ଏ.କେ. ବ୍ୟୁରୋ: ଏହି ଆକ୍ରମଣରେ ମସୁଦ ଆଜାହରର ଭାଇ ୟୁସୁଫ ଆଜାହର ଓ ହାଫିଜ ଜମିଲ ସମେତ ଅନେକ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ପ୍ରାଣ ହରାଇଥିଲେ। ବାୟୁସେନାର ପ୍ରଥମ କ୍ଷେପଣାସ୍ତ୍ର ମୁଖ୍ୟ ପରିସରକୁ ଧ୍ୱଂସ କରିବା ସହ ତିନୋଟି ଗମ୍ବୁଜକୁ ମାଟିରେ ମିଶାଇ ଦେଇଥିଲା, ଯାହା ଫଳରେ ମୁଖ୍ୟ ହଲରେ ଏକ ବିରାଟ ଗାତ ହୋଇଯାଇଥିଲା । ଠିକ୍ ବର୍ଷକ ତଳେ ମେ’ ୭ ତାରିଖ ୨୦୨୫ ରାତି ୧:୦୭ ମିନିଟରେ ଭାରତୀୟ ବାୟୁସେନା ପକ୍ଷରୁ କରାଯାଇଥିବା ”ଅପରେସନ୍ ସିନ୍ଦୂର”ରେ ଜୈଶ-ଏ-ମହମ୍ମଦର ମୁଖ୍ୟାଳୟ ”ମର୍କଜ ସୁଭାନାଲ୍ଲାହ” ଥରି ଉଠିଥିଲା। ଭାରତୀୟ କ୍ଷେପଣାସ୍ତ୍ର ମାଡ଼ରେ ଆତଙ୍କବାଦୀ ସଂଗଠନର ଏହି ଗଡ଼ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ହୋଇଯାଇଥିଲା । ଏହି ଆକ୍ରମଣରେ ମସୁଦ ଆଜାହରର ଭାଇ ୟୁସୁଫ ଆଜାହର ଓ ହାଫିଜ ଜମିଲ ସମେତ ଅନେକ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ପ୍ରାଣ ହରାଇଥିଲେ।

ବାୟୁସେନାର ପ୍ରଥମ କ୍ଷେପଣାସ୍ତ୍ର ମୁଖ୍ୟ ପରିସରକୁ ଧ୍ୱଂସ କରିବା ସହ ତିନୋଟି ଗମ୍ବୁଜକୁ ମାଟିରେ ମିଶାଇ ଦେଇଥିଲା, ଯାହା ଫଳରେ ମୁଖ୍ୟ ହଲରେ ଏକ ବିରାଟ ଗାତ ହୋଇଯାଇଥିଲା । ତେବେ ଏହି ଘଟଣାର ବର୍ଷକ ପରେ ପାକିସ୍ତାନର ମରିୟମ ନୱାଜ ସରକାରଙ୍କ ଆତଙ୍କବାଦ ପ୍ରୀତି ପୁଣି ପଦାରେ ପଡ଼ିଛି। ପାକିସ୍ତାନ ସରକାରଙ୍କ ଠାରୁ ୨୫ କୋଟି ଟଙ୍କାର ଆର୍ଥିକ ସହାୟତା ପାଇବା ପରେ ଜୈଶ ଏବେ ମର୍କଜ ସୁଭାନାଲ୍ଲାହର ପୁନଃନିର୍ମାଣ ଆରମ୍ଭ କରିଛି ।ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଫଟୋ ଓ ଭିଡିଓ ଅନୁଯାୟୀ, ଧ୍ୱଂସ ହୋଇଥିବା ଗମ୍ବୁଜଗୁଡ଼ିକର ମରାମତି କାର୍ଯ୍ୟ ଗତ ମାର୍ଚ୍ଚ ୧୦ରୁ ଜୋରଦାର ଚାଲିଛି। ଇଟା, ଲୁହା ରଡ୍ ଓ ସିମେଣ୍ଟ ବ୍ୟବହାର କରି ହଲରେ ଥିବା ଗାତଗୁଡ଼ିକୁ ମରାମତି କରାଯାଇଛି। କେବଳ ସେତିକି ନୁହେଁ, ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥିବା ମଦ୍ରାସା ଅଲ୍ ସାବିର ଓ ଆବାସିକ କୋଠାର ପୁନଃନିର୍ମାଣ ପାଇଁ ମଧ୍ୟ ପ୍ରସ୍ତୁତି ଶେଷ ହୋଇଛି। ଆଶ୍ଚର୍ଯ୍ୟଜନକ କଥା ହେଉଛି, ଯେଉଁ ପଞ୍ଜାବ ପୋଲିସର ”ଏଲାଇଟ୍ ୟୁନିଟ୍” ଉପରେ ଆତଙ୍କବାଦ ବିରୋଧୀ ଅଭିଯାନର ଦାୟିତ୍ୱ ରହିଛି, ସେମାନେ ଏବେ ଜୈଶ ମୁଖ୍ୟାଳୟକୁ ସୁରକ୍ଷା ଯୋଗାଉଛନ୍ତି। ସ୍ୱତନ୍ତ୍ର ପୋଲିସ ବାହିନୀର ଗାଡ଼ି ଓ କର୍ମଚାରୀମାନେ ମର୍କଜ ପରିସରରେ ମୁତୟନ ଥିବା ଜଣାପଡ଼ିଛି। ଏହି ଘଟଣା ପ୍ରମାଣିତ କରୁଛି ଯେ ପାକିସ୍ତାନ ସରକାର ଆନ୍ତର୍ଜାତୀୟ ଚାପ ସତ୍ତ୍ୱେ ଭାରତ ବିରୋଧୀ ଆତଙ୍କୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେବା ଏବଂ ସେମାନଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀ ଯୋଗାଇବା ବନ୍ଦ କରିନାହାନ୍ତି ।






