AK ପଲିଟେକ୍ନିକ୍ ଶିକ୍ଷାରେ ବଡ଼ ପରିବର୍ତ୍ତନ: ୧୪୬ ଅଧ୍ୟାପକ ନିଯୁକ୍ତି ପାଇଁ ସରକାରଙ୍କ ଗ୍ରୀନ୍ ସିଗ୍ନାଲ୍। ରାଜ୍ୟର ପଲିଟେକ୍ନିକ୍ ଶିକ୍ଷା ବ୍ୟବସ୍ଥାରେ ଆସୁଛି ବଡ଼ ପରିବର୍ତ୍ତନ। ପଲିଟେକ୍ନିକ୍ ଶିକ୍ଷାରେ ବଡ଼ ପରିବର୍ତ୍ତନ: ୧୪୬ ଅଧ୍ୟାପକ ନିଯୁକ୍ତି ପାଇଁ ସରକାରଙ୍କ ଗ୍ରୀନ୍ ସିଗ୍ନାଲ୍। ରାଜ୍ୟର ପଲିଟେକ୍ନିକ୍ ଶିକ୍ଷା ବ୍ୟବସ୍ଥାରେ ଆସୁଛି ବଡ଼ ପରିବର୍ତ୍ତନ। ସରକାର ‘ଓଡ଼ିଶା ଗଭର୍ଣ୍ଣମେଣ୍ଟ ପଲିଟେକ୍ନିକ୍ ଟିଚର୍ସ ସର୍ଭିସ୍ ରୁଲ୍ସ-୨୦୨୪’ କାର୍ଯ୍ୟକାରୀ କରିଥିବାବେଳେ, ପ୍ରଥମ ପର୍ଯ୍ୟାୟରେ ୧୪୬ଟି ଅଧ୍ୟାପକ (ଷ୍ଟେଜ୍-ଓ) ପଦ ପୂରଣ ପାଇଁ ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିଶନଙ୍କ ସହ ପ୍ରକ୍ରିୟା ତ୍ୱରାନ୍ୱିତ କରାଯାଇଛି।

ଦକ୍ଷତା ବିକାଶ ଓ ଟେକ୍ନିକାଲ୍ ଏଡ୍ୟୁକେସନ୍ ବିଭାଗ ପକ୍ଷରୁ ଜାରି ହୋଇଥିବା ପତ୍ରରେ କୁହାଯାଇଛି ଯେ, ୧୯୮୫ର ପୁରୁଣା ଟେକ୍ନିକାଲ୍ ଏଡ୍ୟୁକେସନ୍ ସର୍ଭିସ୍ ନିୟମକୁ ବଦଳାଇ ନୂତନ କ୍ୟାଡର୍ ବ୍ୟବସ୍ଥା ଆଣାଯାଇଛି। ଏହା ମାଧ୍ୟମରେ ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା, ସେବା ସର୍ତ୍ତରେ ଏକରୂପତା ଓ ଶିକ୍ଷକମାନଙ୍କ ପଦୋନ୍ନତିରେ ନୂଆ ଦିଗ ଖୋଲିବ ବୋଲି ଆଶା କରାଯାଉଛି । ନୂତନ ନିୟମ ଅନୁଯାୟୀ, ଅଧ୍ୟାପକ (ଷ୍ଟେଜ୍-ଓ) ପଦକୁ ସିଧାସଳଖ OPSC ମାଧ୍ୟମରେ ଭର୍ତ୍ତି କରାଯିବ। ଜେନେରାଲ ଇଂଲିଶ ସାଧାରଣ ଜ୍ଞାନ ଓ ବିଷୟଭିତ୍ତିକ ପରୀକ୍ଷା ସହ ଇଣ୍ଟରଭ୍ୟୁ ଆଧାରରେ ଚୟନ ପ୍ରକ୍ରିୟା ହେବ। ଇଞ୍ଜିନିୟରିଂ, ଫାର୍ମାସି, କମ୍ପ୍ୟୁଟର୍, ଫୁଡ୍ ଟେକ୍ନୋଲୋଜି, ବାୟୋଟେକ୍ନୋଲୋଜି ଭଳି ବିଭିନ୍ନ ବିଷୟରେ ପ୍ରଥମ ଶ୍ରେଣୀ ସହ ଡିଗ୍ରୀ କିମ୍ବା ମାଷ୍ଟର୍ସ ଡିଗ୍ରୀକୁ ଅନିବାର୍ଯ୍ୟ କରାଯାଇଛି। କେବଳ ନିଯୁକ୍ତି ନୁହେଁ, ଶିକ୍ଷକମାନଙ୍କ ପାଇଁ ଟ୍ରେନିଂ, ଫ୍ୟାକଲ୍ଟି ଡେଭଲପମେଣ୍ଟ ପ୍ରୋଗ୍ରାମ୍ ଓ ଅନଲାଇନ୍ କୋର୍ସକୁ ମଧ୍ୟ ବାଧ୍ୟତାମୂଳକ କରାଯାଇଛି। ଏହା ସହ କ୍ୟାଡର୍ ପୁନର୍ଗଠନ ମାଧ୍ୟମରେ ସିନିୟର୍ ଲେକ୍ଚରର୍, HOD ଓ ଅନ୍ୟାନ୍ୟ ଉଚ୍ଚ ପଦବୀ ସଂଖ୍ୟା ବୃଦ୍ଧି ପାଇଥିବାରୁ ଶିକ୍ଷକମାନଙ୍କ କ୍ୟାରିୟର୍ ପ୍ରଗତିରେ ମଧ୍ୟ ନୂଆ ସୁଯୋଗ ସୃଷ୍ଟି ହେବ।






