AK ଏକ ଓୟୋ ହୋଟେଲରୁ ଦୁଇ ନେପାଳୀ ଝିଅଙ୍କୁ ଉଦ୍ଧାର ପରେ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଥିଲା । ତେବେ ପୂର୍ବରୁ ସେମାନଙ୍କୁ ସିଡବ୍ଲୁସିରେ ହାଜର କରାଯାରିଛି । ଏବେ ଆଉ ହାଜର ହେବାର ନାହିଁ । ଏମାନଙ୍କ ପାଇଁ ଜଣେ କାଉନସିଲରଙ୍କୁ ନିଯୁକ୍ତି କରାଯାଇଛି, ସେ ଏମାନଙ୍କ କାଉନସିଲିଂ କରିବେ ।

ଓଡ଼ିଶାରୁ ଉଦ୍ଧାର ନେପାଳ ଯୁବତୀଙ୍କୁ ସ୍ୱଦେଶ ଫେରାଇବାକୁ ଆରମ୍ଭ ହେଲା ପ୍ରକ୍ରିୟା । ୨ରୁ ୩ଦିନ ଭିତରେ ଭୁବନେଶ୍ୱରରୁ ନେବେ ଦୂତାବାସ ଅଧିକାରୀ । ଏକ ଓୟୋ ହୋଟେଲରୁ ଦୁଇ ନେପାଳୀ ଝିଅଙ୍କୁ ଉଦ୍ଧାର ପରେ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଥିଲା । ତେବେ ପୂର୍ବରୁ ସେମାନଙ୍କୁ ସିଡବ୍ଲୁସିରେ ହାଜର କରାଯାରିଛି । ଏବେ ଆଉ ହାଜର ହେବାର ନାହିଁ । ଏମାନଙ୍କ ପାଇଁ ଜଣେ କାଉନସିଲରଙ୍କୁ ନିଯୁକ୍ତି କରାଯାଇଛି, ସେ ଏମାନଙ୍କ କାଉନସିଲିଂ କରିବେ । ଏହାସହ ନେପାଳ ଦୂତାବାସ ସହ ପୁରା ଘଟଣା ନେଇ ଯୋଗାଯୋଗ କରାଯାଇ ସମସ୍ତ ତଥ୍ୟ ପ୍ରଦାନ କରାଯାଇଛି । ନେପାଳ ଦୂତାବାସ ପକ୍ଷରୁ ଯୁବତୀଙ୍କୁ ନେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି, ଦୁଇରୁ ତିନି ଦିନ ଭିତରେ ସେମାନଙ୍କୁ ଭୁବନେଶ୍ୱର ଆସି ନେଇଯିବେ ନେପାଳ ଦୂତାବାସ ଅଧିକାରୀ । ସେପଟେ ନେପାଲରୁ କଲିକତା ଯୁବତୀ ଚାଲାଣର ଗୁମର ଖୋଲିଛି ଉଦ୍ଧାର କରିଥିବା ଯୁବକ । କହିଛନ୍ତି, ଚାକିରି ନାଁରେ ନେପାଳରୁ ଯୁବତୀ ଆଣି ବିଭିନ୍ନ ଅନୈତିକ କାରବାରରେ ଲଗାଇ ଥାଆନ୍ତି । ସେହି କଳା କାହାଣୀ ବଖାଣିଛନ୍ତି ଉଦ୍ଧାର କରିଥିବା ନୟାଗଡ଼ର ଯୁବକ । ଏହାପଛରେ ଏକ ବଡ଼ ଯୁବତୀ ଚାଲାଣ ନେଟୱର୍କ କାମ କରୁଥିବା ସେ କହିଛନ୍ତି ।






