AK ଜାନୁଆରିରେ ପାଟକୁରାବାସୀଙ୍କ ପାଇଁ ଏହି ବୟାନ ଦେଇଥିଲେ ବିଜେଡି ସୁପ୍ରିମୋ । ଏହାରି ଭିତରେ ୧୦୦ରୁ ଅଧିକ ଦିନ ବିତିଯାଇଥିଲେ ପାଟକୁରା ପାଇଁ ଭଲ ନେତାଟିଏ ବାଛି ପାରିନାହାନ୍ତି ନବୀନ । ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ପରେ ତାଙ୍କ ସମର୍ଥକ ଏକାଠି ହୋଇ ଦଳ ସଭାପତିଙ୍କ ନିଷ୍ପତ୍ତିକୁ ତୀବ୍ର ବିରୋଧ କଲେ । ରାଜ୍ୟ ରାଜନୀତିର ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ପାଟକୁରା । ଏକଦା ଏହା ବିଜୁ ଜନତା ଦଳର ଗଡ଼ ଥିଲା । ହେଲେ ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ଦଳରୁ ନିଲମ୍ବନ ପରେ ନେତୃତ୍ୱ ଶୂନ୍ୟ ହୋଇଯାଇଛି ପାଟକୁରା ବିଜେଡି । ଅରବିନ୍ଦଙ୍କ ନିଲମ୍ବନକୁ ତିନି ମାସ ବିତିଯାଇଥିଲେ ବି ନେତା ବାଛି ପାରିନାହାନ୍ତି ସୁପ୍ରିମୋ । ଯାହାକୁ ନେଇ କର୍ମୀଙ୍କ ଭିତରେ ହତାଶ ଦେଖାଦେଇଛି ।

ଜାନୁଆରିରେ ପାଟକୁରାବାସୀଙ୍କ ପାଇଁ ଏହି ବୟାନ ଦେଇଥିଲେ ବିଜେଡି ସୁପ୍ରିମୋ । ଏହାରି ଭିତରେ ୧୦୦ରୁ ଅଧିକ ଦିନ ବିତିଯାଇଥିଲେ ପାଟକୁରା ପାଇଁ ଭଲ ନେତାଟିଏ ବାଛି ପାରିନାହାନ୍ତି ନବୀନ । ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ପରେ ତାଙ୍କ ସମର୍ଥକ ଏକାଠି ହୋଇ ଦଳ ସଭାପତିଙ୍କ ନିଷ୍ପତ୍ତିକୁ ତୀବ୍ର ବିରୋଧ କଲେ । ପାଟକୁରା ନିର୍ବାଚନମଣ୍ଡଳୀର ବିଜେଡି କର୍ମୀଙ୍କ ଭିତରେ ଲାଗି ରହିଥିବା ସସ୍ପେନ୍ସ ଭିତରେ ଗରଦପୁର ବ୍ଲକ୍ରେ ପଞ୍ଚାୟତ ସମିତି ଅଧ୍ୟକ୍ଷ, ଉପାଧ୍ୟକ୍ଷଙ୍କ ସମେତ ୨୧ ଲୋକ ପ୍ରତିନିଧି, ପଞ୍ଚାୟତ ସଭାପତିମାନେ ଦଳ ଛାଡ଼ି ଅରବିନ୍ଦଙ୍କ ନେତୃତ୍ୱକୁ ସମର୍ଥନ ଜଣାଇ ସାରିଲେଣି । ତେଣୁ ପାଟକୁରା ପାଇଁ ଜଣେ ଭଲ ନେତା ବାଛିବାକୁ ଆଉ କେତେଦିନ ସମୟ ଲାଗିବ ବୋଲି ଉଠିଲାଣି ପ୍ରଶ୍ନ । ପାଟକୁରା ପାଇଁ ନବୀନ ନେତା ଚୟନ କରିନପାରିବାକୁ ନେଇ ନିରାଶ ହୋଇଛନ୍ତି କର୍ମୀ । ଅନ୍ୟପଟେ ଦୌଡ଼ରେ ଅନେକ ନେତା ଅଛନ୍ତି, ହେଲେ ସେମାନଙ୍କୁ ଦାୟିତ୍ୱ ଦେବାକୁ କୁନ୍ଥକୁନ୍ଥ ନବୀନ । ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କୁ ପାଟକୁରା ଉପରେ ଆଖି ରହିଛି । ଦିବଙ୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ପରିବାରର ମଧ୍ୟ ଏହି ଆସନ ଉପରେ ନଜର ରଖିଛନ୍ତି । ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ଦାସ ବି ସଂଗଠନ ଚଳାଇଛନ୍ତି । ହେଲେ ଏମାନଙ୍କ ଭିତରୁ ନବୀନ କାହାକୁ ଦାୟିତ୍ୱ ଦେବେ ତାହା ସ୍ପଷ୍ଟ ହୋଇନି । ଆଗକୁ ପଞ୍ଚାୟତ ନିର୍ବାଚନ। ତା’ ପୂର୍ବରୁ ନେତା ନ ବାଛିଲେ, ତୃଣମୂଳସ୍ତରରେ ଦଳକୁ ବଡ଼ କ୍ଷତି ହୋଇପାରେ ବୋଲି ରାଜନୀତି ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି ।






