AK ଦ୍ୱିତୀୟ ବଡ଼ ବିବାଦ ରହିଛି ଛାତ୍ର ସଂଗଠନକୁ ନେଇ । ସରକାରଙ୍କ କଠୋର ନିଷ୍ପତ୍ତିକୁ ନେଇ ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ହୋଇପଡ଼ିଛନ୍ତି । ଛାତ୍ରନେତାଙ୍କ କହିବା କଥା ସରକାର ସରକାର ଆଲୋଚନା କରିବା ବଦଳରେ ଏକତରଫା ନିଷ୍ପତ୍ତି ନେଉଛନ୍ତି । ଯାହାକୁ ନେଇ ହଜାର ହଜାର ଛାତ୍ର ରାସ୍ତାରେ ଆନ୍ଦୋଳନ ଜାରି ରଖିଛନ୍ତି । ଅନେକ ସ୍ଥାନରେ ଛାତ୍ର ଛାତ୍ରୀ ୟୁନିଫର୍ମ ପିନ୍ଧି ଆନ୍ଦୋଳନ କରୁଛନ୍ତି । ନେପାଳ ସରକାର ଗଠନ ହେବାର କିଛିମାସ ନପୂରୁଣୁ ଦେଶରେ ସରକାର ବିରୋଧରେ ପ୍ରଦର୍ଶନ ଜୋର ଧରିଛି । କାଠମାଣ୍ଡୁ ସମେତ ଦେଶର ବିଭିନ୍ନ ସହରରେ ଛାତ୍ର, ରାଜନୈତିକ ଦଳ ଓ ସାଧାରଣ ଲୋକ ରାସ୍ତାକୁ ଓହ୍ଲାଇଛନ୍ତି । ସରକାରଙ୍କ କିଛି ନିଷ୍ପତ୍ତିକୁ ନେଇ ସାରା ଦେଶରେ ବିବାଦ ଦେଖାଦେଇଛି ।

ସବୁଠାରୁ ବଡ଼ ପ୍ରସଙ୍ଗ ହେଉଛି ଭାରତରୁ ନେପାଳ ଯାଉଥିବା କିଛି ସାମଗ୍ରୀ ଉପରେ କଷ୍ଟମ୍ ଡ୍ୟୁଟି ବୃଦ୍ଧି । ନେପାଳ ସରକାର ଭାରତରୁ ଯାଉଥିବା ୧୦୦ ଟଙ୍କାରୁ ଅଧିକ ମୂଲ୍ୟର ସାମଗ୍ରୀ ଉପରେ ଅର୍ନିବାଯ୍ୟ ଶ୍ଳକ ଲାଗୁ କରିଛନ୍ତି । ସୀମାବର୍ତ୍ତି ଅଞ୍ଚଳର ଲୋକମାନଙ୍କ କହିବା କଥା ହେଉଛି ଏହା ଫଳରେ ସେମାନଙ୍କ ଦୈନଦିନ ଜୀବନ ପ୍ରଭାବିତ ହେଉଛି । କାରଣ ସେମାନେ ଦୀର୍ଘବର୍ଷ ଧରି ସୀମା ସେପଟୁ ସାମଗ୍ରୀ କିଣାବିକା ଉପରେ ନିର୍ଭର କରି ଜୀବୀକା ନିର୍ବାହ କରୁଛନ୍ତି । ପ୍ରଦର୍ଶନକାରୀଙ୍କ କହିବା କଥା ସରକାରଙ୍କ ଏଭଳି ନିଷ୍ପତ୍ତି ସାଧାରଣ ଜନତାଙ୍କ ଉପରେ ଆର୍ଥିକ ବୋଝ ବଢ଼ାଇଛି । ଦ୍ୱିତୀୟ ବଡ଼ ବିବାଦ ରହିଛି ଛାତ୍ର ସଂଗଠନକୁ ନେଇ । ସରକାରଙ୍କ କଠୋର ନିଷ୍ପତ୍ତିକୁ ନେଇ ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ହୋଇପଡ଼ିଛନ୍ତି । ଛାତ୍ରନେତାଙ୍କ କହିବା କଥା ସରକାର ସରକାର ଆଲୋଚନା କରିବା ବଦଳରେ ଏକତରଫା ନିଷ୍ପତ୍ତି ନେଉଛନ୍ତି । ଯାହାକୁ ନେଇ ହଜାର ହଜାର ଛାତ୍ର ରାସ୍ତାରେ ଆନ୍ଦୋଳନ ଜାରି ରଖିଛନ୍ତି । ଅନେକ ସ୍ଥାନରେ ଛାତ୍ର ଛାତ୍ରୀ ୟୁନିଫର୍ମ ପିନ୍ଧି ଆନ୍ଦୋଳନ କରୁଛନ୍ତି ।
ସେପଟେ ଗୃହମନ୍ତ୍ରୀ ସୁଦନ ଗୁରଙ୍ଗଙ୍କ ଉପରେ ବଡ଼ ଅଭିଯୋଗ ଆସିଛି । ଯାହାକି ସରକାରଙ୍କ ପାଇଁ ଅଡ଼ୁଆ ବଢ଼ାଇଛି । ଅଭିଯୋଗ ରହିଛି କି ତାଙ୍କ ପାଖରେ ଆୟ ଠାରୁ ଅଧିକ ସମ୍ପତ୍ତି ରହିଛି । ଏହାକୁ ନେଇ ପ୍ରଦର୍ଶନକାରୀମାନେ ତାଙ୍କ ଇସ୍ତଫା ଦାବି କରିଛନ୍ତି ।






