AK ନିଟ ପରୀକ୍ଷାର୍ଥୀଙ୍କ ଆତ୍ମହତ୍ୟା । ନିଟ ପରୀକ୍ଷାରେ ଖରାପ ରେଜଲ୍ଟ ଆଶଙ୍କା ନେଇ ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ଛାତ୍ର ଜ୍ୟୋତି ପ୍ରକାଶ ବାରିକ ।

ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ତିହିଡ଼ି ନୁନ୍ଦର ଗାଁରେ । ଘରେ କେହି ନ ଥିବାର ସୁଯୋଗ ନେଇ ଆତ୍ମହତ୍ୟା କରିଛନ୍ତି ଯୁବକ । ସୂଚନା ଅନୁଯାଇ ଭଦ୍ରକ ଜ଼ିଲ୍ଲାପାଳଙ୍କ ଅଫିସ ସମୁଖରେ ଚା ଦୋକାନ କରିଥିବା ଗିରିଧାରୀ ବାରିକଙ୍କ ପୁଅ ଜ୍ୟୋତି ପ୍ରକାଶ ଆତ୍ମହତ୍ୟା କରିଛନ୍ତି । ପୂର୍ବରୁ ଜ୍ୟୋତି ଥରେ ନିଟ ପରୀକ୍ଷା ଦେଇଥିବା ବେଳେ ରେଜାଲ୍ଟ ଖରାପ ହୋଇଥିଲା । ଏଥର ପୁଣି ନିଟ ପରୀକ୍ଷା ଦେଇଥିଲେ । ଖରାପ ମାର୍କ ରହିବ ବୋଲି ଜାଣିବା ପରେ ଆଜି ସେ ଆତ୍ମହତ୍ୟା କରିଛନ୍ତି ।






