AK ପୁରୁଷୋତ୍ତମ ଭକ୍ତନିବାସ ସମ୍ମୁଖରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ସ୍ୱାମୀ ମଦ ପିଉଥିବା ସ୍ତ୍ରୀ ଦେଖିଦେବାରୁ ଉଭୟ ପିଟାପିଟି ହୋଇଥିଲେ । ପିସିଆର ପୁଲିସ ପହଞ୍ଚି ବୁଝାସୁଝା ଲାଗି ଉଦ୍ୟମ କରିଥିଲେ ସୁଦ୍ଧା ସ୍ୱାମୀ ଓ ସ୍ତ୍ରୀ ହାତାହାତି ହୋଇଥିଲେ । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏସମ୍ପର୍କରେ କୁମ୍ଭାରପଡ଼ା ଥାନା ଆଇଆଇସି ବିଜୟକେତନ ବେହେରା କୁହନ୍ତି, ସେମାନଙ୍କ ଘର ମୟୂରଭଞ୍ଜ ଜିଲ୍ଲା ହୋଇଥିବାବେଳେ ପୁରୀରେ ଉଭୟେ ଶ୍ରମିକ କାର୍ଯ୍ୟ କରୁଛନ୍ତି । କୌଣସି କାରଣରୁ ଉଭୟ ପିଟାପିଟି ହେଉଥିଲେ । କିଛି ସମୟ ପରେ ବୁଝାସୁଝା ହୋଇ ଫେରିଥିଲେ ।






