ଏ.କେ. ବ୍ୟୁରୋ: ଏହି ପଦକ୍ଷେପ ଯୋଗୁଁ ୟୁଏଇ ସହିତ ପାକିସ୍ତାନର କୂଟନୈତିକ ସମ୍ପର୍କ ଖରାପ ହେବା ସହ ୟୁଏଇରୁ ବହୁ ସଂଖ୍ୟକ ପାକିସ୍ତାନୀ ଶ୍ରମିକଙ୍କୁ ନିର୍ବାସିତ କରାଯାଉଛି । ଏମିରାତି ଅଞ୍ଚଳକୁ ଟାର୍ଗେଟ କରି ଇରାନ କରିଥିବା ଆକ୍ରମଣକୁ ପାକିସ୍ତାନ କଡ଼ା ନିନ୍ଦା କରିବାରେ ବିଫଳ ହୋଇଥିବାରୁ ୟୁଏଇ ଗଭୀର ଅସନ୍ତୋଷ ପ୍ରକାଶ କରିଛି । ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ସମାଧାନ ପାଇଁ ମଧ୍ୟସ୍ଥି ସାଜିବା ପାକିସ୍ତାନ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି ।

ଏହି ପଦକ୍ଷେପ ଯୋଗୁଁ ୟୁଏଇ (ଆରବ ଏମିରେଟ୍ସ) ସହିତ ପାକିସ୍ତାନର କୂଟନୈତିକ ସମ୍ପର୍କ ଖରାପ ହେବା ସହ ୟୁଏଇରୁ ବହୁ ସଂଖ୍ୟକ ପାକିସ୍ତାନୀ ଶ୍ରମିକଙ୍କୁ ନିର୍ବାସିତ କରାଯାଉଛି । ଏମିରାତି ଅଞ୍ଚଳକୁ ଟାର୍ଗେଟ କରି ଇରାନ କରିଥିବା ଆକ୍ରମଣକୁ ପାକିସ୍ତାନ କଡ଼ା ନିନ୍ଦା କରିବାରେ ବିଫଳ ହୋଇଥିବାରୁ ୟୁଏଇ ଗଭୀର ଅସନ୍ତୋଷ ପ୍ରକାଶ କରିଛି । ଏହି କାରଣରୁ ଗତ କିଛି ସପ୍ତାହ ମଧ୍ୟରେ ହଜାର ହଜାର ପାକିସ୍ତାନୀ ସିଆ ମୁସଲମାନଙ୍କୁ ବିନା କୌଣସି ସ୍ପଷ୍ଟୀକରଣରେ ଅଟକ ରଖାଯିବା ପରେ ବହିଷ୍କାର କରାଯାଇଛି । କୂଟନୈତିକ ସ୍ତରରେ ୟୁଏଇ ନିଜର ଆଭିମୁଖ୍ୟ କଠୋର କରିବା ସହ ପାକିସ୍ତାନକୁ ଦେଇଥିବା ୩.୫ ବିଲିୟନ ଡଲାରର ଋଣ ତୁରନ୍ତ ଫେରସ୍ତ ମାଗିଛି । ଫଳସ୍ୱରୂପ, ଏପ୍ରିଲ ୨୦୨୬ରେ ପାକିସ୍ତାନ ସାଉଦି ଆରବରୁ ମିଳିଥିବା ଆର୍ଥିକ ସହାୟତା ବ୍ୟବହାର କରି ୟୁଏଇକୁ ଏହି ବିପୁଳ ଋଣ ପରିଶୋଧ କରିବାକୁ ବାଧ୍ୟ ହୋଇଛି । ପାକିସ୍ତାନର ସାଉଦି ଆରବ ପ୍ରତି ବଢ଼ୁଥିବା ଘନିଷ୍ଠତା ଓ ଇରାନ ବିବାଦରେ ଏହାର ଭୂମିକା ଯୋଗୁଁ ଆବୁଧାବି ଏବେ “ମାଗଣା ସାହାଯ୍ୟ” ବଦଳରେ କଠୋର ନୀତି ଆପଣେଇଛି ।






