ କଲେ, ଟେଷ୍ଟିଙ୍ଗ ସମୟରେ ଲୋକେ ହନ୍ତସନ୍ତ ହେଉଥିଲେ। ବର୍ଷ ବର୍ଷ ଧରି କାମ ଚାଲିଥିଲେ କଣ ହୋଇଥାନ୍ତା। ମେଟ୍ରୋ କରିବା ପାଇଁ ବିକଳ୍ପ ରାସ୍ତାର ଆବଶ୍ୟକ। ଆମକୁ କେନ୍ଦ୍ର ସରକାରଙ୍କ ସହାୟତା ନେବାର ଅଛି। ତାର ପ୍ଲାନ ଟେକନୋଲୋଜି ଆମକୁ ଗ୍ରହଣ କରିବାର ଅଛି। ।






