AK ଆପଣଙ୍କ ୱାଲେଟରେ ଅଦରକାରୀ କାଗଜପତ୍ର ଏବଂ ପୁରୁଣା ନୋଟ ଆଦୌ ରଖନ୍ତୁ ନାହିଁ । ଏହା ସହିତ, ଚିରା ନୋଟ୍, ଅତ୍ୟଧିକ କାର୍ଡ ଏବଂ ଅତ୍ୟଧିକ ମୁଦ୍ରା ବ୍ୟବହାର କରିବାରୁ ଦୂରେଇ ରୁହନ୍ତୁ । ବାସ୍ତୁ ଶାସ୍ତ୍ର ଅନୁସାରେ, ସାର୍ବଜନୀନ ସ୍ଥାନରେ ଆପଣଙ୍କର ୱାଲେଟକୁ ବାରମ୍ବାର ପ୍ରଦର୍ଶନ କରିବାରୁ ଦୂରେଇ ରୁହନ୍ତୁ । ଏହା କରିବା ଦ୍ୱାରା ଖରାପ ନଜର ଲାଗିପାରେ । ଏହା ସହ ଅଜଣା ଲୋକଙ୍କୁ ୱାଲେଟ ଦିଅନ୍ତୁ ନାହିଁ । ଅନେକ ଲୋକଙ୍କୁ କହିବାର ଶୁଣିଥିବେ ଯେ ଟଙ୍କା ପାଖକୁ ତ ଆସୁଛି କିନ୍ତୁ କେଉଁଆଡ଼େ ଚାଲିଯାଉଛି ଜଣାପଡୁନି ଅର୍ଥାତ ଆୟ ତ ଭଲ ହେଉଛି କିନ୍ତୁ ବ୍ୟୟ ଏମିତି ହେଉଛି ଯେ ଯେତେ ରୋଜଗାର କଲେ ମଧ୍ୟ ଟଙ୍କାର ଅଭାବ ରହୁଛି । ତେବେ ଏହା ଆମର ଛୋଟ ଛୋଟ ଅଭ୍ୟାସ ଯୋଗୁଁ ହୋଇଥାଏ,ଖାସ୍ କରି ପର୍ସ ସହିତ ଜଡ଼ିତ । ବାସ୍ତୁ ଶାସ୍ତ୍ର ଅନୁସାରେ ପର୍ସରେ କିଛି ଜିନିଷ ସଠିକ୍ ଭାବରେ ରଖିବା ଦ୍ୱାରା ଟଙ୍କା ପ୍ରବାହରେ ଉନ୍ନତି ଆସିପାରେ ଏବଂ ଖର୍ଚ୍ଚ ନିୟନ୍ତ୍ରଣ କରାଯାଇପାରେ । ମନେରଖନ୍ତୁ ପର୍ସ ସବୁବେଳେ ସଫା ଏବଂ ଭଲ ଅବସ୍ଥାରେ ରଖନ୍ତୁ । ପୁରୁଣା , ମଇଳା ଏବଂ ଫାଟି ଯାଇଥିବା ପର୍ସ ନକାରାତ୍ମକ ପ୍ରଭାବ ପକାଇପାରେ । ଯଦି ଆପଣଙ୍କର ପର୍ସ ବହୁତ ପୁରୁଣା ତେବେ ଏହାକୁ ତୁରନ୍ତ ବଦଳାଇବା ଭଲ । ଅନେକ ଲୋକ ନିଜ ପର୍ସରେ ଅଦରକାରୀ କାଗଜପତ୍ର, ପୁରୁଣା ବିଲ୍ କିମ୍ବା ଅନେକ ଭିଜିଟିଂ କାର୍ଡ ଭର୍ତ୍ତି କରି ରଖିଥା’ନ୍ତି । ବାସ୍ତୁ ଅନୁସାରେ, ଏହା ଏକ ଭଲ ଅଭ୍ୟାସ ନୁହେଁ । ପର୍ସରେ କେବଳ ସେହି ଜିନିଷ ରଖନ୍ତୁ ଯାହା ଆପଣଙ୍କ ପାଇଁ ଉପଯୋଗୀ । ଅନାବଶ୍ୟକ ଜିନିଷ ରଖିବା ନକାରାତ୍ମକତାକୁ ବୃଦ୍ଧି କରେ ଏବଂ ସେଥିରେ ଟଙ୍କା ରହିବା କଷ୍ଟକର ହୋଇପାରେ । ତେବେ ଏହାକୁ ନେଇ କ’ଣ କୁହେ ବାସ୍ତୁଶାସ୍ତ୍ର ଆସନ୍ତୁ ଜାଣିବା ।

୧. ହଳଦି ଲାଗିଥିବା ଚାଉଳ – ବାସ୍ତୁଶାସ୍ତ୍ର ଅନୁସାରେ , ଧନ ବୃଦ୍ଧି ଏବଂ ଅପବ୍ୟୟକୁ ନିୟନ୍ତ୍ରଣ କରିବା ପାଇଁ ଗୁରୁବାର ଦିନ ଆପଣଙ୍କ ପର୍ସରେ ହଳଦୀ ରଙ୍ଗର କିଛି ଗୋଟା ଚାଉଳ ରଖନ୍ତୁ । ଏହାକୁ କାଗଜ କିମ୍ବା କପଡ଼ାରେ ଗୁଡ଼ାନ୍ତୁ । ବିଶ୍ୱାସ କରାଯାଏ ଯେ ଏହି ଉପାୟ ଟଙ୍କା ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିବ ।
୨. ରୂପା ମୁଦ୍ରା – ସୋମବାର ଦିନ ପକେଟରେ ଏକ ରୂପା ମୁଦ୍ରା ରଖନ୍ତୁ । ଏହା ସକରାତ୍ମକ ଶକ୍ତି ବୃଦ୍ଧି କରେ ଏବଂ ଆର୍ଥିକ ସ୍ଥିରତା ଆଣିଥାଏ ବୋଲି ବିଶ୍ୱାସ କରାଯାଏ ।
୩. ଦେବୀ ଲକ୍ଷ୍ମୀଙ୍କ ଚିତ୍ର – ଶୁକ୍ରବାର ଦିନ ପର୍ସରେ ଦେବୀ ଲକ୍ଷ୍ମୀଙ୍କର ଏକ ଛୋଟ ଫଟୋ ରଖନ୍ତୁ ଏବଂ ଫଟୋ ଯେମିତି କେବେ ବଙ୍କା ନହେବ ସେ ପ୍ରତି ଧ୍ୟାନ ଦିଅନ୍ତୁ । ଏହାକୁ ଧନ ଆକର୍ଷିତ କରିବାର ପ୍ରତିକ ବୋଲି କୁହାଯାଏ ।
୪. ଗୋମତୀ ଚକ୍ର – ଗୁରୁବାର ଦିନ ପର୍ସରେ ଏକ ଛୋଟ ଗୋମତୀ ଚକ୍ର ରଖିବା ଶୁଭ ବୋଲି କୁହାଯାଏ । ଏହା ଦ୍ଵାରା ଆୟ ବୃଦ୍ଧି ପାଏ ଏବଂ ଋଣରୁ ମୁକ୍ତି ମିଳେ ବୋଲି ମାନ୍ୟତା ରହିଛି ।






