AK କ୍ଷମତାରୁ ଯିବା ପରେ ବିଜେଡି ଗଡ ପର୍ଯ୍ୟାୟକ୍ରମେ ଧସିବାରେ ଲାଗିଛି । ସଙ୍ଗଠିତ ତଥା ଶକ୍ତିଶାଳୀ ଥିବା ଉତ୍ତର ଓଡ଼ିଶାରେ ଦଳ ଏବେ ବଡ ବିପର୍ଯ୍ୟୟ ମୁହାଁ । ଭଦ୍ରକରେ ଦଳକୁ ଲାଗିଛି ୪୪୦ ଭୋଲ୍ଟର ଝଟକା । କେବେ ନବୀନଙ୍କ ଗୁଡ୍ବୁକରେ ଥିବା ମଣ୍ଡଳ ଦମ୍ପତି ଆଜି ବିଜେଡିକୁ ବାଏ ବାଏ କରିଛନ୍ତି । ନିର୍ବାଚନ ପୂର୍ବରୁ ବିଜେଡିର ଉତ୍ତର ଓଡ଼ିଶା ଗଡ ଭାଙ୍ଗୁଛି । ଭଦ୍ରକର ମଣ୍ଡଳ ଦମ୍ପତ୍ତି ଓ ଦକ୍ଷ ସଙ୍ଗଠକ ଶଶୀକାନ୍ତ ସାହୁ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି । ଏହାପୂର୍ବରୁ ଉତ୍ତର ଓଡ଼ିଶାର ଏକାଧିକ ହେଭିୱେଟ ବିଜେଡି ନେତାଙ୍କୁ ଦଳରେ ସାମିଲ କରି ବଳ ଗୋଟାଉଛି ବିଜେପି । ତୃଣମୂଳସ୍ତରରେ ସଙ୍ଗଠିତ ହୋଇ ବିଜେଡିକୁ ପଞ୍ଚାୟତ ପରୀକ୍ଷାରେ ମାତ୍ ଦେବାକୁ ଗୋଟି ଚଳାଇଛନ୍ତି ବିଜେପି ମୁଖିଆ ମନମୋହନ ସାମଲ ।

କ୍ଷମତାରୁ ଯିବା ପରେ ବିଜେଡି ଗଡ ପର୍ଯ୍ୟାୟକ୍ରମେ ଧସିବାରେ ଲାଗିଛି । ସଙ୍ଗଠିତ ତଥା ଶକ୍ତିଶାଳୀ ଥିବା ଉତ୍ତର ଓଡ଼ିଶାରେ ଦଳ ଏବେ ବଡ ବିପର୍ଯ୍ୟୟ ମୁହାଁ । ଭଦ୍ରକରେ ଦଳକୁ ଲାଗିଛି ୪୪୦ ଭୋଲ୍ଟର ଝଟକା । କେବେ ନବୀନଙ୍କ ଗୁଡ୍ବୁକରେ ଥିବା ମଣ୍ଡଳ ଦମ୍ପତି ଆଜି ବିଜେଡିକୁ ବାଏ ବାଏ କରିଛନ୍ତି । ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ମୁକ୍ତିକାନ୍ତ ଓ ମଞ୍ଜୁଲତାଙ୍କ ସହ ବିଜେଡିରୁ ମୁହଁ ମୋଡିଛନ୍ତି ଦଳର ଟାଣୁଆ ସଙ୍ଗଠକ ଶଶିକାନ୍ତ ସାହୁ । ଗତ ନିର୍ବାଚନରେ ଶଶିକାନ୍ତଙ୍କ ପତ୍ନୀଙ୍କୁ ମୈଦାନକୁ ଓହ୍ଲାଇଥିଲା ବିଜେଡି । ହେଲେ ଗତ କିଛି ଦିନ ପୂର୍ବରୁ ମଣ୍ଡଳ ଦମ୍ପତିଙ୍କ ସହ ଶଶିକାନ୍ତଙ୍କ ଉପରେ ଦଳବିରୋଧୀ ଟ୍ୟାଗ୍ ଲଗାଇ ନିଲମ୍ବନ କରିଥିଲା ଦଳ । ଯାହାର ପ୍ରତିବାଦରେ ମଣ୍ଡଳ ଦମ୍ପତି ଓ ଶଶିକାନ୍ତଙ୍କ ସହ ୫୦୦ରୁ ଅଧିକ କର୍ମୀ ବିଜେଡିକୁ ପର କରିଛନ୍ତି । କିଛି କୁଚକ୍ରୀ ଗୋଷ୍ଠୀଙ୍କ ପାଇଁ ଦଳ ଛାଡ଼ିଥିବା କହିଛନ୍ତି ମଣ୍ଡଳ ଦମ୍ପତି । ସେହିଭଳି ଶଶୀ କହିଛନ୍ତି, ଏବେ ମୁରବିଶୂନ୍ୟ ହୋଇଯାଇଛି ବିଜେଡି । ମଣ୍ଡଳ ଦମ୍ପତ୍ତିଙ୍କ ପୂର୍ବରୁ ବିଜେଡିକୁ ବଡ ଝଟକା ଦେଇଥିଲେ ଭେଟରାନ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲ । ପ୍ରୟାସକାନ୍ତି ନିଜେ ପଦ୍ମ ଧରିବା ସହ ୪ଟି ବ୍ଲକର ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଅଧ୍ୟକ୍ଷାଙ୍କୁ ବିଜେପିରେ ସାମିଲ କରି ବିଜେଡିର ତୃଣମୂଳସ୍ତରର ଭୋଟବ୍ୟାଙ୍କକୁ ଭାଙ୍ଗିଥିଲେ । ସେହିଭଳି ମୟୂରଭଞ୍ଜରୁ ମମତା ମହନ୍ତ, ବାଲେଶ୍ୱରରୁ ରବୀନ୍ଦ୍ର ଜେନା ଦଳ ଛାଡିଥିବା ବେଳେ କ୍ରସ ଭୋଟିଂ ପାଇଁ ସୁବାସିନୀ ଜେନାଙ୍କୁ ନିଲମ୍ବନ କରିଛି ବିଜେଡି । ଦଳ ବିରୋଧୀ ଟ୍ୟାଗ ଲଗାଇ ଚମ୍ପୁଆ ବିଧାୟକ ସନା ମହାକୁଡଙ୍କୁ ନିଲମ୍ବନର ରାସ୍ତା ଦେଖାଇଛି ବିଜେଡି । ଏସବୁ ଭିତରେ ଆଗକୁ ପଞ୍ଚାୟତ ନିର୍ବାଚନ । ତେଣୁ ଜଣେ ପରେ ଜଣେ ନେତା ବିଜେଡିର ହାତ ଛାଡିବା ଆଗକୁ ବିଜେଡିକୁ ବ୍ୟାକଫୁଟକୁ ଠେଲି ଦେବ ବୋଲି ଚର୍ଚ୍ଚା ବଢିଛି । ବିଜେଡିକୁ ଛାଡିଲେ ପରିଚୟ ବଞ୍ଚିବନି ବୋଲି କହି ବାଣ ମାରିଛନ୍ତି ପ୍ରଫୁଲ୍ଲ ସାମଲ ।






